ETV Bharat / state

ସହିଦ ପ୍ରଦୀପ ପଣ୍ଡାଙ୍କୁ କୀର୍ତ୍ତି ଚକ୍ର, ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ସହିଦଙ୍କ ପତ୍ନୀ

ସହିଦ ପ୍ରଦୀପ ପଣ୍ଡାଙ୍କୁ ସମ୍ମାନିତ । ଆଜି ରାଷ୍ଟ୍ରପତି ଭବନରେ ସହିଦ ସହିଦ ପ୍ରଦୀପ ପଣ୍ଡାଙ୍କ ପତ୍ନୀ ମିନତି ପଣ୍ଡାଙ୍କୁ ରାଷ୍ଟ୍ରପତି କୀର୍ତ୍ତି ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ।

author img

By

Published : Mar 19, 2019, 6:50 PM IST

ଫଟୋ ସୌଜନ୍ୟ: ଟ୍ୱିଟର@rashtrapatibhvn

ରାଉରକେଲା: ସହିଦଙ୍କୁ ସମ୍ମାନ । ଆଜି( ମଙ୍ଗଳବାର) ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁରର ସହିଦ ପ୍ରଦୀପ ପଣ୍ଡାଙ୍କ ପତ୍ନୀ ମିନତି ପଣ୍ଡାଙ୍କୁ ରାଷ୍ଟ୍ରପତି କୀର୍ତ୍ତି ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ଗ୍ରହଣ କରିବା ପରେ ବେଶ କିଛି ସମୟ ଭାବୁକ ହୋଇଯାଇଥିଲେ ସହିଦଙ୍କ ପତ୍ନୀ ।

ଗତ 2017 ମସିହା ଡିସେମ୍ବର 31 ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରଦୀପ ପଣ୍ଡା ସହିଦ ହୋଇଥିଲେ । ଆଜି ରାଷ୍ଟ୍ରପତି ଭବନରେ ସହିଦଙ୍କ ପତ୍ନୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ ସମୟରେ ସେ କିଛି ସମୟ ପାଇଁ ଭାବୁକ ହୋଇପଡିଥିଲେ । ଅନ୍ୟପଟେ ଓଡିଆ ବୀର ପୁଅକୁ ସମ୍ମାନିତ କରାଯିବା ପରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ଦୁନିଆରେ ଅନେକ ଯୋଡି ଦେଖିବାକୁ ମିଳୁଥିବାବେଳେ ସୁପରଷ୍ଟାର  ସଲମାନ ଖାନଙ୍କ ସହ ଆଲିୟା ଭଟ୍ଟଙ୍କୁ ଏକାଠି ଦେଖିବାକୁ ଦର୍ଶକ ପ୍ରାୟ ଇଚ୍ଛା ପ୍ରକାଶ କରିଥାନ୍ତି। ସଲମାନ ବୟସରେ ଆଲିୟାଙ୍କଠାରୁ ଖୁବ ବଡ ହୋଇଥିଲେ ମଧ୍ୟ ପରଦାରେ ଉଭୟଙ୍କ ଯୋଡି ଜମିବ ବୋଲି ସର୍ବଦା କୁହନ୍ତି ଦର୍ଶକ । ହେଲେ ଏବେ ଦର୍ଶକଙ୍କ ଏହି ସ୍ବପ୍ନ ସତ ହେବାକୁ ଯାଉଛି, ସେ ବି ପ୍ରଖ୍ୟାତ ଫିଲ୍ମନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ 'ଇନଶାଆଲ୍ଲା'ରେ ।

ଆଜି ଆଲିୟା ଓ ସଲମାନଙ୍କ ଫ୍ୟାନଙ୍କ ପାଇଁ ଅଛି ଗୋଟିଏ ବଡ ଖୁସିଖବର । ଦୀର୍ଘ 20ବର୍ଷ ପରେ ସଲମାନ ଓ ସଞ୍ଜୟ ଲୀଲା ଭଂସାଲୀ ଏକାଠି ହେବାକୁ ଯାଉଥିବାବେଳେ ଉଭୟଙ୍କ ସହ ଡବଲ ତଡକା ଲଗାଇବାକୁ ଆସୁଛନ୍ତି ଆଲିୟା । କିଛି ସମୟ ପୂର୍ବରୁ ନିଜେ ସଲମାନ ପ୍ରଥମେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରି ଲେଖିଛନ୍ତି, 'ମୁଁ ବହୁତ ଖୁସି ଯେ ଦୀର୍ଘ 20ବର୍ଷପରେ ସଞ୍ଜୟଙ୍କ ସହ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ନଜର ଆସିବି । ଇନଶାଆଲ୍ଲା । ଆଲିୟାଙ୍କ ସହ କାମ କରିବାକୁ ଅପେକ୍ଷା ।'

ସଲମାନ ଏହି ଘୋଷଣା କରିବା ପରେପରେ ଆଲିୟା ମଧ୍ୟ ଟ୍ୱିଟ କରି ଶୀର୍ଷରେ ଲେଖିଛନ୍ତି, 'ଆଖି ଖୋଲା କରି ସ୍ବପ୍ନ ଦେଖିବାକୁ ସେ କହିଥିଲେ ଏବଂ ମୁଁ କରିଛି । ସଞ୍ଜୟ ସାର ଓ ସଲମାନ ଖାନ ଏକାଠି କୌଣସି ଯାଦୁଠାରୁ କମ ନୁହେଁ । ଇନଶାଆଲ୍ଲା ମୁଁ ଉଭୟଙ୍କ ସହ କାମ କରିବାକୁ ବହୁତ ଉତ୍ସାହିତ ।'

 ପ୍ରକାଶ ଥାଉକି, ଆଲିୟା ଖୁବଶିଘ୍ର ଫିଲ୍ମ 'କଲଙ୍କ'ରେ ନଜର ଆସିବାକୁ ଯାଉଛନ୍ତି । ଏହାଛଡା ସେ ପ୍ରେମିକ ରଣବୀର କପୁର ଓ ଅମିତାଭ ବଚ୍ଚନଙ୍କ ସହ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଏ ତ ଥିଲା ବଲିଉଡ କଥା । ଆଲିୟା ଏସଏସ ରାଜାମୌଲୀଙ୍କ ଫିଲ୍ମ 'RRR'ରେ ମଧ୍ୟ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ସହ ତେଲୁଗୁ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଅନ୍ୟପକ୍ଷରେ ସଲମାନ ମଧ୍ୟ ଏବେ ଫିଲ୍ମ 'ଭାରତ'ର ସୁଟିଂରେ ବ୍ୟସ୍ତ , ଯାହାକି ଇଦ ଅବସରରେ ରିଲିଜ ହେବ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.