ETV Bharat / state

ରାଉରକେଲା ନାଗରିକ ସୁରକ୍ଷା କମିଟିର ବିଶାଳ ସମାବେଶ, ଉଠିଲା ୧୧ ଦଫା ଦାବି

author img

By

Published : Aug 20, 2023, 10:43 PM IST

ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆଜି ଭଞ୍ଜ ଭବନ ଠାରେ ୧୧ ଦଫା ଦାବି ନେଇ ବିଶାଳ ସମାବେଶ ଆୟୋଜିତ । ଅଧିକ ପଢ଼ନ୍ତୁ

୧୧ ଦଫା ଦାବି ନେଇ ବିଶାଳ ସମାବେଶ
୧୧ ଦଫା ଦାବି ନେଇ ବିଶାଳ ସମାବେଶ
୧୧ ଦଫା ଦାବି ନେଇ ବିଶାଳ ସମାବେଶ

ରାଉରକେଲା: ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସାମୁହିକ ସ୍ୱାର୍ଥକୁ ନେଇ ଏକ ବିଶାଳ ସମାବେଶ ଆୟୋଜିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆଜି(ରବିବାର) ଭଞ୍ଜ ଭବନଠାରେ ଏହି ଆୟୋଜନ କରାଯାଇଥିଲା । ଆଦିବାସୀ ଅଧୁଷିତ ସୁନ୍ଦରଗଡ଼ ଜିଲ୍ଲା ସର୍ବଦା ଅବହେଳିତ ହେବା ତଥା ଜିଲ୍ଲାବାସୀଙ୍କ ନ୍ୟାର୍ଯ୍ୟ ଓ ଦୀର୍ଘଦିନର ଦାବି ହାସଲ ଦିଗରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।

୧୧ ଦଫା ଦାବି ନେଇ ଆୟୋଯିତ କରାଯାଇଥିବା ଏହି ସମାବେଶରେଶ ଏମ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ କଲେଜର ପରିଚାଳନା, ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ପରିଚାଳନା କରିବା, ବ୍ୟବସାୟିକ ଘରୋଇ ସଂସ୍ଥା ଆପୋଲୋ ପରିବର୍ତ୍ତେ ଏମ୍ସକୁ ହସ୍ତାନ୍ତର କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏହାକୁ ପୋଷ୍ଠା ଗ୍ରାଜୁଏଟ୍ ମେଡିକାଲ କଲେଜରେ ରୂପାନ୍ତରିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲା ଉନ୍ନତି ଦାବି, 20ରେ ବିଶାଳ ସମାବେଶ କରିବ ନାଗରିକ ସୁରକ୍ଷା କମିଟି

ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଜ ରେଳପଥ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ କେନ୍ଦ୍ର ସରକାର ଅଧିକ ଅର୍ଥ ବ୍ୟୟ ବରାଦ ସହ ଏହାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯାଉ । ଶିକ୍ଷା କ୍ଷେତ୍ରରେ ରାଉରକେଲା ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି । ଏଠାରେ ଏନ୍‌ଆଇଟି, ବିପିୟୁଟି, ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସହ ବହୁ ଛୋଟବଡ଼ ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ରହିଛି ତେଣୁ ଏଠାରେ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ମଧ୍ୟ କରାଯିବା ପାଇଁ ଦାବି ହୋଇଛି ।

ରାଉରକେଲା ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ କରିବା, ରାଉରକେଲାରେ ଏକ ସଫ୍ଟୱେୟାର ପାର୍କର ବିକାଶ ଏକାନ୍ତ ଆବଶ୍ୟକ ରହିଥିବା ନେଇ ଦାବି ହୋଇଛି । ୧୯୫୬ ମସିହାରେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଆଦିବାସୀମାନଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । ଯେଉଁ ଜମି ମାଲିକ ସେମାନଙ୍କ ଜମି ହରାଇଥିଲେ ସେମାନଙ୍କୁ ଏପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ମିଳିପାରି ନାହିଁ । ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ପୁନଃ ଥଇଥାନ କରାଯିବା ଆବଶ୍ୟକ ରହିଛି । ଏହାସହ ରାଉରକେଲା ଠାରେ ଇଏସ୍ଆଇସି ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ରିଜିନାଲ ବୋର୍ଡର ନିଷ୍ପତି ଅନୁଯାୟୀ ରାଉରକେଲାଠାରେ ୨୦୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇର ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ଏନେଇ ଉପରୋକ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ସୁପାରିଶ କରନ୍ତୁ ବୋଲି ଦାବି କରିଛି କମିଟି ।

ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତ ହେଉଥିବା ଏହି ଜିଲ୍ଲାକୁ ସମସ୍ତ ସରକାରୀ ଯୋଜନା ଏବଂ ସହାୟତା ଆଣିବା ପାଇଁ ଲଢେଇ ଜାରି ରଖିବ କହି ଆୟୋଜନ କରାଯାଇଥିବା ବିଶାଳ ସମାବେଶରେ ରାଉରକେଲା ନାଗରିକ ସୁରକ୍ଷା କମିଟିର ଡାକରାରେ ଦଳ ମତ ନିର୍ବିଶେଷରେ ଏକ ହୋଇ ସମସ୍ତ ଦଳର ନେତା, ବିଧାୟକ, ମିଳିତ ଯୁବ ଛାତ୍ର, ମିଳିତ ଶ୍ରମିକ, କର୍ମଚାରୀ, ସାହିତ୍ୟିକ, କବି, ଲେଖକ, ସାମାଜିକକର୍ମୀ, ସାଂସ୍କୃତିକ ସଙ୍ଗଠନ ତଥା ବୁଦ୍ଧିଜୀବୀମାନେ ଏଥିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଉଲକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.