ETV Bharat / state

କାଜଲଙ୍କ କିର୍ତ୍ତୀମାନ: 1 ମିନିଟରେ 321 ଥର ଏଲବୋ ଷ୍ଟ୍ରାଇକ, ଭାଙ୍ଗିଲେ ପାକିସ୍ତାନ ରେକର୍ଡ

author img

By ETV Bharat Odisha Team

Published : Sep 14, 2023, 12:29 PM IST

ବିଶ୍ୱ ରେକର୍ଡ ପଥରେ ଓଡ଼ିଆ ଝିଅ କାଜଲ ପାଣ୍ଡେ । ଗୋଟିଏ ମିନିଟ୍‌ରେ ୩୨୧ଥର ଏଲବୋ ଷ୍ଟ୍ରାଇକ୍ କରି ପାକିସ୍ତାନ ଷ୍ଟ୍ରାଇକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅଧିକ ପଢନ୍ତୁ

kajal pandey set new record in elbows strike
ବିଶ୍ୱ ରେକର୍ଡ ପଥରେ ଓଡ଼ିଆ ଝିଅ କାଜଲ ପାଣ୍ଡେ
ରାଉରକେଲାର କାଜଲଙ୍କ କିର୍ତ୍ତୀମାନ

ରାଉରକେଲା: ଗର୍ବ ଆଣିଲେ ରାଉରକେଲା ଝିଅ କାଜର ପାଣ୍ଡେ । ଏଥର ବିଶ୍ୱ ରେକର୍ଡ ପଥରେ ଓଡ଼ିଆ ଝିଅ କାଜଲ । ପାକିସ୍ତାନର ଜଣେ ଯୁବତୀଙ୍କ ରେକର୍ଡ ଭାଙ୍ଗିଲେ ରାଉରକେଲା ଝିଅ କାଜଲ ପାଣ୍ଡେ । ବିଶ୍ଵ ରେକର୍ଡରେ ସ୍ଥାନ ପାଇବେ କାଜଲ । ଗୋଟିଏ ମିନିଟ୍‌ରେ ୩୨୧ଥର ଏଲବୋ ଷ୍ଟ୍ରାଇକ୍ (କହୁଣି ମାଡ଼) କରିଛନ୍ତି କାଜଲ ପାଣ୍ଡେ । ଏହି ସଫଳତା ସମ୍ପର୍କିତ ଏକ ଭିଡ଼ିଓ ରେକର୍ଡିଂ କରି କାଜଲ ଇଣ୍ଟର ନ୍ୟାସନାଲ ବୁକ୍ ଅଫ୍ ୱାର୍ଲ୍ ରେକର୍ଡ ଏବଂ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ପାଇଁ ପଠାଇଥିବା ସୂଚନା ମିଳିଛି ।

ରାଉରକେଲା ନିବାସୀ ଅନିତା ପାଣ୍ଡେ ଏବଂ ଅଶୋକ ପାଣ୍ଡେଙ୍କ ସୁକନ୍ୟା ହେଉଛନ୍ତି କାଜଲ ପାଣ୍ଡେ । ବର୍ତ୍ତମାନ ସେ ରାୟପୁର ସ୍ଥିତ କଳିଙ୍ଗ ୟୁନିଭର୍ସିଟିରେ ଏଲଏଲଏମ୍‌ରେ ପାଠ ପଢୁଛନ୍ତି । ପାଠ ପଢ଼ା ସହ ତାଙ୍କର ଏଲ୍‌ବୋ ଷ୍ଟ୍ରାଇକ୍ ପ୍ରତି ରୁଚି ରହିଛି । ଏଥିରେ ସେ ବିଶ୍ଵସ୍ତରରେ ପହଞ୍ଚିବାକୁ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି । କାଜଲଙ୍କ କହିବା ଅନୁଯାୟୀ, ୨୦୨୦ ମସିହାରେ ସେ ଗୋଟିଏ ମିନିଟ୍‌ରେ ୨୯୦ ଥର ଏଲ୍‌ବୋ ଷ୍ଟ୍ରାଇକ୍ କରି ଇଣ୍ଟରନେସନାଲ ବୁକ ଅଫ ରେକର୍ଡରେ ସ୍ଥାନ ଅଧିକାର କରିଥିଲେ । ଏହାକୁ ନେଇ ସେ ସାରା ରାଉରକେଲା ସହର ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିଲେ । ତେବେ ଗତ ଜୁଲାଇ ମାସରେ ପାକିସ୍ତାନର ଜଣେ ଷ୍ଟ୍ରାଇକର ଗୋଟିଏ ମିନିଟ୍‌ରେ ୩୧୨ଥର ଏଲ୍‌ବୋ ଷ୍ଟ୍ରାଇକ୍ କରି ତାଙ୍କ ରେକର୍ଡ ଭାଙ୍ଗିଥିଲେ । ଏହି ରେକର୍ଡକୁ ପୁଣି ନିଜ ନାମରେ କରିବା ପାଇଁ ଏଥର ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରିଥିଲେ କାଜଲ । ପାକିସ୍ତାନ ଷ୍ଟାଇକରଙ୍କ ରେକର୍ଡକୁ କାଜଲ ଟପିଯାଇ ଗୋଟିଏ ମିନିଟ୍‌ରେ ୩୨୧ଥର ଏଲ୍‌ବୋ ଷ୍ଟ୍ରାଇକ୍ କରିଛନ୍ତି ।

ଏ ସମ୍ପର୍କିତ ଏକ ଭିଡ଼ିଓ ଇଣ୍ଟର ନ୍ୟାସନାଲ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ଏବଂ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡକୁ ପଠାଇଥିବା କାଜଲ କହିଛନ୍ତି । ପୁଣି ନିଜ ନାମରେ ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଛତିଶଗଡ଼ର ରାୟପୁରର କଳିଙ୍ଗ ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ କରୁଥିବା କାଜଲ ପଞ୍ଚି ବ୍ୟାଗ୍ କ୍ରମରେ ଏକ ମିନିଟରେ ୩୨୧ ଏଲବୋ ଷ୍ଟ୍ରାଇକ୍ କରି ଏହି ବିରଳ ରେକର୍ଡ ସ୍ଥାପନ କରିଛନ୍ତି । କଳିଙ୍ଗ ବିଶ୍ବବିଦ୍ୟାଳୟରେ ଅୟୋଜିତ" WORLD RECORD" କାର୍ଯ୍ୟକ୍ରମରେ ସେ ଏହି ସଫଳତା ପାଇଛନ୍ତି ।

ଏହା ବି ପଢନ୍ତୁ...National Championship 2023: ରାଜ୍ୟ ପାଇଁ ଗର୍ବ ଆଣିଲେ ଅନିରୁଦ୍ଧ, ଜିିତିଲେ ରୌପ୍ୟ ପଦକ

୨୦୨୦ରେ ରାଉରକେଲାର ମାହେଶ୍ଵରୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୧ ମିନିଟରେ ୨୭୫ ଏଲବୋ ଷ୍ଟ୍ରାଇକ କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡ ପ୍ରମାଣପତ୍ର ମିଳିଥିଲା । ଏହି କ୍ଷେତ୍ରରେ ସେ ୭ଟି ଅର୍ନ୍ତଜାତୀୟ ରେକର୍ଡ କରିଥିଲେ । ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡ ସହ ଗିନିଜ ବୁକ୍ ଅଫ ରେକର୍ଡ ପାଇଁ ତାଙ୍କର ଏହି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି କାଜଲ । ପାଠପଢା ସହ ଏହି କ୍ଷେତ୍ରରେ ବିଶ୍ବସ୍ତରରେ ନିଜର ପରିଚୟ ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.