ETV Bharat / state

ରାଉରକେଲାରେ ରାଜ୍ୟ ସରାକରଙ୍କ ଉପରେ ବର୍ଷିଲେ ଶରତ; କହିଲେ ଏଠି ଜଙ୍ଗଲ ରାଜ ଚାଲିଛି - ଶରତ ପଟ୍ଟନାୟକ ରାଉରକେଲା ଗସ୍ତ

ରାଉରକେଲା ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିରୋଧରେ ବର୍ଷିଲେ । ରାଜ୍ୟରେ ଜଙ୍ଗଲ ରାଜ ଚାଲିଥିବା କହି କଟାକ୍ଷ କଲେ ରାଜ୍ୟ କଂଗ୍ରେସ ମୁଖ୍ୟ । ଅଧିକ ପଢନ୍ତୁ

ଶରତ ପଟ୍ଟନାୟକ ରାଉରକେଲା ଗସ୍ତ
ଶରତ ପଟ୍ଟନାୟକ ରାଉରକେଲା ଗସ୍ତ
author img

By ETV Bharat Odisha Team

Published : Sep 29, 2023, 12:02 PM IST

Updated : Sep 29, 2023, 12:24 PM IST

ଶରତ ପଟ୍ଟନାୟକ ରାଉରକେଲା ଗସ୍ତ

ରାଉରକେଲା: ପିସିସି ସଭାପତି ଶରତ ପଟ୍ଟନାୟକ ଗତ ଗୁରୁବାର ରାଉରକେଲା ଗସ୍ତ କରିଛନ୍ତି । ଏହି ସମୟରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିଜେଡି ସରକାର ଓଡ଼ିଶା ଅବନ୍ନତିର ମୂଳ କାରଣ । ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ଅଫିସରଙ୍କୁ ପ୍ରାଥମିକତା ଦିଆଯାଉଛି । ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ଜନସାଧାରଣଙ୍କ ବିକାଶ ପାଇଁ କୌଣସି କାର୍ଯ୍ୟ କରାଯାଉନି । ବିଜେଡି ସରକାର ୨ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି । ସେହିଭଳି କେନ୍ଦ୍ର ସରକାର ମଧ୍ୟ ଦୁଇ କୋଟି ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ସ୍ବପ୍ନ ଦେଖାଇ ଠକି ଦେଇଛନ୍ତି ବୋଲି ଶରତ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଲୋକଙ୍କ ବିକାଶ କରିବାରେ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି । ଘରକୁ ଘର ୧୫ ଲକ୍ଷ ଟଙ୍କା ଦେବା କଥା ଓ ସ୍ମାର୍ଟସିଟି ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ବିଫଳ ହୋଇଛି । ଆଜି ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦାରଦାମ୍ ହୁ' ହୁ' ହୋଇ ବୃଦ୍ଧି ପାଇଛି । ଏଥିରେ ଗରୀବ ଓ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ବିଜେପି ଓ ବିଜେଡି ଦୁଇ ଭାଇ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଏକାଠି ହୋଇ ଓଡ଼ିଶାବାସୀଙ୍କୁ ହଇରାଣ କରୁଛନ୍ତି । ରାଜ୍ୟ ସରକାରଙ୍କ ବେକାର ଯୁବଗୋଷ୍ଠୀଙ୍କୁ ଚାକିରି ଯୋଗାଇବା, ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଏବଂ ଧାନ କ୍ବିଣ୍ଟାଲ ପିଛା ସଠିକ ମୂଲ୍ୟ ଦେବା ଘୋଷଣା ସବୁ କେବଳ ପାଣିର ଗାର ।

ଏହାମଧ୍ୟ ପଢନ୍ତୁ: ୨୪ ପାଇଁ କଂଗ୍ରେସର ପ୍ରସ୍ତୁତି; ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ଅପାରଗତା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି ପାଇଁ କଂଗ୍ରେସ ରାଜ୍ୟରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ କରିଛି । ଜନସାଧାରଣ ଆଗାମୀ ନିର୍ବାଚନରେ ଏହାର ଉଚିତ୍ ଜବାବ ଦେବେ ଏବଂ କଂଗ୍ରେସକୁ ବାଛିବେ । ୨୦୨୪ ନିର୍ବାଚନରେ କଂଗ୍ରେସ ଦଳ ନିଶ୍ଚିତ ବିଜେଡି ସରକାରକୁ ହଟାଇ ରାଜ୍ୟରେ ସରକାର ଗଠନ କରିବ । ଦଳ ଏଥର ୯୦ ସିଟ୍ ନିଶ୍ଚିତ ଦଖଲ କରିବ ବୋଲି ଶରତ ପଟ୍ଟନାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଏଥିସହ ରାଜ୍ୟରେ ଅଫିସରମାନଙ୍କ ଦାଦାଗିରି ବନ୍ଦ କରିବାକୁ ଦାବି କରିଛନ୍ତି ପିସିସି ମୁଖ୍ୟ । ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପ ନେବ । ରାଜ୍ୟ ସରକାର ରାଜ୍ୟରେ ବିଭିନ୍ନ ଅପରାଧ ଓ ଦୁର୍ନୀତି ଘଟଣାକୁ ଜାଣିଶୁଣି ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ଲୋକେ ଏହାର ନିଶ୍ଚିତ ଜବାବ ଦେବେ ବୋଲି ଶରତ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Sep 29, 2023, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.