ETV Bharat / state

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି; ୬ ମୃତ, ୩୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ - ରାଉରକେଲାରେ ଭୟାବହ ସ୍ଥିତି

Rourkela diarrhoea death toll rise: ରାଉରକେଲା ସହରରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଏଯାବତ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

Rourkela diarrhoea death toll rise
Rourkela diarrhoea death toll rise
author img

By ETV Bharat Odisha Team

Published : Dec 18, 2023, 4:19 PM IST

Updated : Dec 18, 2023, 4:35 PM IST

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି; ୬ ମୃତ, ୩୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନ ସମେତ ରାଉରକେଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଏଯାବତ ଝାଡାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ସୂଚନା ରହିଛଇ । ସ୍ଥିତି ଭୟାବହ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ରାଉରକେଲାରେ ପହଞ୍ଚିଥିବା ବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି । କୌଣସି ଖାଦ୍ୟ ଯୋଗୁଁ ଏହି ରୋଗ ବ୍ୟାପିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କହିଛି ।

ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଝାଡାବାନ୍ତିରେ ଆଜି ସୁଦ୍ଧା ସରକାରୀ ହସ୍ପିଟାଲରେ ୬ ଜଣ ଏବଂ ବେସରକାରୀ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହେଲେ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬ରେ ରହିଛି । ସହରରେ ସ୍ବାସ୍ଥ୍ୟ ଜନିତ ପରିସ୍ଥିତି ଅତି ସାଙ୍ଘାତିକ ହେବାରେ ଲାଗିଛି । ଅନ୍ୟପଟେ ସହରରେ ଝାଡାବାନ୍ତିରେ ସରକାରୀ ହସ୍ପିଟାଲ ସହ ଅନ୍ୟାନ୍ୟ ବେସରକାରୀ ହସ୍ପିଟାଲରେ ମୋଟ ୩୦୦ରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଏହା ବି ପଢନ୍ତୁ- ରାଉରକେଲାରେ ଡାଇରିଆ ଆତଙ୍କ: 3 ଦିନରେ 5 ମୃତ, ଏବେବି ହସ୍ପିଟାଲ ବେଡରେ 250ରୁ ଅଧିକ

ସହରର ବିଭିନ୍ନ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ବହୁରୋଗୀ ଏବେ ମଧ୍ୟ ଚିକିତ୍ସା ଲାଗି ହସ୍ପିଟାଲକୁ ଆସୁଛନ୍ତି । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଞ୍ଚଳ ସମେତ ବଣାଇ, ରାଜଗାଙ୍ଗପୁର, ବିରମିତ୍ରପୁର, ଗୁରୁଣ୍ଡିଆ ଆଦି ଅଞ୍ଚଳରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ତେବେ କେଉଁ କାରଣରୁ ହଠାତ ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନାହିଁ। ଯେଉଁ ପିଏଚଡ଼ି ପାଣିର ସାମ୍ପୁଲ ଟେଷ୍ଟ କରାଯାଇଥିଲା ସେଥିରେ ମଧ୍ୟ କିଛି ତଥ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ପେସିଆଲ ଟିମକୁ ମିଳିନାହିଁ ।

ଏହା ବି ପଢନ୍ତୁ- ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି; 4 ମୃତ, ୧୦୨ ଜଣ ହସ୍ପିଟାଲରେ ଭର୍ତ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

ସ୍ବାସ୍ଥ୍ୟ ବିଭାଗ ଟିମ ଏବଂ ଉପ ଜିଲ୍ଲାପାଳ ପୋନପୋଷ କହିଛନ୍ତି, "ଏହା ଜଳ ଜନିତ ଡାଇରିଆ ନୁହେଁ, ଏହା କେଉଁ ସ୍ଥାନରୁ ବ୍ୟାପୁଛି । ଖାଦ୍ୟ ଫାଷ୍ଟଫୁଡରୁ ବା କେଉଁ କାରଣରୁ ବ୍ୟାପୁଛି ସେ ନେଇ ତଦନ୍ତ ଜାରି ରହିଛି ।" ଏହି ରୋଗ ନେଇ ରାଉରକେଲା ସହରରେ ବର୍ତ୍ତମାନ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଗୋଟିଏ ପଟେ ଆକ୍ରାନ୍ତ ହୋଇ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧୦୦ରୁ ଅଧିକ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଉରକେଲା

Last Updated : Dec 18, 2023, 4:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.