ETV Bharat / state

ରାଉରକେଲାର ରେଲଓ୍ବେ କଲୋନୀରେ ଫୁଟିଲା ଗୁଳି, ଜଣେ ମୃତ - ଷ୍ଟିଲ ସିଟିର ରେଲିଓ୍ବ କଲୋନୀ

ଷ୍ଟିଲ ସିଟିର ରେଲଓ୍ବେ କଲୋନୀରେ ଦିଲଶାଦ ଖାନ ନାମକ ଯୁବକଙ୍କୁ ଗୁଳିମାଡ ସହ ଭୁଜାଲିରେ ସଂଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରେ ଯୁବକ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରେଲିଓ୍ବ କଲୋନୀରେ ସଂଘବଦ୍ଧ ଆକ୍ରମଣ ଘଟଣା: ଯୁବକ ମୃତ,  ଆଇଜିଏଚରେ ଚପା ଉତ୍ତେଜନା

author img

By

Published : Jun 7, 2020, 10:42 PM IST

Updated : Jun 7, 2020, 10:57 PM IST

ରାଉରକେଲା: ଷ୍ଟିଲ ସିଟିର ରେଲଓ୍ବେ କଲୋନୀରେ ଫୁଟିଲା ଗୁଳି । ରବିବାର ରାତି ସାଢେ ଆଠଟା ବେଳେ ଜଣେ ଯୁବକକୁ ଗୁଳି ମାରିବା ସହ ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ । ଏହି ଆକ୍ରମଣରେ ଦିଲଶାଦ ଖାନଙ୍କ ମୃତ୍ୟୁ ହୋଇଛି ।

ଆକ୍ରମଣ ପରେ ଦିଲଶାଦଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାର ରେଲଓ୍ବେ କଲୋନୀରେ ଫୁଟିଲା ଗୁଳି, ଜଣେ ମୃତ

ଦିଲଶାଦ ବିଭିନ୍ନ ଅପରାଧରେ ଜଡିତ ଥିବା କୁହାଯାଉଛି । ତେବେ ଆଇଜିଏଚ ପରିସରରେ ଘଟଣାକୁ ନେଇ ଉତ୍ତେଜନା ଥିବାରୁ ପୋଲିସର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚି ଥିବାବେଳେ ବହୁତ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jun 7, 2020, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.