ETV Bharat / state

କାମ ଦେଉନି ସିସି କ୍ୟାମେରା କି ଟ୍ରାଫିକ୍ ସିଗନାଲ, ଅସନ୍ତୋଷ ସହରବାସୀ

author img

By

Published : Apr 29, 2023, 6:36 PM IST

ରାଉରକେଲା ସହରରେ ଲାଗିଛି ଟ୍ରାଫିକ ସିଗନାଲ ସହ ସିସିଟିଭି କ୍ୟାମେରା। ଲାଗିବାର ତିନିମାସ ବିତିବା ପରେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ସିସିଟିଭି । ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ। ଅଧିକ ପଢ଼ନ୍ତୁ

ନୂଆ କରି ଲାଗିଥିବା ଟ୍ରାଫିକ୍ ସିଗନାଲ ଓ ସିସି କ୍ୟାମେରା ଏବେ ଅଚଳ: ରାଉରକେଲାବାସୀ

ରାଉରକେଲା: ରାଉରକେଲା ସହରରେ କେବେ କାର୍ଯ୍ୟକାରୀ ହେବ ଟ୍ରାଫିକ ସିଗନାଲ ଏବଂ ସିସିଟିଭି କ୍ୟାମେରା। ଲୋକଙ୍କ ପାଇଁ ହୋଇଥିବା ପ୍ରକଳ୍ପ ବର୍ତ୍ତମାନ ବନ୍ଦ ହୋଇ ପଡିଛି । କାମରେ ଆସୁନି ଟ୍ରାଫିକ ସିଗନାଲ ଏବଂ ସିସିଟିଭି କ୍ୟାମେରା । କୋଟି କୋଟି ଟଙ୍କା ର ପ୍ରକଳ୍ପ ଖାଉଛି ଖତ । ହକି ବିଶ୍ବକପ୍‌ ପୂର୍ବରୁ ସହରରେ ସିସି କ୍ୟାମେରା ଓ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ କାମ ସାରିବାକୁ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା । ତେଣୁ କରି ତରବରିଆ ଭାବେ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ ସହରର ପ୍ରମୁଖ ଛକରେ ଲଗାଯାଇଥିଲା । ହକି ବିଶ୍ୱକପ ମ୍ୟାଚ୍‌ ସମୟରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେଲା ।

ମାତ୍ର ଦୁଇରୁ ତିନି ଦିନ ଏହି ଟ୍ରାଫିକ ସିଗନାଲ ଏବଂ ସିସିଟିଭି ସହରର ପ୍ରମୁଖ ମାନଙ୍କରେ କାର୍ଯ୍ୟକରିବା ପାରେ ଆଉ କାମ କରୁନି । ସହରର ପ୍ରମୁଖ ଛକ ଯେପରି ହନୁମାନବାଟିକା, ପାନପୋଷ ହକି ଛକ, ଗାନ୍ଧିଛକ, ଛେଣ୍ଡ ଛକ, ରାଉରକେଲା ଏୟାରପୋର୍ଟ ଛକ ଭଳି ୧୦ଟି ଛକରେ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍ ଜଳିଲା । ହକି ମ୍ୟାଚ୍‌ ସରିବା ପରେ ପ୍ରମୁଖ ଛକରେ ଜଳୁଥିବା ଏସବୁ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ ଲିଭିଗଲା । ଆଜିକୁ ତିନି ମାସ ବିତିଯାଇଥିଲେ ହେଁ କୌଣସି ଗୋଟିଏ ଛକରେ ଟ୍ରାଫିକ୍‌ ସିଗ୍‌ନାଲ୍‌ ଲାଇଟ୍‌ ଜଳୁନି କି ସିସିଟିଭି କ୍ୟାମେରା ମଧ୍ୟ କାର୍ଯ୍ୟ କରୁନାହିଁ ।

ଏହାକୁ ସହରବାସୀ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଉରକେଲା ବାସୀ କହିଛନ୍ତି, ରାଉରକେଲା ୱାନ୍‌ ଅଫିସରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର( ଆଇସିସିସି) କାର୍ଯ୍ୟକ୍ଷମ ନ ହୋଇଛି ସେ ପର୍ଯ୍ୟନ୍ତ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ ସ୍ବୟଂ ଚାଳିତ ହେବ ନାହିଁ । ଠିକା ସଂସ୍ଥାର ଅବହେଳାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ପ୍ରଥମ କରି ସିସିଟିଭି କ୍ୟାମେରା ଏବଂ ଟ୍ରାଫିକ ସିଗନାଲ ଲାଗିଥିଲା । ରାଉରକେଲା ସହରରେ ଅମାନିଆ ଗାଡି ଚାଳକ ସାବଡ଼ ହେବେ । ସହରରେ କ୍ରାଇମ ଏବଂ ଅସମାଜିକ କାର୍ଯ୍ୟ ଉପରେ ରୋକ ଲାଗିବ କିନ୍ତୁ ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଫେଲ ମାରିଛି ।

ସେଭଳି ଭବରେ ରାଉରକେଲା ସହରର ୧୧୦ଟି ସ୍ଥାନରେ ଲାଗିଥିବା ସିସି ଟିଭି ନିୟନ୍ତ୍ରଣ ପାଇଁ ସହରର ୧୩ଟି ପ୍ରମୁଖ ସ୍ଥାନରେ ଇଣ୍ଟିଗ୍ରେଟେଡ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌( ଆଇଟିଏମ୍‌ଏସ୍‌) ସ୍ଥାପନ କରାଯିବ । ଏଥି ମଧ୍ୟରୁ ବର୍ତ୍ତମାନ ଯାଏ କୌଣସି ସ୍ଥାନରେ ଠିକ ଭାବରେ ଆଇଟିଏମ୍‌ଏସ୍‌ କାର୍ଯ୍ୟ ‌ଶେଷ ହୋଥିବାର ସୂଚନା ମଧ୍ୟ ମିଳିନାହିଁ ପ୍ରଶାସନର ଅବହେଳା ଯୋଗୁଁ ସମୟ ଗଡ଼ିବାରେ ଲାଗିଛି କିନ୍ତୁ ପ୍ରକଳ୍ପର କାର୍ଯ୍ୟକାରୀ ଶୂନ୍ୟ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.