ETV Bharat / state

ବାହୁବଳୀ ପୂଜା ପେଣ୍ଡାଲ ପ୍ରସ୍ତୁତିରେ କାରିଗର - ଶାରଦୀୟ ଦୁର୍ଗା ପୂଜା

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଉରକେଲା ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପୂଜା ପେଣ୍ଡାଲକୁ ନେଇ ଏକ ପ୍ରକାରର ପ୍ରତିଯୋଗିତା ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କାରିଗର ଓ ପୂଜା କମିଟି ଉଦ୍ୟମ ଜାରି ରଖିଛି।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା
author img

By

Published : Oct 4, 2019, 10:09 AM IST

ରାଉରକେଲା: ଆରମ୍ଭ ହୋଇଛି ପାର୍ବଣ ଋତୁ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏହିକ୍ରମରେ ବିଭିନ୍ନ ପୂଜା ମଣ୍ଡପରେ ଶୁକ୍ରବାର ଠାରୁ ଚାଲିବ ମାଆଙ୍କ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ହୋଇ ଉଠିଛି ଉତ୍ସବମୁଖର । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଉରକେଲା ସହରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପୂଜା ପେଣ୍ଡାଲ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କାରିଗର ଓ ପୂଜା କମିଟି ଉଦ୍ୟମ ଚଳାଇଛନ୍ତି । ଚଳିତବର୍ଷ ରାଉରକେଲା ସେକ୍ଟର-16ର ପୂଜା ପେଣ୍ଡାଲକୁ କାରିଗର ବାହୁବଳୀ ସିନେମାର ଦୁର୍ଗ ଭଳି ପ୍ରସ୍ତୁତ କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ପେଣ୍ଡାଲ ପ୍ରସ୍ତୁତିରେ ବିଳମ୍ବ ହୋଇଛି । ଏହି ପେଣ୍ଡାଲ ଦେଖିବାକୁ ଅନେକ ଭିଡ ହେବାର ସମ୍ଭାବନା ଥିବାରୁ ପାର୍କିଂ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଏଥିସହିତ ଦଶହରାକୁ ନେଇ ମେଳାରେ ଏବଂ ବିଭିନ୍ନ ଉଠା ଦୋକାନୀଙ୍କ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ସହର ରେ ପୁଜା ପେଣ୍ଡାଲ କୁ ନେଇ ଏକ ପ୍ରକାର ପ୍ରତିଯୋଗିତା ସ୍ଥିତି ଦେଖା ଯାଉଛି। ଦିନ ରାତି କାମ କରି ଶୀଘ୍ର କାମ ସାରିବାରେ ବ୍ୟସ୍ତ ଅଛନ୍ତି ପୂଜା କମିଟି ର ଲୋକ ମାନଙ୍କ ସହିତ କାରିଗର ମନେ। ସେକ୍ଟର-16 ପୂଜା ପେଣ୍ଡଳ ଟି ବହୁବଳୀ ସିନେମା ର ମହଲ ଭଳି ତିଆରି କର ଚାଲିଛି।

Body:ଦୁଇ ମାସ ଧରି କାରିଗର ମାନେ ଏହି ପେଣ୍ଡଳ ତିଆରୀ କରିବା କାମ ରେ ଲାଗିଛଯାନ୍ତି। ନିର୍ଦ୍ଧାରିତ ସମୟ ରେ କାମ ସାରି କି ଥାନ୍ତା କିନ୍ତୁ ମଝି ରେ କେତେ ଦିନ ଝଡ଼ ବର୍ଷା ଲାଗି ରହି ଥିବାରୁ ପେଣ୍ଡଳ ନିର୍ମାଣ କାମ ରେ ଟିକେ ବିଳମ୍ବ ହୋଇଛି। କିନ୍ତୁ ପୂଜା କମିଟି ମାନଙ୍କୁ ବିଶ୍ୱାସ ରହିଛି କାରିଗର ମନେ ଦିନ ରାତି ପରିଶ୍ରମ କରି ନିର୍ଦ୍ଧାରିତ ସମୟ ରେ ପ୍ସଣ୍ଡଳ ନିର୍ମାଣ କାମ ସାରିବେ।

Conclusion:ଏହି ପେଣ୍ଡଳ ରେ ବହୁତ ଅଧିକ ଭିଡ଼ ରହିବାର ସମ୍ଭାବନା ରହି ଥିବାରୁ ପର୍କିଙ୍ଗ ବ୍ୟବସ୍ଥା ସୁଦୃଡ଼ କରା ଯାଇଛି। ମେଳା ରେ ଦୋଳି ତଥା ଦୋକାନୀ ମଧ୍ୟ ଦୋକାନ ଲଗାଇବା ଆରଂଭ କରି ଦେଇ ଛନ୍ତି।
ବାଇଟ-ଶୁକ୍ରୁ ବିଭାର, ସମ୍ପାଦକ, ସେକ୍ଟର-16 ଦୁର୍ଗା ପୂଜା କମିଟି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.