ETV Bharat / state

ମାନସିକ ବିକୃତଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପ୍ରଶାସନ ନାକେଦମ - ମାନସିକ ବିକୃତଙ୍କୁ ଉଦ୍ଧାର କରି ପାରିଲାନି ସୁନ୍ଦରଗଡ଼ ପୋଲିସ

ତିଳେଇମାଲ ଗାଁ ପାଖରେ ଥିବା ଏକ ବହୁ ଉଚ୍ଚ ଗଛରେ ଚଢ଼ି ଜଣେ ବ୍ୟକ୍ତିର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ବ୍ୟକ୍ତିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ପୋଲିସ ଓ ଅଗ୍ନିଶମ ବିଭାଗ ବିଫଳ । ଅଧିକ ପଢ଼ନ୍ତୁ

ମାନସିକ ବିକୃତଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପ୍ରଶାସନ ନାକେଦମ

author img

By

Published : Dec 15, 2021, 9:30 PM IST

ସୁନ୍ଦରଗଡ଼: ମାନସିକ ବିକୃତଙ୍କ ଉନ୍ମତ୍ତ କାଣ୍ଡ । ୩ ଦିନ ହେଲା ଗଛରେ ଚଢ଼ି ଦେଉଛି ଆତ୍ମହତ୍ୟା ଧମକ । ପାଖକୁ କେହି ଗଲେ ଧାର ହତିଆରରେ ଆକ୍ରମଣ କରିବାକୁ ଧମକ ଦେଉଛି । ସୁନ୍ଦରଗଡ଼ ଜିଲ୍ଲା ତିଲେଇମାଲ ଗ୍ରାମରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ମାନସିକ ବିକୃତଙ୍କ ପରିଚୟ ମିଳିପାରିନାହିଁ । ତେବେ ଗତ ୧୩ ତାରିଖରୁ ଗୋଟିଏ ଗଛରେ ଚଢ଼ି ରହିଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବିଭାଗ ବ୍ୟାପକ ଚେଷ୍ଟା କରାଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନି ।

ମାନସିକ ବିକୃତଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପ୍ରଶାସନ ନାକେଦମ

ଶେଷରେ ମାନସିକ ବିକୃତକୁ ସେହିଭଳି ଅବସ୍ଥାରେ ଛାଡ଼ିଯିବାକୁ ବାଧ୍ୟ ହୋଇଛି ପୋଲିସ ଓ ଅଗ୍ନିଶମ ବିଭାଗ । ୧୩ ତାରିଖ ସନ୍ଧ୍ୟାରୁ ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତାକୁ ଉଦ୍ଧାର କରିବା ନେଇ ଅବିରାମ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏହାକୁ ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଯେ କେହିବି ବ୍ୟକ୍ତିଙ୍କ ନିକଟକୁ ଯିବାକୁ ଚେଷ୍ଟା କରୁଛନ୍ତି କିମ୍ବାରେ ଗଛରେ ଚଢ଼ୁଛନ୍ତି ତାଙ୍କୁ ପାଖରେ ରଖିଥିବା ଛୁରୀ ଓ ଭଙ୍ଗା କାଚ ବୋତଲ ଦେଖାଇ ହତ୍ୟା କରିବାକୁ ଧମକ ଦେଉଛି ।

ମାନସିକ ବିକୃତଙ୍କ ଏଭଳି କାରନାମାକୁ ଦେଖି ପୋଲିସ ଓ ଅଗ୍ନିଶମ ବିଭାଗ ତାକୁ ସେହି ଅବସ୍ଥାରେ ଛାଡ଼ି ଚାଲିଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ଗ୍ରାମବାସୀ ଜୀବନକୁ ବିପଦ ଥିବା ଆଶଙ୍କା କରିଛନ୍ତି । ବ୍ୟକ୍ତି ଜଣକ ହିନ୍ଦୀ ଓ ସାଦ୍ରି ଭାଷାରେ କଥାବାର୍ତ୍ତା କରୁଥିବା ତାଙ୍କ ଘର ଛତିଶଗଡ଼ର ଗୁମଲା ଅଞ୍ଚଳ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ବ୍ୟକ୍ତିଜଣଙ୍କ ଉକ୍ତ ଗଛରୁ ଆଦୌ ଓହ୍ଲାଉ ନଥିବା ବେଳେ ସେ ଗତ ତିନିଦିନ ଧରି ଖାଦ୍ୟ ମଧ୍ୟ ଖାଇ ନଥିବା ଜଣାପଡ଼ିଛି । ସ୍ଥାନୀୟ ଗ୍ରାମବାସୀ ସମ୍ପୃକ୍ତ ମାନସିକ ବିକୃତଙ୍କୁ ଜଗି ରହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.