ETV Bharat / state

ଖଣି ପାଇଁ ଜମି ଅଧିଗ୍ରହଣକୁ ବିରୋଧ - rkl landacquisition protest

ଆସନ୍ତା 26 ତାରିଖରେ ସବୁ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ ହେବ । ଓସିଏଲ ଖଣି ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଆଲୋଚନା ହେବ । ତେବେ ଏହାକୁ  ଗ୍ରାମସଭା  ଓ ଆଦିବାସୀ ସଂଗଠନମାନ ବିରୋଧ କରିଛନ୍ତି ।

rkl-land-acquisition-protest
ଖଣି ପାଇଁ ଜମି ଅଧିଗ୍ରହକୁ ବିରୋଧ
author img

By

Published : Jan 22, 2020, 10:00 PM IST

ରାଉରକେଲା: ଆସନ୍ତା 26 ତାରିଖରେ ସବୁ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ ହେବ । ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକର କଟଙ୍ଗ, କୁକୁଡ଼ା, ଅଳନ୍ଦା, କେଶ୍ରାମଲ, ଝଗରପୁର ପଞ୍ଚାୟତରେ ସରପଞ୍ଚମାନଙ୍କୁ ଉପଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଓସିଏଲ ଖଣି ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭାରେ ଆଲୋଚନା ହେବ । ତେବେ ଏହାକୁ ଗ୍ରାମସଭା ଓ ଆଦିବାସୀ ସଂଗଠନମାନ ବିରୋଧ କରିଛନ୍ତି । ଏନେଇ ଆଜି (ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଖଣି ପାଇଁ ଜମି ଅଧିଗ୍ରହକୁ ବିରୋଧ

ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ସମ୍ବିଧାନିକ ବ୍ୟବସ୍ଥାର ପାଳନ କରାଯାଉନାହିଁ ବୋଲି ଆଦିବାସୀ ମାନେ ଅଭିଯୋଗ କରିଥିଲେ । ଭାରତ ସରକାରଙ୍କ ପରିବେଶ ତଥା ବନ ବିଭାଗ 44ଟି ସର୍ତକୁ ନ ମାନିବା, ବିସ୍ଥାପନ ବ୍ୟବସ୍ଥା ନ କରି ବଳ ପୂର୍ବକ ଜମି ଅଧିଗ୍ରହଣ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । 52ଟି ଗାଁର 54 ହଜାର ଲୋକେ ଏହା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । କଟଙ୍ଗ ପଞ୍ଚାୟତରେ ଗ୍ରାମସଭା 27.51 ଏକର ଜମିର ପ୍ରସ୍ତାବକୁ ଖାରଜ କରି ପ୍ରଶାସନକୁ ସୂଚନା ଦେବା ସତ୍ତ୍ବେ ପୁଣି ଗ୍ରାମସଭା ପାଇଁ କହିବା ଠିକ ନୁହେଁ ବୋଲି ଅଭିଯୋଗ କର ଯାଇଥିଲା ।

ସେପଟେ ସରକାର ଲୋକଙ୍କ ହିତ ଦେଖିବେ ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଏପଟ ଲୋକେ ଗ୍ରାମସଭା ଜରିଆରେ ତାଙ୍କ ମତ ଦେଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- 26 ଜାନୁଆରୀ ଦିନ ଜାତୀୟ ସ୍ତର ରେ ସବୁ ପଞ୍ଚାୟତ ରେ ଗ୍ରାମସଭା ହେବ।ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା ତଥା ରାଜଗାଙ୍ଗପୁର ବ୍ଲକ ର କଟଙ୍ଗ,କୁକୁଡ଼ା,ଅଳନ୍ଦା,କେଶ୍ରାମଲ ତଥା ଝଗରପୁର ପଂଚାୟତ ରେ ସରପଞ୍ଚ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି କି ocl ଖଣି ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବ ଉପରେ ଗ୍ରାମସଭା ରେ ଚର୍ଚା କରି ବୈଠକ ର ପ୍ରସ୍ତାବ ଲିପିବଦ୍ଧ କର ଯାଉ। ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ପେଶା ଗ୍ରାମସଭା ତଥା ଆଦିବାସୀ ସଂଗଠନ ମନେ।

Body:ଆଜି ଏହି ସମ୍ପର୍କ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଆଦିବାସୀ ମାନେ ଅଭିଯୋଗ କରି ଥିଲେ କି ପ୍ରଶାସନ ସମ୍ବିଧାନିକ ବ୍ୟବସ୍ଥା, ଭାରତ ସରକାରଙ୍କ ନିର୍ଦେଶ ପାଳନ କରୁ ନାହିଁ। ଭାରତ ସରକାରଙ୍କ ପର୍ୟବରଣ ତଥା ବନ ବିଭାଗ 44ଟି ଶର୍ତ କୁ ନ ମାନି କିମ୍ବା ବିସ୍ଥାପନ ତଥା ଅନ୍ୟ କିଛି ଯୋଜନା କାର୍ଯ୍ୟକାରୀ ନ କରି ବଲ ପୂର୍ବକ ଜମି ଅଧିଗ୍ରହଣ ପାଇଁ ଉଦ୍ୟମ କରୁଛି। ଏହାର ଗ୍ରାମବାସୀ ବିରୋଧ କରିବେ।52 ଟି ଗାଁ ର 54 ହଜାର ଲୋକଙ୍କ ଏହା ଦ୍ୱାରା ପ୍ରଭାବିତ ଜେବାର ସମ୍ଭାବନା ରହିଛି। କଟଙ୍ଗ ପଂଚାୟତ ରେ ଗ୍ରାମସଭା 27.51 ଏକଡ଼ ଜମି ର ପ୍ରସ୍ତାବ କୁ ଖାରଜ କରି ପ୍ରଶାସନ କି ସୂଚନା ଦେବା ସତ୍ତ୍ୱେ ପୁଣି ଗ୍ରାମସଭା ପାଇଁ କହିବା ଠିକ ନୁହେଁ ବୋଲି ଅଭିଯୋଗ କର ଯାଇ ଥିଲା।

Conclusion:ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି କହି ଥିଲେ ସରକାର ଲୋକଙ୍କ ହିତ ଦେଖିବେ ତଥା ବିଭିନ୍ନ ନୀତି ରହିଛି। ଜିଲ୍ଲାପାଳ କହିଥିଲେ ଲୋକ ଗ୍ରାମସଭା ଜରିଆ ରେ ତାଙ୍କ ମତ ଦେଇ ପାରିବେ।
ବାଇଟ-ଲେଥା ତିର୍କୀ, ଆବାହକ, ଆଦିବାସୀ ମୂଳ ବସି ବଞ୍ଚାୟ ମଞ୍ଚ
ବାଇଟ-ସିପରିଆନ କିରୋ, ଜିଲା ପେସା ଗ୍ରାମସଭା
ବାଇଟ-ସୁଦାମ ମାରାଣ୍ଡି, ରାଜସ୍ୱ ମନ୍ତ୍ରୀ
ବାଇଟ-ନିଖିଳ ପବନ କଲ୍ୟାଣ, ଜିଲ୍ଲାପାଳ ସୁନ୍ଦରଗଡ଼
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.