ETV Bharat / state

ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ପୋଲିସର ଲାଠିଚାର୍ଜ, 24 ଗିରଫ - ସୁନ୍ଦରଗଡ ପୋଲିସର ଲାଠିଚାର୍ଜ

ସୁନ୍ଦରଗଡ ହେମଗିର ଥାନା ଆଗରେ ବିକ୍ଷୋଭ କରୁଥିବା ବିକ୍ଷୋଭକାରୀଙ୍କୁ ସାବାଡ କରିବା ନେଇ ପୋଲିସ କଲା ଲାଠିଚାର୍ଜ । ପୋଲିସ ମାଡରେ ବିକ୍ଷୋଭକାରୀ ଛିନଛତ୍ର । ବିକ୍ଷୋଭକାରୀଙ୍କ ମଧ୍ୟରୁ 24 ଗିରଫ । ଅଧିକ ପଢନ୍ତୁ...

public protest in front of hemagiri police station, police lathicharge 24 arrested
ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ,ପୋଲିସର ଲାଠିଚାର୍ଜ 24 ଗିରଫ
author img

By

Published : Mar 16, 2021, 9:26 PM IST

ସୁନ୍ଦରଗଡ: ବିକ୍ଷୋଭକାରୀଙ୍କୁ ଲାଠି ଚାର୍ଜ କଲା ପୋଲିସ । ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ କନ୍ଦଧୁଡା ମାମଲାରେ ଲାଠିଚାର୍ଜ କରିଛି ପୋଲିସ । ବିକ୍ଷୋଭକାରୀଙ୍କ ମଧ୍ୟରୁ 24ଜଣଙ୍କୁ ଗିରଫ କରିଛି ପୋଲିସ । କେତେକ ବିକ୍ଷୋଭକାରୀ ସମେତ ଛାତ୍ରଛାତ୍ରୀ ଓ ଅଙ୍ଗନୱାଡି କର୍ମୀଙ୍କୁ ପୋଲିସ ଥାନାକୁ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ,ପୋଲିସର ଲାଠିଚାର୍ଜ 24 ଗିରଫ

ଗତକାଲି ସୁନ୍ଦରଗଡ ଜିଲ୍ଲା କନ୍ଦଧୁଡାରୁ କେତେକ ବିକ୍ଷୋଭକାରୀ ସମେତ ଛାତ୍ରଛାତ୍ରୀ ଓ ଅଙ୍ଗନୱାଡିଙ୍କୁ ପୋଲିସ ଥାନାକୁ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଥାଉକୁ ଜନଶକ୍ତି ମଞ୍ଚ ନାମରେ କେତେକ ବ୍ୟକ୍ତି ସୁନ୍ଦରଗଡ ଏମସିଏଲରୁ କୋଇଲା ନେଇ ବାଙ୍କିବାହାଲ-ଟପରିଆ ରାସ୍ତା ଦେଇ ଛତିଶଗଡ ରାଜ୍ୟକୁ ପରିବହନ କରୁଥିବା ଗାଡି ଗୁଡିକୁ ଅଟକାଇବା ସହ ଗାଡି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିଥିଲେ । ସେମାନେ ଗତକାଲି ମଧ୍ୟ ବାଙ୍କିବାହାଲ – ଟପରିଆର ରାସ୍ତାର କନ୍ଦଧୁଡା ନିକଟରେ ସ୍କୁଲ ପିଲାଙ୍କୁ ନେଇ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧକାରୀଙ୍କୁ ପୋଲିସ ଗିରଫ କରିବା ସହ କେତେକ ସ୍କୁଲ ଓ ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଥାନାକୁ ନେଇଥିଲା । ଏହାକୁ ନେଇ ଉକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । କେତେକ ଗ୍ରାମବାସୀ ଗତକାଲି ରାତିରେ ଥାନା ସମ୍ମୁଖରେ ଗଣ୍ଡଗୋଳ କରିଥିଲେ । ତେବେ ଆଜି ସେମାନଙ୍କ ସହ ଉକ୍ତ ଅଞ୍ଚଳର ଶତାଧିକ ଲୋକ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏପରିକି ଥାନା ମଧ୍ୟରୁ ପୋଲିସ ବାହାରକୁ ବାହାରି ପାରୁ ନ ଥିଲେ କିମ୍ବା ଥାନା ମଧ୍ୟକୁ ପୋଲିସ ପ୍ରବେଶ ମଧ୍ୟ କରିପାରୁ ନ ଥିଲେ ।

ଏହି ଘଟଣା ପରେ ସୁନ୍ଦରଗଡ ଜିଲ୍ଲାପାଳ, ଉପଜିଲ୍ଲାପାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଲୋକେ କାହାରି କଥା ଶୁଣି ନଥିଲେ । ଏହାପରେ ଶେଷରେ ପୋଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଥିଲା ବୋଲି ପୋଲିସ କହିଛି । ପୋଲିସ ସମସ୍ତ ଛାତ୍ର ଓ ଛାତ୍ରୀଙ୍କୁ ଥାନାରୁ ମୁକୁଳାଇବା ସହ ସମସ୍ତ ଗିରଫ ମହିଳାଙ୍କୁ ମଧ୍ୟ ଥାନାରୁ ଜମାନତରେ ଛାଡିଛି । ବିକ୍ଷୋଭକାରୀଙ୍କ ମଧ୍ୟରୁ ପୋଲିସ 24 ଜଣଙ୍କୁ ଗିରଫ କରିଥିବାବେଳେ ଏହି ସଂଖ୍ୟା ଆଗକୁ ବଢିବ ବୋଲି ଜଣାପଡିଛି । ଘଟଣାର ଉତ୍ତେଜନାକୁ ଦେଖି ହେମଗିରରେ 4 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.