ETV Bharat / state

ଚମକିଲେ ଓଡ଼ିଆ ଝିଅ, ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଉଟି କଣ୍ଟେଷ୍ଟ ବିଜୟ ମୁକୁଟ - ରାଉରକେଲା ଝିଅ ଡି ପୂଜା

ମୁମ୍ବାଇରେ ମିସ କୁଇନ ଅଫ ଏସିଆ ୱାର୍ଲଡ ପ୍ରତିଯୋଗିତାରେ ବିଜୟ ଲାଭ କରି ଓଡିଶାକୁ ଗୌରବାନ୍ବିତ କରିଛନ୍ତି ରାଉରକେଲା ଝିଅ ଡି ପୂଜା । ଅଧିକ ପଢନ୍ତୁ

ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ ଡି ପୂଜା
ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ ଡି ପୂଜା
author img

By

Published : Feb 9, 2023, 9:41 PM IST

ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ, ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଜୟ ମୁକୁଟ

ରାଉରକେଲା: ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ ଡି ପୂଜା । ୪୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ମୁକୁଟ ପିନ୍ଧିଛନ୍ତି ୧୮ ବର୍ଷୀୟ ଡି ପୂଜା । ମୁମ୍ବାଇରେ ମିସ୍‌ କୁଇନ୍‌ ଅଫ୍‌ ଏସିଆ ୱାର୍ଲଡ ପ୍ରତିଯୋଗିତାରେ ବିଜୟ ଲାଭ କରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି । ମିସ୍‌ କୁଇନ୍‌ ଅଫ୍‌ ଏସିଆନ୍‌ ୱାର୍ଲଡ଼ ବିଉଟି କଣ୍ଟେସ୍ଟରେ ଚମକିଲେ ରାଉରକେଲା ଝିଅ । ମିସ୍‌ କୁଇନ୍‌ ଅଫ୍‌ ଏସିଆନ୍‌ ୱାର୍ଲଡ୍‌ ବିଉଟି ପ୍ରତିଯୋଗିତାରେ ନିଜର ଜଲୱା ଦେଖାଇଲେ ଓଡ଼ିଆ ଝିଅ ଡି. ପୂଜା । ସାରା ଦେଶର ୪୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ମାତ୍ର ୧୮ ବର୍ଷ ବୟସରେ ଓଡିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ପୂଜା ।

ସେ ମୁମ୍ବାଇରେ ଏସିଆନ ବିଉଟି କଣ୍ଟେଷ୍ଟରେ ଭାଗ ନେଇଥିଲେ । ସେଠାରେ ନିଜର ପ୍ରତିଭା ଏବଂ ନିଜର ସୁନ୍ଦରତାର ଜଲୱା ଦେଖାଇଥିଲେ । ରାଉରକେଲା ସହରର ସେକ୍ଟର ୪ରେ ବସବାସ କରନ୍ତି ପୂଜା । ପୂଜାଙ୍କ ଛୋଟ ବେଳୁ ଇଚ୍ଛା ଥିଲା ଯେ ସେ ବଡ଼ ହେଲେ ଜଣେ ମଡେଲ ବନିବେ । ଏଥିପାଇଁ ସେ ବହୁତ ପ୍ରଚେଷ୍ଟା କରିଥିବା କହିଛନ୍ତି । ଏହି ସଫଳତାର ଶ୍ରେୟ ସେ ତାଙ୍କ ମା'ଙ୍କୁ ଦେଇଛନ୍ତି । ତାଙ୍କର ସବୁ କ୍ଷେତ୍ରରେ ତାଙ୍କ ମା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଦେଇଥିବାରୁ ଆଜି ସେ ଏହି ସଫଳତା ହାସଲ କରିଥିବା କହି ଖୁସି ବ୍ୟକ୍ତ କରିଛନ୍ତି । ଛୋଟ ବେଳୁ ମଡେଲିଂ ପ୍ରତି ଆକୃଷ୍ଟ ଥିବା ଡି. ପୂଜା ପୂର୍ବରୁ ରାଜ୍ୟ ଏବଂ ଆନ୍ତଃରାଜ୍ୟ ବିଉଟି ପ୍ରତିଯୋଗିତାଗୁଡିକରେ ଭାଗ ନେଇଥିଲେ । ସବୁଠାରେ ନିଜର ପ୍ରତିଭା ପ୍ରଦର୍ଶନ କରି ପୂର୍ବରୁ ମଧ୍ୟ ବହୁ କାର୍ଯ୍ୟକ୍ରମରେ ବିଜୟୀ ହୋଇଛନ୍ତି ପୂଜା ।

୨୦୧୯ ମସିହାରେ ପୂଜାଙ୍କ ବାପାଙ୍କର ଦେହାନ୍ତ ହେବା ପରେ ସେ କିଛି ସମୟ ପାଇଁ ଭାଙ୍ଗି ପଡିଥିଲେ । କିନ୍ତୁ ସେ ନିଜର ଲକ୍ଷ୍ୟକୁ ଭୁଲି ନଥିଲେ । ଛୋଟ ବେଳୁ ବାପାଙ୍କର ମଧ୍ୟ ଇଚ୍ଛା ଥିଲା ଯେ ଝିଅ ମଡେଲିଂ ଲାଇନରେ ବହୁତ ଆଗକୁ ଯାଉ । ଏହାପରେ ମିଳିଲା ମା'ଙ୍କର ସମର୍ଥନରେ ପୂଜା ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ । ଆଜି ପୂଜା ଜଣେ ମିସ କୁଇନ ଅଫ ଏସିଆନ ୱାର୍ଲଡ ବିଉଟି କୁଇନ ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଡି. ପୂଜା ବର୍ତ୍ତମାନ ରାଉରକେଲା ସହରରେ ଦିଲ୍ଲୀ ପବ୍ଲିକ ସ୍କୁଲ୍‌ରେ ଏକାଦଶ ଶ୍ରେଣୀର ଛାତ୍ରୀ । ପାଠପଢା ସହ ନିଜର ମଡେଲିଂ ପାଇଁ ସମୟ ବାହାର କରି ନିଜର ସ୍ବପ୍ନ ପୁରା କରିଛନ୍ତି ପୂଜା । ତେବେ ଏହି କ୍ଷେତ୍ରରେ ସେ ଆହୁରି ଆଗକୁ ଯିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେପଟେ ରାଉରକେଲା ସହରବାସୀ ଡି. ପୂଜାଙ୍କୁ ତାଙ୍କର କୃତିତ୍ବ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.