ETV Bharat / state

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ

ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ । ଦୁଇ ସନ୍ତାନରେ ସୀମିତ ରଖିବା ଆଇନ ପାରିତ ହେବା ନେଇ କଲେ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

author img

By

Published : Feb 20, 2021, 9:10 PM IST

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ

ସୁନ୍ଦରଗଡ : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ ଯୋଗଦେଇ ବର୍ଦ୍ଧିତ ଜନ ସଂଖ୍ୟାର ପ୍ରଭାବ କେତେ ଭୟଙ୍କର ଓ ଆଗାମୀ ଦିନରେ ଏହାର ପ୍ରଭାବ କିଭଳି ରୂପ ଧାରଣ କରିବ ସେନେଇ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସହଯୋଗ ଲୋଡିଛନ୍ତି । ଭାରତରେ ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ବେକାରୀ, ଗରିବୀ, କୁ-ପୋଷଣ ଓ ଅନାହାର ବୃଦ୍ଧି ପାଉଛି । ସମଗ୍ର ପୃଥିବୀରେ ରହୁଥିବା ଜନସଂଖ୍ୟାର ୧୮% ଲୋକ ଭାରତରେ ରହିଥିବାବେଳେ ସେମାନଙ୍କ ପାଇଁ ସ୍ଥଳଭାଗ ମାତ୍ର 2.4% ଓ ପାନୀୟ ଯୋଗ୍ୟ ଜଳ ମାତ୍ର 4% ଅଛି ବୋଲି ସେ କହିଛନ୍ତି ।

ତେବେ ଜନସଂଖ୍ୟା ବିସ୍ଫୋରଣରୁ ରକ୍ଷା ପାଇବାକୁ ହେଲେ ଜାତି ଧର୍ମ, ଭାଷା ଓ ଆଞ୍ଚଳିକତାରୁ ଊର୍ଦ୍ଧ୍ୱରେ ରହି ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ ବାଧ୍ୟତା ମୂଳକ କରିବାକୁ ପଡିବ । ଏଥିପାଇଁ ବ୍ୟାପକ ଜନ ସଚେତନତା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ରହିବା ଜରୁରୀ । ଉଭୟ ସରକାରଙ୍କୁ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସଂସଦ ଓ ବିଧାନ ସଭାରେ ପାରିତ କରିବା ପାଇଁ ଚାପ ସୃଷ୍ଟି କରିବାକୁ ହେଲେ ଦେଶର 138 କୋଟି ଲୋକ ଜାତି, ଧର୍ମ ଓ ଦଳଗତ ନିର୍ବିଶେଷରେ ବ୍ୟାପକ ଜନ ଆନ୍ଦୋଳନ କରିବାର ଦରକାର ଅଛି ବୋଲି ବିପିନ ବିହାରୀ କହିଛନ୍ତି ।

ବିପିନ ବିହାରୀ କହିଛନ୍ତି, ପ୍ରତ୍ୟେକ ବର୍ଷ ଆମ ଦେଶରେ 2 କୋଟି 25 ଲକ୍ଷ ଶିଶୁ ଜନ୍ମ ନେଉଥିବା ବେଳେ ବାର୍ଷିକ ଏକ କୋଟି 70 ଲକ୍ଷ ଲୋକ ଆମ ଜନସଂଖ୍ୟା ସହ ଅଧିକ ଯୋଡ଼ି ହେଉଛନ୍ତି । ଜନ ବିସ୍ଫୋରଣ ହେଲେ ଆଗାମୀ ଦିନରେ ଭାରତରେ ଶିକ୍ଷା, ଶିଳ୍ପାୟନ, ଗୃହନିର୍ମାଣ, ମୁକ୍ତ ବାୟୁ ଓ ପାନୀୟ ଜଳର ବ୍ୟାପକ ଅଭାବ ଦେଖାଦେବ । କୌଣସି ସରକାର ଏହି ପରିସ୍ଥିତିକୁ ଆୟତ୍ତ କରି ପାରିବେ ନାହିଁ । ଦେଶରେ ଭୟଙ୍କର ଗୃହ ଯୁଦ୍ଧ ଲାଗିବ । ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରା ନଗଲେ ଆସନ୍ତା 2040 ମସିହା ବେଳକୁ ଦେଶରେ ଜନସଂଖ୍ୟା 240 କୋଟିକୁ ଟପିବ ବୋଲି ତାଙ୍କ ଏକ ସଂସ୍ଥା ଆକଳନ କରିବା ସହ ଏହାକୁ ନିୟନ୍ତ୍ରଣ କରିବା ନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ଭାରତରେ ବସବାସ କରୁଥିବା ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଏହି ଜନ ବିସ୍ଫୋରଣକୁ ପ୍ରେତ୍ସାହନ ଦେବା ସହ ବିପଦକୁ ଡାକି ଆଣୁଥିବା କଥା ସେ କହିଛନ୍ତି । ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶ ତରଫରୁ ସଂସଦରେ ଦୁଇ ସନ୍ତାନ ବାଧ୍ୟତା ମୂଳକ କରିବା ନେଇ ଏକ ଆଇନ ପାରିତ ଦିଗରେ ଉଦ୍ୟମ ଜାରି ରହିଛି ଏବଂ 138 ଜଣ ସାଂସଦ ଓ ଉପ ରାଷ୍ଟ୍ରପତିଙ୍କ ସମର୍ଥନ ମଧ୍ୟ ଏ ଦିଗରେ ମିଳିଥିବା କଥା ସେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.