ETV Bharat / state

Talcher Bimlagarh Railway: ପୁଣି ତେଜିଲା ବିବାଦ, କାର୍ଯ୍ୟ ତ୍ବରାନ୍ବିତ ପାଇଁ ଉଠିଲା ଦାବି - ବହୁ ପ୍ରତୀକ୍ଷିତ ରେଳପଥ

ବହୁ ପ୍ରତୀକ୍ଷିତ ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପକୁ ନେଇ ପୁଣି ତେଜିଛି ବିବାଦ । ପ୍ରକଳ୍ପକୁ ତ୍ବରାନ୍ବିତ ନ କରାଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ଏବଂ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ରେଳ ଆକ୍ସନ କମିଟି ଓ ନାଗରିକ ମଞ୍ଚ । ଅଧିକ ପଢନ୍ତୁ

Talcher Bimlagarh Railway
Talcher Bimlagarh Railway
author img

By

Published : Mar 19, 2023, 10:52 PM IST

Updated : Mar 19, 2023, 11:05 PM IST

Talcher Bimlagarh Railway: ପୁଣି ତେଜିଲା ବିବାଦ, କାର୍ଯ୍ୟ ତ୍ବରାନ୍ବିତ ପାଇଁ ଉଠିଲା ଦାବି

ରାଉରକେଲା: ପୂରଣ ହୋଇପାରୁନହିଁ ବହୁ ଦିନର ଲୋକଙ୍କ ଦାବି । ଆଜି ମଧ୍ୟ ଅଟକି ରହିଛି ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପକୁ ନେଇ ଚିନ୍ତାରେ ଜିଲ୍ଲାବାସୀ । କାହିଁକି ହୋଇପାରୁନହିଁ ଏହି ପ୍ରକଳ୍ପ ? କିଏ କରୁଛି ଅବହେଳା ? ଏମିତି ଅନେକ ପ୍ରଶ୍ନ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ଅଟକି ରହିଥିବା ସୂଚନା ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅନେକ ସଂଗଠନ ଦାବି କରିଛନ୍ତି ।

ଏହି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ଉପୁଜିଛି । ରାଜ୍ୟ କହୁଛି କେନ୍ଦ୍ର ସରକାର ଅର୍ଥ ଦେଉ ନାହାନ୍ତି ଏବଂ କେନ୍ଦ୍ର କହୁଛି ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁନାହିଁ । ଏହି ରାଜନୈତିକ ଟଣାଓଟରାରେ ପେଶି ହେଉଛନ୍ତି ଜନ ସାଧାରଣ । କେବେ ହେବ ବହୁ ପ୍ରତୀକ୍ଷିତ ତାଳଚେର ବିମଳାଗଡ ରେଳ ଲାଇନ ତାହାକୁ ଅପେକ୍ଷା କରିଛନ୍ତି ଲୋକେ । ପ୍ରଶାସନର ଏବଂ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ଅଟକି ରହିଛି ବହୁ ପ୍ରତୀକ୍ଷିତ ଏହି ତାଳଚେର ବିମଲାଗଡ଼ ରେଳ ପ୍ରକଳ୍ପ । ରେଳ ବିଭାଗର ଅବହେଳା ଯୋଗୁଁ ପ୍ରକଳ୍ପ ହୋଇପାରୁନଥିବା ଚର୍ଚ୍ଚା ହେଉଛି ।

ଏହାକୁ ନେଇ ପୁଣି ତେଜିଛି ଦାବି । ରେଳ ଲାଇନ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି ରେଳ ଆକ୍ସନ କମିଟି, ନାଗରିକ ମଞ୍ଚ ସହ ଅନ୍ୟାନ୍ୟ ୩୨ଟି ସାମାଜିକ ସଂଗଠନ । ଏହି ରେଳପଥକୁ ନେଇ ପୁଣି ବିଶାଳ ଆନ୍ଦୋଳନ ହେବ ବୋଲି କହିଛି ତାଳଚେର ବିମଲାଗଡ଼ ରେଳ ଆକ୍ସନ କମିଟି । ସୁନ୍ଦରଗଡ଼ ଜିଲ୍ଲା ନୁହେଁ ସମ୍ପୂର୍ଣ୍ଣ ରାଜ୍ୟର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହେଉଛି ଏହି ତାଳଚେର ବିମଲାଗଡ଼ ରେଳ ପଥ ପ୍ରକଳ୍ପ । ତେବେ ଏହି ରେଳ ଲାଇନ ହୋଇଗଲେ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏହା ଖୁବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କିନ୍ତୁ ରେଳ ବିଭାଗର ପ୍ରକଳ୍ପ ପ୍ରତି ଆନ୍ତରିକତା ନଥିବାରୁ ଆଜି ଯାଏଁ ହୋଇ ପାରୁନାହିଁ ଜମି ଅଧିଗ୍ରହଣ ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, କିନ୍ତୁ କାର୍ଯ୍ୟ ଶୂନ । ଏହି ରେଳପଥ ପ୍ରକଳ୍ପ ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଶା ସହ ଯୋଡିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏହା ଯୋଗୁଁ ଭୁବନେଶ୍ବରକୁ ରାଉରକେଲା ସହରରୁ ୩ରୁ ୪ଘଣ୍ଟା ମଧ୍ୟରେ ସୁବିଧାରେ ଲୋକେ ପହଞ୍ଚିପାରିବେ । ଯାହା ବର୍ତ୍ତମାନ ପ୍ରାୟ ୮ରୁ ୧୦ଘଣ୍ଟା ସମୟ ଲାଗୁଛି । ତେବେ ବାରମ୍ବାର ଦାବି ସତ୍ତ୍ବେ ଜମି ଅଧିଗ୍ରହଣ କରିବାରେ ବିଫଳ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ଏବଂ ଦେବଗଡ଼ ଜିଲ୍ଲା । ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ଅଟକି ରହିଛି ଏହି ସୁନ୍ଦରଗଡ଼ ଜିଲ୍ଲା ଏବଂ ଦେବଗଡ଼ ଜିଲ୍ଲାରେ ।

ଏହା ବି ପଢନ୍ତୁ- ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର, ଏପ୍ରିଲ ୫ରେ ପାର୍ଲାମେଣ୍ଟ ଘେରିବ ବାମଦଳ

ତେବେ ଏଥିରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ପ୍ରକଳ୍ପକୁ ତ୍ବରାନ୍ବତ କରିବା ନେଇ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି । ତେବେ ଅନ୍ୟପକ୍ଷରେ ଉଭୟ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ପ୍ରଶାସନ ନିଜର ବୈମାତୃକ ମନୋଭାବ ଯୋଗୁଁ ଏ ପ୍ରକଳ୍ପ ତ୍ବରାନ୍ବତ ହୋଇପାରୁନଥିବା ସଂଗଠନର ସଦସ୍ୟ ଅଭିଯୋଗ କରିଛନ୍ତି । ରେଳ ବିଭାଗ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଉନଥିବାରୁ ଏଭଳି ସ୍ଥିତି ଉପୁଜୁଛି । ସରକାରଙ୍କ ଦ୍ଵାରା ମଞ୍ଜୁରୀକୁ ପ୍ରାୟ ୨୦ବର୍ଷ ବିତିଗଲା କିନ୍ତୁ ଆଜି ଯାଏଁ ପ୍ରକଳ୍ପ ଶୂନ । ଦୀର୍ଘ ୫୪ବର୍ଷର ଏହି ରେଳପଥ ପାଇଁ ଦାବି ହୋଇଆସୁଛି । ତେବେ ପ୍ରତିବର୍ଷ ଏହି ରେଳ ପଥ ପାଇଁ ବଜେଟ ଆସୁଥିବା ବେଳେ ଏହି ରେଳପଥ ନିର୍ମାଣ ହୋଇ ପାରୁନାହିଁ ।

ବହୁବାର କୋଟିକୋଟି ଟଙ୍କାର ଅନୁଦାନ ଆସିଛି କିନ୍ତୁ ଜମି ଅଧିଗ୍ରହଣ କାର୍ଯ୍ୟ ହେଉନଥିବାରୁ ଏପର୍ଯ୍ୟନ୍ତ ଠିକ ଭାବେ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ତେବେ ତାଳଚେର ପକ୍ଷରୁ ତାଳଚେର ବିମଳଗଡ ରେଳପଥ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି । କିନ୍ତୁ ବହୁ ଦିନ ଧରି ଏଭଳି ଜମି ଅଧିଗ୍ରହଣ କାର୍ଯ୍ୟ ହୋଇ ପାରୁନଥିବା ବେଳେ ଏହି କାର୍ଯ୍ୟ ମଧ୍ୟ ସମ୍ପାଦନ ହୋଇ ପାରୁନାହିଁ । ତେବେ ରେଳ ଆକ୍ସନ କମିଟି ଓ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି ଯେ ଯଦି ପ୍ରଶାସନ ଏହି ପ୍ରକଳ୍ପକୁ ତ୍ବରାନ୍ବିତ ନକରୁଛି ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ଏବଂ ଭୋଟ ବର୍ଜନ କରାଯିବ ।

ଇଟିଭି ଭାରତ, ରାଉରକେଲା

Last Updated : Mar 19, 2023, 11:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.