ରାଉରକେଲା: ଚାକିରି କରାଇଦେବା ନାମରେ ଚାଲିଛି ବଡ଼ ସ୍କାମ । ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଏଭଳି କାରନାମା ଚାଲିଥିବା ନେଇ ଆସିଛି ଅଭିଯୋଗ । ପିଲାଙ୍କୁ ଚାକିରି ଦେବାକୁ କିଛି ଦଲାଲ ଗୋଷ୍ଠୀ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ନକଲି ଦସ୍ତଖତ, ଷ୍ଟାମ୍ପ ଓ ସରକାରୀ ଲୋଗୋ ବ୍ୟବହାର କରି ଚାକିରି ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଉଥିବା ସାମଜସେବୀମାନେ ଅଭିଯୋଗ କରିଛନ୍ତି । ଏହି ଚାକିରି କିଣାବିକା ଡିଲ୍ ବେଳର ଦୃଶ୍ୟ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।
ଚାକିରି ଦେବାକୁ ନେଇ ଚାଲିଛି ଡିଲ୍ । ଟଙ୍କା ଦିଅ ଚାକିରି ନିଅ କହି ଚାଲିଛି ବେପାର। ଚାକିରି ପୁଣି କୌଣସି ପ୍ରାଇଭେଟ କମ୍ପାନୀ ବା ଠିକାଦାର ଅଧୀନରେ କାମ କରିବା ପାଇଁ ନୁହେଁ ବରଂ ଚାକିରି ସରକାରୀ ମେଡ଼ିକାଲ କଲେଜ ଏବଂ ମେଡ଼ିକାଲରେ। ପିଲାଙ୍କୁ କୁହାଯାଇଛି ମନ ଇଚ୍ଛା ରେଟ। ସୁନ୍ଦରଗଡ଼ର NTPC ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ବର୍ତ୍ତମାନ ଦଲାଲଙ୍କ କବଜାରେ ରହିଛି । ବେକାରୀ ପିଲାଙ୍କଠାରୁ ଟଙ୍କା ନେଇ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଉଛନ୍ତି ଦଲାଲ । ପ୍ରଶାସନର ନାକ ତଳେ ଚାଲିଛି ଏଭଳି କାରନାମା । ଏହି ଚାକିରି କିଣାବିକା ଡିଲ୍ ବେଳର ଦୃଶ୍ୟ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।
ଦଲାଲମାନେ ନକଲି ଦସ୍ତଖତ, ଷ୍ଟାମ୍ପ ଓ ସରକାରୀ ଲୋଗୋ ସହ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀଙ୍କଠାରୁ ଟଙ୍କା ଦେଇ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି ଦଲାଲ । ସରକାରୀ ମେଡିକାଲ କଲେଜରେ ଚାକିରି କରାଇଦେବା ପାଇଁ ଅଭିଯୁକ୍ତ, ପିଲାଙ୍କଠାରୁ ଟଙ୍କା ନେଉଥିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ନକଲି ଦସ୍ତଖତ, ଷ୍ଟାମ୍ପ ଓ ସରକାରୀ ଲୋଗୋ ବ୍ୟବହାର କରି ଚାକିରି ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଉଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ- ବିନା ଲାଇସେନ୍ସରେ ଚାଲିଛି ପ୍ଲାଣ୍ଟ, ପ୍ରଦୂଷଣରେ ପେସି ହେଉଛନ୍ତି ଗ୍ରାମବାସୀ
ଦରମା ଦେଖି ଚାକିରିର ଦାମ ସ୍ଥିର ହେଉଛି ଆଟେଣ୍ଡେଣ୍ଟ ପାଇଁ ୪୦ହଜାର । ଡାଟାଏଣ୍ଟ୍ରି ଅପରେଟର ପାଇଁ ୧ଲକ୍ଷ ଟଙ୍କା, ସୁପରଭାଇଜର ପାଇଁ ୮୦ ହଜାରରୁ ଦେଢ଼ ଲକ୍ଷ ଟଙ୍କା ଏଭଳି ପଦବୀକୁ ନେଇ ଦର ମୂଲଉଛନ୍ତି ଦଲାଲ । ପିଲାମାନେ ପାଠ ପଢି ଚାକିରି ପାଇ ଆଶା ବାନ୍ଧି ବସିଥିବା ବେଳେ ଚାକିରି କରାଇଦେଵ କହି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଦଲାଲ। ଗାଁ ଗାଁରେ ଏହି କାରବାର ପାଇଁ ବୁଲୁଛନ୍ତି ଏଜେଣ୍ଟ । ଠକେଇର ଶିକାର ହୋଇଥିବା ଯୁବକ, ଯୁବତୀଙ୍କ ତାଲିକା ଏବେ ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
କେବଳ କିଛି ଜଣ ଅଭିଯୁକ୍ତକୁ ଅଟକ ରଖାଯାଇଛି। ତେବେ ବର୍ତ୍ତମାନ ସମୟରେ ଯେଉଁଭଳି ଭବରେ ବେକାର ଯୁବକ ଯୁବତୀ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଘରେ ବସି ରହୁଛନ୍ତି ସେମାନଙ୍କ ଠକିବାର ଏକ ନୂଆ ଜାଲ ଆରମ୍ଭ କରିଛନ୍ତି ସୁନ୍ଦରଗଡ଼ ଅଞ୍ଚଳର ଦଲାଲ ଗୋଷ୍ଠୀ । ବେକାର ଯୁବକ ଯୁବତୀଙ୍କ ଠକୁଛନ୍ତି ଦଲାଲ। ଚାକିରି ଲୋଭରେ ଠକାମିର ଶିକାର ହେଉଛନ୍ତି ଚାକିରି ପାଇଁ ଆଶାୟୀ ପ୍ରାର୍ଥୀ । ପିଲାଙ୍କଠାରୁ ଟଙ୍କା ନିଆଯାଇଛି କିନ୍ତୁ ଆଜି ଯାଏଁ କୌଣସି ପିଲାଙ୍କର ଚାକିରି ହୋଇ ପାରିନାହିଁ । ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ ଜିଲ୍ଲା ବିଜେଡି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି ।
ଇଟିଭି ଭାରତ, ରାଉରକେଲା