ETV Bharat / state

ଲୋକଙ୍କୁ ମିଳୁନି PDS ଚାଉଳ, ଟାଙ୍କିରେ ପୋତା ହୋଇଛି ବସ୍ତା ବସ୍ତା ଚାଉଳ

author img

By

Published : Feb 16, 2023, 10:25 AM IST

ମାଟି ତଳେ ପୋତା ହୋଇଛି ବସ୍ତା ବସ୍ତା ପିଡ଼ିଏସ ଚାଉଳ । ସୁନ୍ଦରଗଡ ଜିଲ୍ଲା ବଡ଼ ଗୋଗୁଆ ପଞ୍ଚାୟତ ଅଫିସ ପଛପଟୁ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ଅଧିକ ପଢନ୍ତୁ

ମାଟି ତଳୁ ମିଳିଲା ପିଡ଼ିଏସ ଚାଉଳ
ମାଟି ତଳୁ ମିଳିଲା ପିଡ଼ିଏସ ଚାଉଳ
ମାଟି ତଳୁ ମିଳିଲା ପିଡ଼ିଏସ ଚାଉଳ

ସୁନ୍ଦରଗଡ: ମାଟି ତଳେ ପୋତା ହୋଇଛି ବସ୍ତା ବସ୍ତା ପିଡ଼ିଏସ ଚାଉଳ । ଗରୀବ ଖଟିଖିଆଙ୍କ ପେଟରେ ଦାନା ଦେବାକୁ ସରକାର ପିଡ଼ିଏସ ଚାଉଳ ଯୋଗାଉଥିବା ବେଳେ ମାଟି ତଳୁ ଓ ଟାଙ୍କି ଭିତରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ମିଳୁଛି । ତାହା ପୁଣି ପଞ୍ଚାୟତ ଅଫିସ ପରିସରରୁ । ଅନେକ ହିତାଧିକାରୀଙ୍କ ପାଖରେ ପିଡିଏସ ଚାଉଳ ପହଞ୍ଚି ପାରୁନଥିବା ବେଳେ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ବଡ଼ ଗୋଗୁଆ ପଞ୍ଚାୟତ ଅଫିସ ପଛପଟେ ଚାଉଳ ପୋତା ହୋଇଥିବାର ଦେଖିବାକୁ ମିଳିଛି । ସରକାରୀ ଚାଉଳ ହଡପ ପାଇଁ ଏପରି କରାଯାଇଥିବା ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ, ବଡ ଗୋଗୁଆ ପଞ୍ଚାୟତ ଅଫିସ ପଛପଟେ ଟାଙ୍କିରେ ଚାଉଳ ପୋତା ହୋଇଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ମାଟି ଆଡେଇବାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ପୋତା ହୋଇଥିବାର ନଜର ଆସିଥିଲା । ତେବେ ବାଟମାରଣା ହେଉଛି କି ପିଡ଼ିଏସ ଚାଉଳ ? କେଉଁଥିପାଇଁ ଟାଙ୍କି ଏବଂ ବାଲି ଭିତରେ ବସ୍ତା ବସ୍ତା ଚାଉଳ ପୋତା ଯାଇଛି ? କାହା ନିର୍ଦ୍ଦେଶରେ ଓ କିଏ ଚାଉଳ ପୋତିଛି ? ଏହି ଦୃଶ୍ୟ ଦେଖିବା ପରେ ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି ।

ଗୋଟିଏପଟେ ହିତାଧିକାରୀମାନଙ୍କୁ ଚାଉଳ ଠିକ ଭାବରେ ମିଳୁ ନଥିବା ବେଳେ ଅନ୍ୟପଟେ ହିତାଧିକାରୀଙ୍କ ପାଇଁ ଆସିଥିବା ଚାଉଳକୁ ପଞ୍ଚାୟତ ଅଫିସ ପଛପଟେ ମାଟି ତଳେ ଓ ଟାଙ୍କି ପୋତାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏନେଇ ପଚରାଯିବାରୁ ସେ ଏ ବାବଦରେ କିଛି ଜାଣିନଥିବା ଏବଂ ଘଟଣା ସମ୍ପର୍କରେ ତାଙ୍କୁ ସମ୍ପୃକ୍ତ ନିରୀକ୍ଷକ କିମ୍ବା ସହାୟକ ଯୋଗାଣ ଅଧିକାରୀ ଅବଗତ କରିନଥିବା କହିଛନ୍ତି ।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଏହି ଟାଙ୍କି ଭିତରେ ଏବଂ ବାଲି ଭିତରେ କ'ଣ କରୁଛି ବସ୍ତା ବସ୍ତା ପିଡ଼ିଏସ ଚାଉଳ । କେଉଁ କାରଣରୁ ପଡି ରହିଛି ଚାଉଳ । ଚାଉଳ ଖରାପ ହୋଇଛି ନା ସରକାରୀ ଚାଉଳ ବାଟ ମାରଣା କରିବା ପାଇଁ ଚାଲିଛି ଷଡଯନ୍ତ୍ର । ଯଦି ଓ ଖରାପ ଚାଉଳକୁ ନଷ୍ଟ କରାଯାଇଛି ତେବେ ହିତାଧିକାରୀଙ୍କ ପାଖରେ କାହିଁକି ପହଞ୍ଚି ପାରିନାହିଁ ନା ହିତାଧିକାରୀଙ୍କୁ ଚାଉଳ ପାଇବାରୁ ବଞ୍ଚିତ କରାଯାଇ ଏହାର ବାଟ ମାରଣା କରାଯାଉଛି ।

ହିତାଧିକାରୀଙ୍କ ସଂଖ୍ୟା ଠାରୁ ଅଧିକ ପିଡ଼ିଏସ ଚାଉଳ ଆସୁଛି ନା ଚାଉଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କିଏ ଓ କାହିଁକି ଏତେ ପରିମାଣର ଚାଉଳ ପୋତିଛି ତାହାର ଯାଞ୍ଚ କରାଯିବାକୁ ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.