ରାଉରକେଲା: ତୃତୀୟ ପର୍ଯାୟ ନିର୍ବାଚନ ସରିଯାଇଥିଲେ ସୁଦ୍ଧା ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର 2ଟି ବୁଥରେ ହୋଇନାହିଁ ନିର୍ବାଚନ । ଇଭିଏମରେ ତ୍ରୁଟି ଯୋଗୁଁ 213 ଓ 129 ନମ୍ବର ବୁଥରେ ବାତିଲ ରହିଥିଲା ନିର୍ବାଚନ । ତେଣୁ ଏହି ଦୁଇଟି କେନ୍ଦ୍ରରେ 25ରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।
ସୁନ୍ଦରଗଡର ରଙ୍ଗାଢିପା ପ୍ରାଥମିକ ବିଦ୍ୟାଳୟ ବୁଥ୍ ନମ୍ବର 213ରେ ଆସନ୍ତାକାଲି (ଗୁରୁବାର) ମତଦାନ ହେବ । ସେହିପରି ବୁଥ୍ ନମ୍ବର 129 ଉପରପଡା ଳେନ୍ଦ୍ରିକେଲା ଉଚ୍ଚ ବିଦ୍ୟାଳୟରେ ମଧ୍ଯ ସାନି ନିର୍ବାଚନ କରାଯିବ ।
ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ 4 ଟା ପର୍ଯ୍ୟନ୍ତ ଚାଲୁ ରହିବା ନେଇ ସୂଚନା ଦେଇଛନ୍ତି କମିଶନ । 25 ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ଯେପରି କୌଣସି ଅପ୍ରିତିକର ଘଟଣା ନଘଟେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ