ETV Bharat / state

ମୋବାଇଲ କିଣିବା ଆଳରେ ଲୁଟ, ଲୁଟି ନେଲେ ଦାମୀ ଫୋନ - ଦାମି ଫୋନ ଟଙ୍କା ନେଇ ଲୁଟେରା ଫେରାର

ମୋବାଇଲ ଦୋକାନରୁ ବନ୍ଧୁକ ମୁନରେ ଲୁଟ । ଲକ୍ଷାଧିକ ଟଙ୍କା, ଓ ଫୋନ ଧରି ଲୁଟେରା ଫେରାର । ଅଧିକ ପଢନ୍ତୁ

robbers Theft from mobile shop
robbers Theft from mobile shop
author img

By ETV Bharat Odisha Team

Published : Dec 1, 2023, 12:28 PM IST

robbers Theft from mobile shop

ରାଉରକେଲା: ଝାଡ଼ଖଣ୍ଡ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଲୁଟ । ମୋବାଇଲ କିଣିବା ଆଳରେ ଲୁଟ କଲେ ଦୁର୍ବୃତ୍ତ । ବନ୍ଧୁକ ମାରଣାସ୍ତ୍ର ଦେଖାଇ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ମୋବାଇଲ ଫୋନ ଲୁଟି ନେଲେ ଲୁଟେରା । ଲୁଟ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁଇ ଲୁଟେରା । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ କାର୍ଯ୍ୟାଳୟ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଲୁଟ ହୋଇଥିବା ସୂଚନା ମିଳିଛି । ଦୋକାନ ମାଲିକ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସୀମା ଟପିଲା ଲୁଟେରାଙ୍କ ଦୌରାତ୍ମ୍ୟ, ହସ୍ପିଟାଲ ଯାଇଥିବା ବେଳେ ଘରୁ ଲୁଟ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ 8ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ମୋବାଇଲ ଦୋକାନକୁ ଆସିଥିଲେ । ଫୋନ୍ କିଣିବା ପାଇଁ କହି ପ୍ରଥମେ ମୋବାଇଲ ଦେଖାଇବାକୁ ଦୋକାନୀଙ୍କୁ କହିଥିଲେ । ଦୋକାନୀ ଜଣଙ୍କ ମୋବାଇଲ ଦେଖାଇବା ସମୟରେ ଦୁଇ ଦୁର୍ବୃତ୍ତ ହଠାତ ବନ୍ଧୁ ଓ ମାରଣାସ୍ତ୍ର ଦେଖାଇ ଦୋକାନୀ ଜଣଙ୍କ ଭୟଭିତ କରାଇଥିଲେ । ଏହାପରେ ଦାମୀ ମୋବାଇଲ ଲକ୍ଷାଧିକ ଟଙ୍କା ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଏନେଇ ଦୋକାନ ମାଲିକ ହାତୀବାରି ଥାନାରେ ଅଭିୟୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବାକୁ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏପରି ଲୁଟ ଘଟଣା ପରେ ନୂଆଗାଁ ବାସିନ୍ଦା ଓ ବ୍ୟବସାୟୀ ମାନେ ସୁରକ୍ଷାକୁ ଉଦବେଗ ପ୍ରକାଶ କରିଛନ୍ତି । ଝାଡ଼ଖଣ୍ଡ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି । ପୋଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରି ହୋଇପଡିଛି ।

ଏହା ମଧ୍ଯ ପଢନ୍ତୁ-ସୁନ୍ଦରଗଡରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ଦୁଇଟି ସ୍ଥାନରେ ସିରିଜ ଲୁଟ୍

ଗତ ଅଗଷ୍ଟ ମାସରେ ସୁନ୍ଦରଗଡ଼ରେ ଚୋରି ମାମଲା ସାମ୍ନାକୁ ଆସିଥିଲା । ହେମଗିରି ଅଞ୍ଚଳରେ ଘରେ ପଶି ସଶସ୍ତ୍ର ଲୁଟ ସହ ରାଉରକେଲାରେ ଉଦିତନଗରରେ ତାଲା ଝୁଲୁଥିବା ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଲୁଟ ନେଇଥିଲେ ଲୁଟେରା । ହେମଗିରି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗୋପାଳ ପ୍ରଧାନଙ୍କ ଘରେ ସଶସ୍ତ୍ର ଡକାୟତି କରିଥିଲେ ଦୁର୍ବୃତ୍ତ । ୫ ଜଣ ଡକାୟତ ଘର ପଛପଟ ଦେଇ ତାଙ୍କ ଘରେ ପଶି ଚୋରି କରିଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.