ETV Bharat / state

ଜୁଆ ଖେଳ ବେଳେ ମାଡି ବସିଲା ପୋଲିସ, ୧୩ ଗିରଫ

author img

By

Published : Dec 11, 2022, 10:55 AM IST

ରାଉରକେଲା ପୋଲିସକୁ ବଡ଼ ସଫଳତା । ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିବା ସହ ୧୬ ଲକ୍ଷ ଟଙ୍କା ଜବତ କରିଛି । ଅଧିକ ପଢ଼ନ୍ତୁ

rourkela police raid on gambling at hotel
ଜୁଆ ଖେଳ ବେଳେ ମାଡି ବସିଲା ପୋଲିସ, ୧୩ ଗିରଫ

ଜୁଆ ଖେଳ ବେଳେ ମାଡି ବସିଲା ପୋଲିସ

ରାଉରକେଲା: ଥାନା ଠାରୁ ୧୦୦ ମିଟର ଦୂରରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା । ଖବର ପାଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ । ରାଉରକେଲା ପୋଲିସ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୩ ଜଣ ଜୁଆଡିଙ୍କୁ ଗିରଫ କରିଛି । ଏକ ହୋଟେଲରେ ବେଆଇନ ଭାବେ ଜୁଆ ଚାଲିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୧୬ ଲକ୍ଷ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁଯାୟୀ, ରାଉରକେଲାର ତାରିଣୀ ମନ୍ଦିର ନିକଟରେ ଥିବା ହୋଟେଲ ରାଉରକେଲା ପ୍ୟାଲେସର ରୁମ୍ ନମ୍ବର ୧୦୫ରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା। । ସୂଚନା ପାଇ ଜୁଆ ଆଡ୍ଡା ଚାଲିଥିବା ବେଳେ ରାଉରକେଲା ରଘୁନାଥପାଲ୍ଲୀ ଥାନା ପୋଲିସ ଚଢ଼ାଉ କରି 13ଜଣ ଜୁଆଡିଙ୍କୁ ଗିରଫ କରିଛି । ଏଥିରେ ଜଣେ ହୋଟେଲ କର୍ମଚାରୀ ସମ୍ପୃକ୍ତ ଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୧ଟି ମୋବାଇଲ ଫୋନ, ବାଇକ ଏବଂ କାର ଜବତ କରାଯିବା ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ପାନପୋଷ ଏସଡିପିଓ ଶାନ୍ତା ନୁତୂନ ସାମଦ ସୂଚନା ଦେଇଛନ୍ତି । ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ।

ରାଉରକେଲା, ରାଜଗାଙ୍ଗପୁର ଓ ବୀରମିତ୍ରପୁର ଅଞ୍ଚଳର ବ୍ୟବସାୟୀମାନେ ଏହି ଜୁଆ ଖେଳରେ ସାମିଲ ଥିବାର ଜଣାପଡିଛି । ପୋଲିସ ଏ ବାବଦରେ ହୋଟେଲ ମାଲିକଙ୍କୁ ମଧ୍ୟ ପଚରାଉଚରା କରୁଛି । ହୋଟେଲ ମାଲିକ ଜୁଆ ଆଡ୍ଡା ଚାଲିଥିବା ନେଇ କୌଣସି ଖବର ପାଇଥିଲେ ନା ନାହିଁ , କିଭଳି ଏବଂ କେଉଁ ପରିସ୍ଥିତିରେ ହୋଟେଲ ରୁମ ଭିତରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା ସେନେଇ ପଚରାଉଚରା କରୁଛି ରାଉରକେଲା ରଘୁନାଥପଲ୍ଲୀ ପୋଲିସ । ଏଥିରେ ଅନ୍ୟ କେହି ସାମିଲ ଥିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.