ETV Bharat / state

ପୁରୀ ବଡଦାଣ୍ଡର ଭ୍ରମ ସୃଷ୍ଟି କରୁଛି ମା'ଙ୍କ ପେଣ୍ଡାଲ - ରାଉରକେଲା

ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ଝିଲିମିଲି ଆଲୁଅ ସାଙ୍ଗକୁ ଭଳିକିଭଳି ପୂଜା ପେଣ୍ଡାଲ । ତାହାସହ ଆକର୍ଷଣୀୟ ମୀନାବଜାର । ତେବେ ପ୍ରତିବର୍ଷ ପରି ଚଳିତବର୍ଷ ସେକ୍ଟର-1 ସ୍ଥିତ ଦୁର୍ଗା ପୂଜା ପେଣ୍ଡାଲ ବେଶ୍‌ ବାରି ହୋଇ ପଡୁଛି । ପେଣ୍ଡାଲକୁ ଦେଖିଲେ ପୁରୀ ରଥଯାତ୍ରାର ଭ୍ରମ ସୃଷ୍ଟି ହେଉଛି ।

ମା'ଙ୍କ ପେଣ୍ଡାଲ
author img

By

Published : Oct 6, 2019, 5:53 PM IST

ରାଉରକେଲା: ମା'ଙ୍କ ଆଗମନରେ ସଜେଇ ହୋଇଛି ଇସ୍ପାତନଗରୀ । ରାଉରକେଲାର ସେକ୍ଟର ମାନଙ୍କରେ ଭଳିକି ଭଳି ପୂଜା ପେଣ୍ଡାଲ ଦେଖିବାକୁ ବେଶ୍‌ ଭିଡ ଜମୁଛି । ତେବେ ସେକ୍ଟର-1ସ୍ଥିତ ଦୁର୍ଗାପୂଜା ପେଣ୍ଡାଲ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କିଛି ନୂଆ କରିବାର ପ୍ରୟାସ କରିଛି । ପେଣ୍ଡାଲକୁ ଦେଖିଲେ ଲାଗୁଛି ଯେପରି ପୁରୀ ବଡଦାଣ୍ଡ ରାଉରକେଲାକୁ ଆସିଯାଇଛି ।

ସେକ୍ଟର-1 ପେଣ୍ଡାଲରେ ପୁରୀ ବଡଦାଣ୍ଡର ଭ୍ରମ

ପେଣ୍ଡାଲଟି ଅବିକଳ ମାଉସୀ ମା'ଙ୍କ ମନ୍ଦିର ଆକୃତିର ହେବା ସହ ତିନି ଠାକୁର ତାଙ୍କ ରଥରେ ବିରାଜମାନ ରହିଥିବା ଦେଖା ଯାଉଛି। ଏହି ପେଣ୍ଡାଲ ଭିତରେ ମା' ଦୁର୍ଗାଙ୍କ ରୀତିନୀତିରେ ଅଷ୍ଟମୀ ପୂଜାର୍ଚ୍ଚନା ଚାଲିଛି। ଏହି ପୂଜା ପେଣ୍ଡାଲରେ ଆଜି ଦିନରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ରାତିରେ ମା'ଙ୍କ ଦର୍ଶନ ପାଇଁ ପେଣ୍ଡାଲରେ ପ୍ରବଳ ଭିଡ ହେବାର ସମ୍ଭାବନା ରହି ଥିବାରୁ ସୁରକ୍ଷାବସ୍ଥାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ସେକ୍ଟର-1 ଦୁର୍ଗାପୂଜା ର ପୂଜା ପେଣ୍ଡଳ ରେ ଦିନ ରେ ମଧ୍ୟ ପ୍ରବଳ ଭିଡ। ପେଣ୍ଡଳ ଟି ଶ୍ରୀ ମନ୍ଦିର ଦ୍ୱାର ସହିତ ତିନି ଠାକୁର ତାଙ୍କ ରଥ ରେ ବିରାଜମାନ ରହିଥିନା ଦେଖା ଯାଇଛି। ଏହି ପେଣ୍ଡଳ ର ଭିଟେ ଚାଲିଛି ମା ଦୁର୍ଗାଙ୍କ ପୂଜା ଅର୍ଚ୍ଚନା। ଏହି ପୂଜା ପେଣ୍ଡଳ ରେ ଆଜି ଦିନ ରେ ମଧ୍ୟ ପ୍ରବଳ ଭିଡ।

Body:ରାତି ରେ ମା କୁ ଦର୍ଶନ ପାଇଁ ତଥା ପେଣ୍ଡଳ ଦେଖିବା ସହିତ ଆଲୋକମାନ ଦେଖିବା ପାଇଁ ପ୍ରବଳ ଭିଡ ହେବାର ସମ୍ଭାବନା ରହି ଥିବାରୁ ଦିନ ରେ ମଧ ପେଣ୍ଡଳ ରେ ଭିଡ଼ ଦେଖା ଯାଇଥିଲା ତଥା ଅଷ୍ଟମୀ ପୂଜା ଜାରି ରହି ଥିଲା।

Conclusion:ରାଉରକେଲା ସହର ରେ କେତେକ ସ୍ଥାନ ରେ ମୂର୍ତି ତଥା ପେଣ୍ଡଳ ରେ କିଛି ନୂଆ ଦେଖିବାକୁ ମିଳେ ସେହି ମଧ୍ୟ ରେ ସେକ୍ଟର-1 ପAଣ୍ଡଳ ରହିଛି। ପୂଜା ରେ ଭିଡ଼ କୁ ଦେଖି ମସଲା ରେ ବହୁତ ଦୋକାନୀ ତାଙ୍କ ବ୍ୟାପାର ପାଇଁ ମଧ୍ୟ ଆସି ଯାଇଛନ୍ତ
ପିଟିସି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.