ETV Bharat / state

ରାଉରକେଲାରେ ଜମୁଛି ସରସ ମେଳା, ଚାହିଦାରେ ବାରିପଦା ମୁଢ଼ିମାଂସ ଓ କେନ୍ଦୁଝର ପତ୍ରପୋଡା

author img

By

Published : Jan 25, 2023, 10:28 AM IST

Updated : Jan 25, 2023, 1:29 PM IST

ରାଉରକେଲା ଶିଶିର ସରସ ମେଳାରେ ଜମୁଛି ବାରିପଦା ମୁଢିମାଂସ । ଚାହିଦାରେ ରହିଛି କେନ୍ଦୁଝର ପତ୍ରପୋଡା ମାଂସ । ଅଧିକ ପଢ଼ନ୍ତୁ

shishir saras mela in rourkela
ରାଉରକେଲା ଶିଶିର ସରସ ମେଳା
ରାଉରକେଲାରେ ଜମୁଛି ସରସ ମେଳା

ରାଉରକେଲା: ହକି ବିଶ୍ବକପ ପାଇଁ ରାଉରକେଲାରେ ଚାଲିଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ନାଚଗୀତରେ ଝୁମୁଛନ୍ତି ସହରବାସୀ । ଏଥିସହ ବିଭିନ୍ନ ସୁଆଦିଆ ଖାଦ୍ୟର ମଜା ଉଠାଉଛନ୍ତି । ସନ୍ଧ୍ୟା ହେଲେ ସରସ ମେଳାରେ ପଡ଼ିଥିବା ଖାଦ୍ୟ ଷ୍ଟଲ୍‌ରେ ଜମୁଛି ଭିଡ଼ । ବିଶେଷ ଭାବରେ ମୁଢ଼ିମାଂସ ଓ ପତ୍ରପୋଡା ଷ୍ଟଲ୍‌ରେ ଅଧିକ ଭିଡ଼ ଜମୁଛି । ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ବାରିପଦାର ପ୍ରସିଦ୍ଧ ମୁଢ଼ିମାଂସ ।

ବାରିପଦାର ମୁଢ଼ିମାଂସ ଏବଂ କେନ୍ଦୁଝରର ଦେଶୀ ଚିକେନ୍ ଏବଂ ମଟନ ପତ୍ରପୋଡା ଶୁଣିଲେ ଖାଇବା ପ୍ରିୟ ଲୋକଙ୍କ ମନରେ ଆସିଯାଏ ଲୋଭ । ସୁନ୍ଦରଗଡ଼ ଜିଲ୍ଲାରେ ତଥା ସମ୍ପୂର୍ଣ୍ଣ ରାଜ୍ୟରେ ମୁଡ଼ିମାଂସ ଏବଂ ପତ୍ରପୋଡା ଏତେ ପରିମାଣରେ ମିଳେନାହିଁ । ଯଦିଓ ମିଳେ ବାରିପଦା ମୁଢ଼ିମାଂସର ସ୍ବାଦ ଏବଂ କେନ୍ଦୁଝରର ଦେଶୀ ମଟନ ଏବଂ ଚିକେନ୍ ପତ୍ରପୋଡା ଟେଷ୍ଟ ମିଳିବା ମୁସ୍କିଲ । କିନ୍ତୁ ବର୍ତ୍ତମାନ ଏହା ରାଉରକେଲା ସହରରେ ଉପଲବ୍ଧ । ରାଉରକେଲା ସହରରେ ପ୍ରଥମ ଥର ପାଇଁ ସରସ ମେଳା ଅନୁଷ୍ଠିତ ହେଉଛି । ଏଠାରେ ମିଳୁଛି ସ୍ୱାଦିଷ୍ଟ ବାରିପଦାର ମୁଢ଼ିମାଂସ ସହ କେନ୍ଦୁଝରର ଦେଶୀ ପତ୍ରପୋଡା ଚିକେନ ଏବଂ ମଟନ ମାଂସ ।

ଏହା ମଧ୍ୟ ପଢ଼ନ୍ତୁ: ବୈଷୟିକ ଜ୍ଞାନରେ ବିକଶିତ ହେବ କୃଷି, ଏଓଏମ ସହ ଚୁକ୍ତିନାମା ସ୍ବାକ୍ଷରିତ

ଯାହାକୁ ଖୁବ ଖୁସିର ସହ ଟେଷ୍ଟ କରୁଛନ୍ତି ରାଉରକେଲା ସହରବାସୀ । ସନ୍ଧ୍ୟା ହେଲେ ସରସ ମେଳାରେ ଜମୁଛି ଲୋକଙ୍କ ଭିଡ଼ । ଖାସ କରି ଖାଇବାର ଆନନ୍ଦ ନେବା ପାଇଁ ଆସୁଛନ୍ତି ଦର୍ଶକ । ମୁଢ଼ିମାଂସ ସହ ଦେଶୀ ମାଂସ ପତ୍ର ପୋଡା ଖାଇବା ପାଇଁ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଲୋକେ ଆସୁଛନ୍ତି । ମେଳା ବୁଲା ସାଙ୍ଗକୁ ସୁସ୍ୱାଦୁ ଖାଇବା ଲୋକଙ୍କୁ ଆକୃଷ୍ଟ କରୁଛି । ଦେଶୀ ଖାସି ମାଂସ ସାଙ୍ଗକୁ ଦେଶୀ ପ୍ରଣାଳୀରେ ତିଆରି ମୁଢ଼ି ଏବଂ ମଟନର ଆଳୁ ମିଶିଗଲା ପରେ ଲୋକଙ୍କ ମଧ୍ୟରେ ଏହାକୁ ଚାଖିବାକୁ ବଢୁଛି ଉତ୍ସୁକତା ।

ଏହା ମଧ୍ୟ ପଢ଼ନ୍ତୁ: ହକି ବିଶ୍ବକପ୍ ବେଳେ ମାତିଲେ ଲୁଟେରା, ପକେଟ୍‌ରୁ ନେଇଗଲେ ଟିକେଟ

ଏହାର ସ୍ବାଦ ଚାଖିବା ପାଇଁ ଲୋକେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି । ଆଉ ଦିଆଚାଲିଛି ଅର୍ଡର ଉପରେ ଅର୍ଡର । ପ୍ରସିଦ୍ଧ କେନ୍ଦୁଝର ଜିଲ୍ଲାର ପତ୍ରପୋଡା ମାଂସ ଖାଇବା ପାଇଁ ମଧ୍ୟ ଷ୍ଟଲ୍‌ରେ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । କେବଳ ଯେ ଚିକେନ ବା ମଟନ ନୁହେଁ ଚୁନା ମାଛ, ବଡ଼ ମାଛ, ଚିଙ୍ଗୁଡ଼ି କଙ୍କଡା ସବୁ ପ୍ରକାର ଜିନିଷରେ ପତ୍ରପୋଡା କରାଯାଇଛି । ଶାଳ ପତ୍ର ଭିତରେ ମସଲା ଦେଇ ମାଂସ ପୋଡିବାର ଯେଉଁ ବାସ୍ନା ଲୋକଙ୍କୁ ଷ୍ଟଲ୍‌ ପାଖକୁ ଟାଣି ଆଣୁଛି ।

ଇଟିଭି ଭାରତ, ରାଉରକେଲା

Last Updated : Jan 25, 2023, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.