ETV Bharat / state

ଅସୁରକ୍ଷିତ ରାଉରକେଲା ମଡେଲ ରେଳଷ୍ଟେସନ ରାସ୍ତା

ରାଉରକେଲା ରେଳ ଷ୍ଟେସନରୁ ପ୍ରିପେଡ ଅଟୋ ସେବା ହଟାଇ ଦିଆଯାଇଛି । ଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାରରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ସୁରକ୍ଷା ପାଇଁ 24ଟି ସିସିଟିଭି ଲଗାଇବା ପ୍ରସ୍ତାବ ଦିଆଯାଇଥିବା ରେଳ ଏସପି ଏକେ ସ୍ୱାଇଁ କହିଛନ୍ତି ।

author img

By

Published : Jun 19, 2019, 5:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସ୍ମାର୍ଟ ସିଟି ଘୋଷଣା ହୋଇଥିବା ରାଉରକେଲା ସହରର ମଡେଲ ରେଳ ଷ୍ଟେସନରୁ ପ୍ରିପେଡ ଆଟୋ କିମ୍ବା ଟ୍ୟାକ୍ସି ସେବା ସୁବିଧା ହଟାଇ ଦିଆଯାଇଛି । ଏଥିପାଇଁ ନୂଆ ଲୋକ ଆସିଲେ ଠକାମିର ଶିକାର ହେଉଥିବା ବେଳେ ଅସୁରକ୍ଷିତ ମଧ୍ୟ ରହୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ରେଳ ଷ୍ଟେସନରେ ପ୍ରବେଶ ତଥା ବାହାରିବା ପାଇଁ ଦୁଇଟି ରାସ୍ତା ତିଆରି କରା ଯାଇଛି । କିନ୍ତୁ ଗୋଟିଏ ରାସ୍ତା ଦେଇ ଗାଡି ଯିବାଆସିବା କରିବା ଯୋଗୁଁ ସବୁ ସମୟରେ ଜାମ ଲାଗି ରହିବା ସହ ଦୁର୍ଘଟଣାର ସମ୍ବାବନା ରହୁଛି । ଅନ୍ୟପଟେ ଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାରରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ । ଏଥିପାଇଁ ଦ୍ଵିତୀୟ ପ୍ରବେଶ ଦ୍ୱାର ଦେଇ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ ।

ଦ୍ଵିତୀୟ ପ୍ରବେଶ ଦ୍ୱାରର ରାସ୍ତା ମଧ୍ୟ ଭଲ ନଥିବା ବେଳେ ରେଳ ବିଭାଗ ତଥା ରାଜ୍ୟ ସରକାର ମଧ୍ୟରେ ବିବାଦ ଯୋଗୁଁ ରେଳ କଲୋନୀ ଅଞ୍ଚଳରେ ରାସ୍ତା 4 ଲେନ ହୋଇ ପାରି ନାହିଁ । ରେଳରାସ୍ତା ପିଡବ୍ଲୁଡି କରଥିବାରୁ ରାଜ୍ୟସରକାର ଏଥିପାଇଁ ଧ୍ୟାନ ଦେବା କଥା ବୋଲି ପୁର୍ବତନ ନଗରପାଳ ନିହାର ରାୟ କହିଛନ୍ତି । ଅନ୍ୟପକ୍ଷରେ ଟ୍ରାଫିକ ବ୍ୟବସ୍ଥା ଠିକ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଦ୍ଵିତୀୟ ପ୍ରବେଶ ଦ୍ୱାରର ସୁରକ୍ଷା ପାଇଁ 24 ଟି ସିସିଟିଭି ଲଗାଇବା ପ୍ରସ୍ତାବ ଦିଆଯାଇଥିବା ରେଳ ଏସପି ଏକେ ସ୍ୱାଇଁ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.