ରାଉରକେଲା: ରାଜ୍ୟ ସରକାରଙ୍କ ପକ୍ଷରୁ ଦୁବାଇ ଯିବେ ରାଉରକେଲା ସହରର ଛାତ୍ର । ଏକ୍ସପୋଜର ଭିଜିଟ ପାଇଁ ସୁଯୋଗ ପାଇଥିବା ୫ଜଣଙ୍କ ଭିତରେ ରାଉରକେଲାର ଜଣେ ଛାତ୍ର ରହିଛନ୍ତି । ରାଉରକେଲା ସରକାରୀ ITIର ଛାତ୍ର ହେଉଛନ୍ତି ହିମାଂଶୁ ଶେଖର ସାହୁ।
ରାଉରକେଲା ପାଇଁ ଗର୍ଵ ଆଣିଛନ୍ତି ରାଉରକେଲା ସରକାରୀ ITI ର ଛାତ୍ର । ନିଜ ଜ୍ଞାନ କୌଶଳ ଯୋଗୁଁ ଦୁବାଇ ଯାଇ ଏକ୍ସପୋଜର ଭିଜିଟ କରିବାର ସୁଯୋଗ ପାଇଛନ୍ତି ରାଉରକେଲା ସହରର ହିମାଂଶୁ ଶେଖର ସାହୁ । ଓଡ଼ିଶାରୁ ଦୁଇ ଛାତ୍ରଙ୍କ ସହ ତିନି ଛାତ୍ରୀଙ୍କୁ ଟିକଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା, ମାଲକାନିଗିରି, ବ୍ରହ୍ମପୁର ସରକାରୀ ITI ସହ ମୟୂରଭଞ୍ଜ, ଯାଜପୁର ପଲିଟେକ୍ନିକର ଛାତ୍ର ଛାତ୍ରୀ ରହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକେଟ ପାଇବା ପରେ ସେମାନେ ଖୁସିବ୍ୟକ୍ତ କରିଛନ୍ତି ।
ଓଡିଶାର ଏହି ୫ଜଣ ଛାତ୍ରଛାତ୍ରୀ ଆସନ୍ତା ୧୫ ତାରିଖରେ ଦୁବାଇ ଯିବେ । ରାଉରକେଲା ସରକାରୀ ଆଇଟିଆଇର ଡ୍ରଟସ ମେନ ମେକାନିକାଲର ଶେଷ ବର୍ଷ ଛାତ୍ର ହିମାଂଶୁ ଶେଖର ସାହୁ । ବ୍ରହ୍ମପୁର ସରକାରୀ ITIର ଛାତ୍ରୀ ଅପସା ରାଣୀ ବେହେରା, ମାଲକାନିଗିରି ସରକାରୀ ITIର ଛାତ୍ରୀ ବୁଦୁଲି ବିରସାନି, ମୟୂରଭଞ୍ଜ ସରକାରୀ ପଲିଟେକନିକର ଛାତ୍ରୀ ଭଗ୍ୟସ୍ମିତା ପୃଷ୍ଟି ସହ ଯାଜପୁର ସରକାରୀ ପଲିଟେକନିକର ଛାତ୍ର ବଳରାମ ବେହେରା ଦୁବାଇ ଯିବେ । ଏହି ଦୁଇ ଛାତ୍ରଙ୍କ ସହ ତିନି ଛାତ୍ରୀ ନିଜ ନିଜ ପାଠ୍ୟକ୍ରମରେ ସଫଳତା ହାସଲ କରିବା ସହ ଆଉଟ୍ ଲୁକ୍ ନଲେଜ୍ ପାଇଁ ରାଜ୍ୟ ସ୍କିଲ ଡେଭେଲପମେଣ୍ଟ ଏଣ୍ଡ ଟେକ୍ ନିକାଲ ଏଜୁକେସନ ବିଭାଗ ପକ୍ଷରୁ ଦୁବାଇ ଏକ୍ସପ୍ଲୋଜର ଭିଜିଟ ପାଇଁ ଦୁବାଇ ଟିକେଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଅନୁସାରେ, ମାଲକାନିଗିରି ଛାତ୍ରୀ ବୁଦୁଲି କିରସାନି ହେଉଛନ୍ତି ଆଦିବାସୀ ବଣ୍ଡା ସମ୍ପ୍ରଦାୟର । ଅନ୍ୟପଟେ ହିମାଂଶୁ ଶେଖର ସାହୁ ଗରିବ ସୀମାରେଖା ତଳେ ବସବାସ କରୁଥିବା ପରିବାରର ହୋଇଥିବା ଜଣାପଡିଛି । ଏନେଇ ସେ କହିଛନ୍ତି, "ନିଜର ପରିଶ୍ରମ, ବାପାମାଆଙ୍କ ସହଯୋଗ, ଅଧ୍ୟାପକ ଅଧ୍ୟାପିକାମାନଙ୍କ ଗାଇଡେନ୍ସ ପାଇ ଆଜି ଏକ୍ସପୋଜର ଭିଜିଟରେ ଯାଇପାରିବି । ଦୁବାଇ ଯାଇ ସେଠାରେ ଏହି ଏକ୍ସପୋଜର ଭିଜିଟରେ ସେଠାକାର ଟେକ୍ନୋଲୋଜି ସମ୍ପର୍କରେ ଜାଣିବେ ଜ୍ଞାନ ଆହରଣ କରିବି । କିଭଳି ଏହାକୁ ଭାରତରେ ହେଉ ବା ରାଉରକେଲା ସହରରେ ହେଉ ଏବଂ ନିଜ ଜୀବନରେ ଏହାକୁ କିଭଳି କାର୍ଯ୍ୟକାରୀ କରି ପାରିବେ ତାହା ଜାଣିବା ପାଇଁ ଉତ୍ସାହିତ ରହିଛି । ମୁଁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।"
ଇଟିଭି ଭାରତ, ରାଉରକେଲା