ETV Bharat / state

ରାଉରକେଲା ରେଳ ଡିଭିଜନ ଉପରେ ଲାଗିଲା ବିରାମ, DRMଙ୍କ ଜବାବ ପରେ ନିରାଶ ଜିଲ୍ଲାବାସୀ - ରାଉରକେଲା ରେଳ ଡିଭିଜନ ପ୍ରକଳ୍ପ

ବହୁ ପ୍ରତିକ୍ଷିତ ରାଉରକେଲା ରେଳ ଡିଭିଜନ ନିର୍ମାଣ ଆବଶ୍ୟକ ନାହିଁ ବୋଲି କହିଛନ୍ତି ରାଉରକେଲା ଗସ୍ତରେ ଥିବା ରେଳବାଇ ଚକ୍ରଧରପୁର DRM ଅରୁଣ ଯାଠଆ ରାଥୋଡ଼ । ଏହାପରେ ସହରରେ ଦେଖିବାକୁ ମିଳିଛି ଜନ ଅସନ୍ତୋଷ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 11, 2023, 5:35 PM IST

DRMଙ୍କ ଜବାବ ପରେ ନିରାଶ ଜିଲ୍ଲାବାସୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଉପରେ ଲାଗିଲା ବିରାମ । ପୂର୍ବରୁ ମନ୍ତ୍ରୀ ଏବଂ ବର୍ତ୍ତମାନ ରେଲୱେ DRM ଅରୁଣ ଯାଠଆ ରାଥୋଡ଼ଙ୍କ ଜବାବ ପରେ ନିରାଶ ଜିଲ୍ଲାବାସୀ । ରାଉରକେଲା ରେଳ ଡିଭିଜନ ପ୍ରତିଷ୍ଠା ଲାଗି କାହିଁ କେଉଁ କାଳରୁ ଦାବି ହୋଇଆସୁଥିବା ବେଳେ ଏହି ପ୍ରକଳ୍ପର କୌଣସି ଆବଶ୍ୟକତା ନାହି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଲୋକେ ଅସୁବିଧାରେ ପଡିବେ ବୋଲି କହିଛନ୍ତି ଡିଆରଏମ । ଏଭଳି ପ୍ରତିକ୍ରିୟା ଆସିବା ପରେ ସହରବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

ଏ ନେଇ ଡିଆଏମ କହିଛନ୍ତି, " ଏପର୍ଯ୍ୟନ୍ତ କୌଣସି ବିଚାର ହୋଇନାହିଁ । ଅଧିକ ଡିଭିଜନ ହେଲେ ଲୋକଙ୍କ କ୍ଷତି ହେବ । ଏକାଧିକ ଡିଭିଜନର ଆବଶ୍ୟକତା ନାହିଁ । ଏଣୁ ଏହି ପ୍ରକଳ୍ପ ନିର୍ମାଣ ହେବନାହିଁ ।" ରାଉରକେଲା ଗସ୍ତରେ ଆସି ପ୍ରତିକ୍ରିୟାରେ କହିଛନ୍ତି ରେଳବାଇ ଚକ୍ରଧରପୁର DRM ଅରୁଣ ଯାଠଆ ରାଥୋଡ଼ ଏଭଳି ପ୍ରତିକ୍ରିୟା ରଖିବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି ଦାବି ହୋଇ ଆସୁଥିବା ବେଳେ ଏବେ ରେଲୱେ DRMଙ୍କ ଜବାବ ପ୍ରକଳ୍ପ ଉପରେ ବିରାମ ଲଗାଇଛି ।

ଏହା ବି ପଢନ୍ତୁ- ଅଧପନ୍ତରିଆ କାର୍ଯ୍ୟ କରି ଚାଲିଗଲେ ଠିକାଦାର, ଏବେ ପୋଖରୀ ପାଲଟିଛି କ୍ରିକେଟ ଗ୍ରାଉଣ୍ଡ

ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ପ୍ରଚୁର ପରିମାଣର ଭିତ୍ତିଭୂମି ଥାଇ ମଧ୍ୟ କାହିଁକି ଏଠାରେ ହୋଇପାରୁନାହିଁ ରେଳ ଡିଭିଜନ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଅନ୍ୟପକ୍ଷରେ କିଛି ମାସ ତଳେ ରେଳ ଆକ୍ସନ କମିଟି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ରାଉରକେଲା ରେଳ ଡିଭିଜନ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଏହାପରେ ମଧ୍ୟ ମନ୍ତ୍ରୀଙ୍କ ପକ୍ଷରୁ ଆଜି ଯାଏଁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

ଏପଟେ ବର୍ତ୍ତମାନ ଚକ୍ରଧରପୁର ରେଲୱେ ଡିଭିଜନ DRMଙ୍କ ରାଉରକେଲାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ଉପରେ ପୂର୍ଣ୍ଣଚ୍ଛେଦ, ସମ୍ପୂର୍ଣ୍ଣ ଜିଲ୍ଲାବାସୀଙ୍କ ନିରାଶ କରିଛି । ବର୍ତ୍ତମାନ ରାଉରକେଲା ସହର ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଥିବା ବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିବର୍ଷ ପ୍ରାୟ ୧୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ରାଜସ୍ବ ଗ୍ରହଣ ହେଉଛି । ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଅର୍ଥରେ ଚକ୍ରଧରପୁର ଅଞ୍ଚଳରେ ରେଳ ବିଭାଗ ଅଧିକ ଉନ୍ନତ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ଉନ୍ନତି ଠିକ ଭାବେ ଦେଖିବାକୁ ମିଳୁନାହିଁ।

ବୋଧ ହୁଏ ରାଉରକେଲାକୁ ଡିଭିଜନ କରିବାକୁ ସାଉଥ ଇଷ୍ଟର୍ଣ୍ଣ ରେଳବାଇ ବିଭାଗ ଭୟ କରୁଛି ବୋଲି ଚର୍ଚ୍ଚା ହେଉଛି । ଚକ୍ରଧରପୁର ଅଞ୍ଚଳର ରେଳ ବିଭାଗ ଉନ୍ନତି ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ରେଳର ଉନ୍ନତି ଦେଖିବାକୁ ମିଳୁନାହିଁ ଏବଂ ଏହାସହ ସୁନ୍ଦରଗଡ଼ ଜିଲ୍ଲାରେ ବହୁ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ। ତେବେ ରାଉରକେଲା ରେଳ ଡିଭିଜନ କରାଗଲେ ଜିଲ୍ଲାରେ ରେଳ ବିଭାଗର ବହୁ ଉନ୍ନତି ସାଧନ ହେବ ବୋଲି ଦାବି ରଖିଛନ୍ତି ସହରବାସୀ । ବର୍ତ୍ତମାନ DRMଙ୍କ ପ୍ରତିକ୍ରିୟା ପରେ ଏହି ରେଳ ଡିଭିଜନ ନିର୍ମାଣ ଦାବି ଆହୁରି ଶାଣିତ କରିବ ବୋଲି କହିଛି ରେଳ ଡିଭିଜନ ଆକ୍ସନ କମିଟି ।

ଏଠାରେ ପ୍ରଶ୍ନ ଉଠୁଛି ଯେ କାହିଁକି ଏହି ରାଉରକେଲାରେ ହୋଇପାରିବନାହିଁ ରେଳ ଡିଭିଜନ ? ରାଉରକେଲା ରେଳ ଡିଭିଜନ ନ ହେବା ପଛରେ କିଏ ରହିଛି ଦାୟୀ ? ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ରେଳ ବିଭାଗର ତ୍ରୁଟି ? ସାଂସଦ ଜୁଏଲ ଓରାମ ମଧ୍ୟ ରେଳ ଡିଭିଜନ ପ୍ରତିଷ୍ଠା ଦାବି ନେଇ କୌଣସି ପ୍ରକାର ଇଚ୍ଛାଶକ୍ତି ଦେଖାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏଠାକାର ସାଂସଦଙ୍କ ରେଳ ଡିଭିଜନ ନିର୍ମାଣ ଦାବି ନେଇ ଅବହେଳା ନା କେନ୍ଦ୍ର ଓ ରାଜ୍ୟ ସରକାର ସହ ରେଳ ବିଭାଗର ରାଉରକେଲା ସହର ପ୍ରତି ଅବହେଳା ରହିଛି ତାହା ଏବେ ରହସ୍ୟ ମଧ୍ୟରେ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.