ETV Bharat / state

ସୁନ୍ଦରଗଡ଼ରେ ରକ୍ଷକ ତାଲିମ ଶିବିର ଆୟୋଜିତ, ୩ ଜିଲ୍ଲାର RTO ଶିବିରରେ ସାମିଲ - ସୁନ୍ଦରଗଡ଼ ରକ୍ଷକ ତାଲିମ ଶିବିରରେ ତିନି RTO ସାମିଲ୍‌

ଝାରସୁଗୁଡା, ରାଉରକେଲା ଓ ସୁନ୍ଦରଗଡ ଆରଟିଓଙ୍କୁ ନେଇ ‘ରକ୍ଷକ’ ତାଲିମ ଶିବିର ଆୟୋଜିତ ହୋଇଛି । ଦିଲ୍ଲୀର ଦୁଇ ମାଷ୍ଟର ଟ୍ରେନର ଦେବେ ତାଲିମ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ରେ ରକ୍ଷକ ତାଲିମ ଶିବିର ଆୟୋଜିତ, ୩ ଜିଲ୍ଲାର RTO ଶିବିରରେ ସାମିଲ

author img

By

Published : Dec 6, 2021, 10:55 PM IST

ସୁନ୍ଦରଗଡ଼: ବିକାଶ ଭବନ ପରିସରରେ ଝାରସୁଗୁଡା, ରାଉରକେଲା ଓ ସୁନ୍ଦରଗଡ ଆରଟିଓଙ୍କୁ ନେଇ ‘ରକ୍ଷକ’ ପ୍ରଶିକ୍ଷଣ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଦୁଇ ଦିନିଆ ତାଲିମ ଶିବିରରେ ତାଲିମ ଦେବେ ଦିଲ୍ଲୀର ଦୁଇ ଜଣ ମାଷ୍ଟର ଟ୍ରେନର । ‘ରକ୍ଷକ’ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଜୀବନ ରକ୍ଷା କରିବା ।

ସୁନ୍ଦରଗଡ଼ରେ ରକ୍ଷକ ତାଲିମ ଶିବିର ଆୟୋଜିତ, ୩ ଜିଲ୍ଲାର RTO ଶିବିରରେ ସାମିଲ

ସଡ଼କ ଦୁର୍ଘଟଣାଜନିତ ଆହତଙ୍କୁ ତୁରନ୍ତ ନିକଟତମ ଚିକିତ୍ସାଳୟକୁ ପହଞ୍ଚାଇବା, ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ନେଇ ଏହି ଅଭିଯାନରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ ଶିବିରରେ ତିନୋଟି ଯାକ ଆଞ୍ଚଳିକ ପରିବହନ କ୍ଷେତ୍ରରେ ଥିବା ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି । ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ହୋଇଥିବା ସେହି ସବୁ ଅଞ୍ଚଳର ଲୋକଙ୍କୁ ରକ୍ଷକ ଅଭିଯାନରେ ସାମିଲ କରାଯାଉଛି ।

ସଡ଼କ ଦୁର୍ଘଟଣା ଶିକାର ହୋଇଥିବା ଲୋକଙ୍କ ଜୀବନ ଯେପରି ରକ୍ଷା ହୋଇ ପାରିବ ସେନେଇ 'ରକ୍ଷକ’ ଅଭିଯାନରେ ତାଲିମ ଦିଆଯାଉଛି । ତାଲିମ୍‌ ନେବା ପରେ ଏହି ଅଭିଯାନ ନିଶ୍ଚିତ ଫଳପ୍ରଦ ହେବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.