ETV Bharat / state

ବୈଦିକ ଜ୍ଞାନର ଗନ୍ତାଘର ‘ଗୁରୁକୁଳ ବୈଦିକ ଆଶ୍ରମ’ - ରାଉରକେଲା

ଆଜିବି ରାଉରକେଲାରେ ଉଜ୍ଜୀବିତ ରହିଛି ଗୁରୁକୁଳ ଆଶ୍ରମର ସେଇ ଅନନ୍ୟ ପରମ୍ପରା । ଆଧୁନିକତାର ସ୍ପର୍ଶରେ ବଦଳି ନାହିଁ ଏହାର ସଂସ୍କୃତି ଓ ପରମ୍ପରା । ହୋମ ଯଜ୍ଞରେ ଓ ବେଦ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠେ ଏହି ବୈଦିକ ଆଶ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 16, 2019, 2:01 AM IST

Updated : Jul 16, 2019, 11:39 AM IST

ରାଉରକେଲା: କାହିଁ କେଉଁ କାଳରୁ ଦେଶରେ ଚାଲି ଆସିଛି ଗୁରୁକୁଳ ପରମ୍ପରା । ବୈଦିକ ଶିକ୍ଷା ସହ ସଂସ୍କୃତ ଶିକ୍ଷାର ପ୍ରଚଳନ ମଧ୍ୟ ଗୁରୁକୁଳ ପରି ବେଶ ପୁରୁଣା । ହେଲେ ସମୟ ସହ ଲୁପ୍ତ ପ୍ରାୟ ଏହି ସଂସ୍କୃତିକୁ ପୁଣି ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ସହରର ବେଦବ୍ୟାସସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମର ପିଲାଏ । ସଂସ୍କାର ସ୍ବରୂପ ଏଠାରେ ଦୈନିକ ଭାବେ ବୈଦିକ ରୀତିନୀତିରେ ହୋମଯଜ୍ଞ କରାଯିବାର ନିୟମ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

କେବଳ ହୋମଯଜ୍ଞ ସହ ମନ୍ତ୍ର ଉଚ୍ଚାରଣ ନୁହେଁ ବରଂ ପିଲାମାନଙ୍କୁ ଏଠାରେ ଦିଆଯାଉଛି ସ୍କୁଲ ଶିକ୍ଷା ଯଥା ସଂସ୍କୃତ, ଇଂରାଜୀ ଓ ଓଡିଆ ଭାଷା ଜ୍ଞାନ । ବେଶ୍‌ ଶୃଙ୍ଖଳିତ ଭାବେ ଗୁରୁଶିଷ୍ୟ ପରମ୍ପରା ଅନୁଯାୟୀ ଜ୍ଞାନ ଆହରଣ କରିଥାନ୍ତି ଆଶ୍ରମର ପିଲାମାନେ । ଯାହା ବର୍ତ୍ତମାନ ସମୟରେ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖୁଥିବା ଅନୁଷ୍ଠାନମାନଙ୍କ ପାଇଁ ଏକ ଜୀବନ୍ତ ଉଦାହରଣ ।

ତେବେ ବର୍ତ୍ତମାନର ମଡର୍ଣ୍ଣ ସାଇନ୍ସ ଓ ଟେକ୍ନୋଲୋଜି ଆଗରେ ବୈଦିକ ଶିକ୍ଷା ନିଜର ମାନ ହରାଇବାକୁ ବସିଥିବା ବେଳେ ଏହା ସଂସ୍କାରକ ମନରେ ସଞ୍ଚରିଛି ନୂଆ ଆଶା । ଏହା ପିଲାମାନଙ୍କୁ ପୁରାଣର ମହତ୍ତ୍ବ ବୁଝାଇବା ସହ ନିତିଦିନ ଜୀବନରେ ଏହାର ବ୍ୟବହାର ଓ ପ୍ରଭାବକୁ ମଧ୍ୟ ବୁଝାଇଥାଏ । ଗୁରୁକୁଳ ଶିକ୍ଷା ଆମ ଦେଶର ପୁରୁଣା ବ୍ୟବସ୍ଥା ଥିଲେ ମଧ୍ୟ ଇଂଗ୍ରେଜମାନେ 1835ରେ ମକରଲୀ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ଯୋଗୁଁ ଗୁରୁକୁଳ ଶିକ୍ଷା ଉପରେ ଏହାର ପ୍ରଭାବ ପଡିଥିଲା । କିନ୍ତୁ ବେଦବ୍ୟାସରେ ଆରମ୍ଭ ହୋଇଥିବା ଗୁରୁକୁଳ ଆଶ୍ରମରେ ବେଦ ପୁରାଣ ସହିତ ସବୁ ମନ୍ତ୍ରର ଉଚ୍ଚାରଣ ଶିଖୁଛନ୍ତି ପିଲାଏ ।

ଆଜି ଗୁରୁ ଶିଷ୍ୟର ସମ୍ପର୍କ ବ୍ୟବସାୟିକ ହେଉ ଥିବା ବେଳେ ବେଦବ୍ୟାସ ଗୁରୁକୁଳ ଆଶ୍ରମରେ ଗୁରୁ ଶିଷ୍ୟର ସମ୍ପର୍କ ଏକ ଉଦାହରଣ ପାଲଟିଛି । ପୁରୁଣା ଗୁରୁକୁଳ ଶିକ୍ଷା ସହିତ ଆଧୁନିକ ଶିକ୍ଷାର ମିଶ୍ରଣ ଏବେ ମଧ୍ୟ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

ପାଟକୁରାରେ ଭୋଟରଙ୍କ ପୋଷ୍ଟର: ପଢିବେ ନେତା, ପଢାଇବେ ଜନତା

Conclusion:
Last Updated : Jul 16, 2019, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.