ରାଉରକେଲା: ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ବାସିନ୍ଦା । ବିଭିନ୍ନ ଯୋଜନାରେ ସାମିଲ ନେଇ ରାଉରକେଲା ଅତିରିକ୍ତ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା । ରାଜ୍ୟ ସରକାରଙ୍କ ଠାରୁ ଅବହେଳିତ ହୋଇଥିବା ଅଭିଯୋଗ କରିଛନ୍ତି ରଘୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ । ସରକାରଙ୍କ କୌଣସି ଯୋଜନା ସେମାନଙ୍କ ପାଖରେ ପହଞ୍ଚି ନାହିଁ । ତେଣୁ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ଦାବି ନେଇ ରଘୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀର ମହିଳାମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଜନ ସାଧାରଣ ସବୁ ସୁବିଧା ପାଉଥିବା ବେଳେ ରଘୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀର ଲୋକେ ସୁବିଧା ପାଇ ପାରୁନାହାନ୍ତି । କାରଣ ରଘୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀ ଇସ୍ପାତ କାରଖାନା ଷ୍ଟିଲ ଟାଉନସିପ ଅଧୀନରେ ଆସୁଛି ତେବେ ସେଠାରେ ରାଜ୍ୟ ସରକାରଙ୍କ କୌଣସି ଜନହିତକାରୀ ଯୋଜନା ପହଞ୍ଚି ପାରୁନାହିଁ । ରାଉରକେଲା ମହାନଗର ନିଗମ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି । ସରକାର ସମସ୍ତଙ୍କ ସୁବିଧା ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଖାସ କରି ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲା ସବୁ ସୁବିଧାରୁ ବଞ୍ଚିତ ଅଛନ୍ତି । ସରକାରଙ୍କ ଶୁଭଦୃଷ୍ଟି ଆଢୁଆଳରେ ଏହି ଅଞ୍ଚଳ ୧୯୯୫ ମସିହାରୁ ପଡ଼ି ରହିଛି ବୋଲି ଅଭିଯୋଗ ହୋଇଛି । ଶତାଧିକ ମହିଳା ମୌଳିକ ଅଧିକାର ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହା ବି ପଢନ୍ତୁ...୮ ଦଫା ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲାର ସମିତି ସଭ୍ୟର ବିକ୍ଷୋଭ ପ୍ରଦର୍ଶନ
ରାଉରକେଲା ଇସ୍ପାତ କାରଖାନା ତାର କର୍ମଚାରୀଙ୍କ ପାଇଁ ବାସଗୃହ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କୁ ସେବା ପ୍ରଦାନ କରୁଥିବା ବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ପରିବାର ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀର ଲୋକେ ବହୁ ଗରିବ ହୋଇଥିବା ବେଳେ ଦୁଃଖ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ସରକାରୀ ଯୋଜନାରେ ସାମିଲ ହେଲେ ସେମାନଙ୍କ ଜୀବନ ସହଜ ହୋଇପାରିବ । ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲାରେ ଗଠିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ମୁକ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଯାହାଦ୍ବାରା ଏମାନେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସମସ୍ତ କଥାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି ହୋଇଛି ।
ଇଟିଭି ଭାରତ, ସୁନ୍ଦରଗଡ