ETV Bharat / state

ଉତ୍କଳ ଦିବସକୁ ସ୍ବାଭିମାନ ଦିବସ ପାଳିଲା ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ

author img

By

Published : Apr 1, 2023, 7:17 PM IST

ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି ରାଉରକେଲା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଲୋକଙ୍କ ଟଙ୍କାରେ ନିର୍ମାଣ ହୋଇଛି । ଏଥିପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଘରୋଇ କମ୍ପାନୀକୁ ଟେକିଦେବା ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଖେଳିବାକୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ

http://10.10.50.80:6060/reg-lowres/01-April-2023/slugod-rkl-02-demonstration-avb-od10047_01042023133843_0104f_1680336523_800.mp4

ନଅ ଦଫା ଦାବି ନେଇ ଉତ୍କଳ ଦିବସକୁ ସ୍ବାଭିମାନ ଦିବସ ପାଳିଲା ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ

ରାଉରକେଲା: ନଅ ଦଫା ଦାବି ନେଇ ଉତ୍କଳ ଦିବସକୁ ସ୍ବାଭିମାନ ଦିବସ ପାଳିଲା ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ । ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ବୃହତ୍ତର ସ୍ବାର୍ଥ ଓ ସ୍ବାଭିମାନକୁ ନେଇ ବିକ୍ଷୋଭ କରିଛି ସଂଗଠନ । ଆଜି ରାଉରକେଲା ଆମ୍ବଗାନ ଛକ ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ପ୍ରଦର୍ଶନ କରାଯାଇଛି ।

ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ନଅ ଦଫା ଦାବି ନେଇ ଏହି ଗଣବିକ୍ଷୋଭ କରିଆସୁଛି । ସଂଗଠନର ଦାବି ଗୁଡିକ ମଧ୍ୟରେ ରହିଛି ରାଉରକେଲା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଆପୋଲକୁ ଟେକିଦେବକୁ ବିରୋଧ, ତାଳଚେର ବିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ, ରାଉରକେଲାକୁ ଏକ ସ୍ଵତନ୍ତ୍ରରେଳ ଡିଭିଜନ ଘୋଷଣା, ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଘୋଷଣା, ରାଉରକେଲା ସଫ୍ଟୱେୟାର ପାର୍କର ଉନ୍ନତିକରଣ, ରାଉରକେଲା ଇସ୍ପାତ କାରଖାନା ପାଇଁ ବାସଚ୍ୟୁତଙ୍କୁ କ୍ଷତିପୂରଣ ପ୍ରଦାନ, ରାଉରକେଲା ବିମାନ ବନ୍ଦରର ଉନ୍ନତି କରଣ, ସୁନ୍ଦରଗଡ ଜିଲ୍ଲାରେ ଏମଏସଏମଇର ବିକାଶ, ରାଉରକେଲା ଇସ୍ପାତ କାରଖାନାର ନୂତନ ଆଧୁନିକକରଣ ଓ ସଂପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି ।

ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି ରାଉରକେଲା ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଲୋକଙ୍କ ଟଙ୍କାରେ ନିର୍ମାଣ ହୋଇଛି । ଏଥିପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଘରୋଇ କମ୍ପାନୀ ( ଆପୋଲ ହସ୍ପିଟାଲ ଗ୍ରୁପ) କୁ ଟେକି ଦେଇ ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଖେଳିବାକୁ ବିରୋଧ କରାଯାଇଛି । ଏହାସହ ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜମି ଅଧିଗ୍ରହଣ ରାଜ୍ୟ ସରକାର ସମ୍ପୂର୍ଣ୍ଣ କରିବା ସହ ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସରକାର ପଦକ୍ଷେପ ନେବା ସହ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଏହା ସହ ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା ଦାବି କରିଛି ସଂଗଠନ । କାରଣ ରାଉରକେଲା ରେଳ ବିଭାଗ ଚକ୍ରଧରପୁର ରେଳ ଡିଭିଜନକୁ ସବୁଠାରୁ ଅଧିକ ପ୍ରାୟ 8000 କୋଟି ଟଙ୍କା ରାଜସ୍ବ ଯୋଗାଉଛି । ତେଣୁକରି ଏହାକୁ ସ୍ୱତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ ଦାବି କରିଛନ୍ତି । ଏହା ବାଦ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଏକ ବିଶ୍ଵବିଦ୍ୟାଳୟ ଭାବେ ଘୋଷଣା କରିବା, ରାଉରକେଲା ସଫ୍ଟୱେୟାର ପାର୍କର ଉନ୍ନତିକରଣ କରିବା, ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜମି ହରାଇଥିବା ବାସଚ୍ୟୁତମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ଥଇଥାନ କରିବା, ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ କରିବା ସହ ଦେଶର ପ୍ରମୁଖ ସହରକୁ ବିମାନ ଚଳାଚଳ କରିବା ପାଇଁ ପଦକ୍ଷେପ ନେବା, ସୁନ୍ଦରଗଡ ଜିଲ୍ଲାରେ ଏମଏସଏମଇର ବିକାଶ କରିବା ସହ ବେକାରଙ୍କ ହାତରେ କାମ ଯୋଗାଇ ଦେବା, ରାଉରକେଲା ଇସ୍ପାତ କାରଖାନାର ନୂତନ ଆଧୁନିକକରଣ ଓ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆଦି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.