ETV Bharat / state

ବିମାନ ବନ୍ଦର ସଂପ୍ରସାରଣ ଜମି ନାହିଁ କହିଲେ ମନ୍ତ୍ରୀ, ନିନ୍ଦା କଲେ ରାଉରକେଲାବାସୀ

author img

By

Published : Feb 4, 2023, 9:57 AM IST

Updated : Feb 4, 2023, 10:08 AM IST

ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ରାଉରକେଲାରେ ଜମି ନାହିଁ କହିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ । ମନ୍ତବ୍ୟକୁ ନିନ୍ଦା କଲେ ରାଉରକେଲାବାସୀ ।

Rourkela local people reaction
Rourkela local people reaction
Rourkela local people reaction

ରାଉରକେଲା: ବହୁ ବର୍ଷର ଅପେକ୍ଷା ପରେ ରାଉରକେଲାବାସୀଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଛି । ରାଉରକେଲାରୁ ବିମାନ ଉଡାଣ ମଧ୍ୟ ଆରମ୍ଭ ହୋଇଛି । ହେଲେ ହକି ବିଶ୍ବକପ ନସରୁଣୁ ପୁଣି ଆରମ୍ଭ ହେଲା ରାଉରକେଲା ବିମାନ ବନ୍ଦରକୁ ଅଣଦେଖା ଘଟଣା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବିକ୍ରମ ସିଂ ଦେଇଥିବା ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି ରାଉରକେଲାବାସୀ ।

ତେବେ ସଂସଦରେ ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ର ବେସାମରିକ ବିମାନ ରାଷ୍ଟ୍ରମନ୍ତ୍ରୀ ବିକ୍ରମ ସିଂଙ୍କୁ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କରିବା ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ଏହାର ଉତ୍ତର ଥିଲା ସମ୍ପୂର୍ଣ୍ଣ ଅଲଗା । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ କହିଥିଲେ, "ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ରାଉରକେଲାରେ ଜମି ନାହିଁ । ତେଣୁ ବିମାନ ବନ୍ଦର ସମ୍ପ୍ରସାରଣ ହୋଇ ପାରିବ ନାହିଁ ।" ତେବେ ଏହାକୁ ଦୃଢ ନିନ୍ଦା କରିଛନ୍ତି ରାଉରକେଲାବାସୀ ।

ଲୋକେ କହିଛନ୍ତି ଯେ ମନଭାଵ ଅଭାବ ଥିଲେ ଏଭଳି ମନ୍ତବ୍ୟ ଦିଅନ୍ତି । କେବଳ ରାଜ୍ୟ ସରକାର ଏଥିରେ ପ୍ରଶ୍ନ କଲେ ହେବ ନାହିଁ ବରଂ ରାଜ୍ୟ ସରକାର ନିଜ ପକ୍ଷରୁ ଜମି ପାଇଁ କେନ୍ଦ୍ର ସରକାର ଏବଂ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ମିଶି ଏହାର ସମାଧାନ କରିବା କଥା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଭର୍ତ୍ତୃହରି ପ୍ରଶ୍ନ କରିଥିଲେ ଯେ," ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ପରଠାରୁ କେଉଁ ସବୁ ସୁବିଧା ଉପଲବ୍ଧ କରାଯାଇଛି । ଅଧିକ ଯାତ୍ରୀଙ୍କ କ୍ଷମତା ସମ୍ପନ୍ନ ବିମାନ ପାଇଁ ରନୱେ ବଢେଇବାକୁ କୌଣସି ଯୋଜନା ଅଛି କି ? ଟର୍ମିନାଲ ଭବନ ସଂପ୍ରସାରଣ ସହ ଯାତ୍ରୀଙ୍କ ଲାଉଞ୍ଜ ବଢାଇବାକୁ ନେଇ କୌଣସି ଆଲୋଚନା ହୋଇଛି କି? ସେହିପରି କେତେଦିନ ସୁଦ୍ଧା ଟର୍ମିନାଲକୁ ସଂପ୍ରସାରଣ ସହ ରନୱେ ବଢାଇବା କାର୍ଯ୍ୟ ସରିବ ?"

ଏହା ମଧ୍ୟ ପଢନ୍ତୁ: Earthquake in Manipur: ୪.୦ ତୀବ୍ରତାରେ ଥରିଲା ମଣିପୁର

ତେବେ ଏହାର ଏକ ଭିନ୍ନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି," ରାଉରକେଲା ବିମାନବନ୍ଦର ୨ସି ବିଏଫଆର ବିମାନ ଚଳାଚଳ ପାଇଁ ଲାଇସେନ୍ସ ପାଇଛି । ବିମାନବନ୍ଦରରେ ଏଟିଆର-୭୨ ବିମାନ ଚଳାଚଳ ସୁବିଧା ପାଇଁ ୬୫୦ ବର୍ଗମିଟରର ଟର୍ମିନାଲ ଭବନ, ଏଟିସି, ପାର୍କିଙ୍ଗ, ଚାଇଲଡ କେୟାର ରୁମ, ହ୍ୱିଲ ଚେୟାର ସହାୟତା, ସଂରକ୍ଷିତ ଲାଉଞ୍ଜ ଉପଲବ୍ଧ ଅଛି ।

ସେହିପରି ବର୍ତ୍ତମାନ ରାଉରକେଲା ବିମାନବନ୍ଦରରେ ରନୱେ ବିସ୍ତାର କରିବାକୁ ଜମି ଉପଲବ୍ଧ ନାହିଁ । ତେଣୁ ରାଉରକେଲା ବିମାନ ବନ୍ଦର ଆଉ ସମ୍ପ୍ରସାରଣ ହୋଇ ପାରିବ ନାହିଁ। ତେବେ କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଏହି ରାଉରକେଲା ବିମାନ ବନ୍ଦରରୁ ଆଗମୀ ଦିନରେ କଲିକତା ଏବଂ ଦିଲ୍ଲୀକୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି କୁହାଯାଇଛି ।"

ଅନ୍ୟପଟେ ରାଉରକେଲା ବିମାନ ବନ୍ଦରକୁ ସମ୍ପ୍ରସାରଣ କଥା ଚିନ୍ତା କରନ୍ତୁ ସରକାର ଏବଂ ଏହାକୁ ସମ୍ପ୍ରସାରଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ହକି ବିଶ୍ୱକପ ପାଇଁ ତରବରିଆ ଭାବରେ ଏହାକୁ ନିର୍ମାଣ କରି ଏଭଳି ଅଧାରେ ଛାଡିବା କଥା ନୁହେଁ ବରଂ ରାଉରକେଲା ସହରର ସେଇ ଭିତ୍ତିଭୂମି ଅଛି ଯାହା ରାଉରକେଲା ସହରରେ ବଡ଼ ବିମାନ ଉଡାଣ ଭରିଲେ ମଧ୍ୟ ଏହା ସଫଳ ହେବ । ବିମାନ ବନ୍ଦର ସମ୍ପ୍ରସାରଣ କରି ଏହାକୁ ଆହୁରି ଉନ୍ନତି କରାଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Feb 4, 2023, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.