ETV Bharat / state

ନୂଆ ପରିଚୟ ଦେଇଛି ପଟ୍ଟଚିତ୍ର, ରଙ୍ଗ ତୁଳୀରେ ମନଲୋଭା ଚିତ୍ର ଆଙ୍କୁଛନ୍ତି ଭାଗ୍ୟଶ୍ରୀ - ପଟ୍ଟଚିତ୍ର

ରଙ୍ଗ ତୁଳୀରେ ମନଲୋଭା ଚିତ୍ର ଆଙ୍କୁଛନ୍ତି ରାଉରକେଲାର ଭାଗ୍ୟଶ୍ରୀ । ପଟ୍ଟଚିତ୍ର ଦେଇଛି ନୂଆ ପରିଚୟ । ଅଧିକ ପଢନ୍ତୁ

pattachitra artist bhagyashree sahu
pattachitra artist bhagyashree sahu
author img

By

Published : Apr 10, 2023, 10:04 AM IST

pattachitra artist bhagyashree sahu

ରାଉରକେଲା: ନିର୍ଜୀବ ବସ୍ତୁରେ ଜୀବନ ଦେବାରେ ମାହିର ରାଉରକେଲା ଭାଗ୍ୟଶ୍ରୀ । ତାଙ୍କ ରଙ୍ଗ ତୂଳୀରେ ଜୀବନ୍ତ ହେଉଛି ପ୍ରତିଛବି । ବୋତଲ ଠାରୁ ଆରମ୍ଭ କରି ପେପର, ପଥର ଗ୍ଲାସ, ପ୍ଲେଟ ଆଦି ଉପରେ ସେ ଅତି ନିଖୁଣତାର ସହ ଆଙ୍କି ଦିଅନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମାଆ ଦୁର୍ଗା, ଭଗବାନ ଶିବ ଓ ପ୍ରକୃତିକୁ ନେଇ ପଟ୍ଟଚିତ୍ର । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ।

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବର୍ତ୍ତାବହ କରିଥାଏ ପଟ୍ଟଚିତ୍ର । ବର୍ତ୍ତମାନ ଆଧୁନିକ ଯୁଗରେ ପଟ୍ଟ ଚିତ୍ର କଳା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲାଣି । ଓଡ଼ିଆଙ୍କ ଗର୍ଵ ଗୌରବ ବୋଲାଉଥିବା ପଟ୍ଟଚିତ୍ର ବର୍ତ୍ତମାନ ଲୋକଙ୍କ ପାଖରୁ ଦୂରେଇ ଯିବାକୁ ବସିଥିବା ବେଳେ ଏହାକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି ରାଉରକେଲର ଝିଅ ଭାଗ୍ୟଶ୍ରୀ । ନିଜ ହାତରେ ପଟ୍ଟଚିତ୍ର ତିଆରି କରି ଘରେ ସାଇତି ରଖିଛନ୍ତି ଏହି ନିଆରା ଚିତ୍ରକାର ।

ପଟ୍ଟଚିତ୍ର ପାଇଁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭାଗ୍ୟଶ୍ରୀ । ବିଭିନ୍ନ ପ୍ରକାର ଅଦରକାରୀ ସାମଗ୍ରୀ ବା ବସ୍ତୁରେ ଆଙ୍କିଛନ୍ତି ସୁନ୍ଦର ପଟ୍ଟଚିତ୍ର । ରାଉରକେଲା ସହର ବା ସୁନ୍ଦରଗଡ଼ରେ ପଟ୍ଟଚିତ୍ର କହିଲେ ସମସ୍ତଙ୍କ ମନରେ ଆସେ ଗୋଟିଏ ନା ସେ ହେଉଛି ଭାଗ୍ୟଶ୍ରୀ ସାହୁ । କାଚ ବୋତଲ, ପଥର, ବଲବ, କାଠ, ପଟା ବିଭିନ୍ନ ଅଦରକାରୀ ହୋଇ ପଡ଼ିଥିବା ସାମଗ୍ରୀରେ ସୁନ୍ଦର ଭାବରେ ତିଆରି କରିଛନ୍ତି ପଟ୍ଟଚିତ୍ର । ନିଜର ପଟ୍ଟ ଚିତ୍ର ଯୋଗୁଁ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି ସେ ।

2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀ ସାହୁଙ୍କୁ ସମ୍ବୋଧିତ କରିବା ସହ ତାଙ୍କର ପଟ୍ଟ ଚିତ୍ରକଳାକୁ ନେଇ ପ୍ରଶଂସା ମଧ୍ୟ କରିଥିଲେ । ଓଡ଼ିଶାର କଳା ସଂସ୍କୃତିକୁ ପଟ୍ଟଚିତ୍ରରେ ପରିଚୟ ଦେଇ ଓଡିଶା ପାଇଁ ଗର୍ଵ ଆଣିବା ସହ ରାଉରକେଲା ପାଇଁ ମଧ୍ୟ ଗର୍ଵ ଆଣିଥିଲେ ଭାଗ୍ୟଶ୍ରୀ । ତେବେ ଭାଗ୍ୟଶ୍ରୀ ହେଉଛନ୍ତି ଜଣେ ଇଞ୍ଜିନିୟର । ଛୋଟ ବେଳରୁ ଜଗନ୍ନାଥଙ୍କ ପ୍ରତି ଭଲପାଇବା ଏବଂ ଚିତ୍ରକଳା ପ୍ରତି ଆକର୍ଷଣ ତାଙ୍କୁ ପଟ୍ଟଚିତ୍ର ପାଇଁ ବହୁ ଉତ୍ସାହିତ କରିଥିଲା ।

ଛୋଟ ବେଳରୁ ଭାଗ୍ୟଶ୍ରୀ ବିଭିନ୍ନ ଦରକାରୀ ଜିନିଷରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର ଆଙ୍କୁଥିଲେ । ତେବେ 2019 ମସିହାରେ ଏମ ଟେକ ମେଟାଲର୍ଜିରେ କରୁଥିଲେ । ଏହି ସମୟରେ ସରାଙ୍ଗ ଅଞ୍ଚଳରେ ସୁବିଧାରେ ସଫ୍ଟ ଷ୍ଟନ ଉପଲବ୍ଧ ହେଉଥିଲା । ତେବେ ଏହି ସଫ୍ଟ ଷ୍ଟନକୁ ନେଇ ନିଜର ଚିତ୍ରକଳାକୁ ଆଗକୁ ବଢାଇଥିଲେ ଭାଗ୍ୟଶ୍ରୀ । ପ୍ରଥମେ କାର୍ଟୁନ, ସିନେରୀ ସହ ସୁନ୍ଦର ଫୁଲ ତିଆରି କରୁଥିଲେ ଏବଂ ଧୀରେ ଧୀରେ ଚିତ୍ର ଆଙ୍କୁ ଆଙ୍କୁ କରିଲେ ସୁନ୍ଦର ସୁନ୍ଦର ପଟ୍ଟଚିତ୍ର । ତେବେ 2020 ମସିହାରେ ଲକଡାଉନ ହେବା ଯୋଗୁଁ ଘରେ ବସି ରହିବା ବେଳେ ଆରମ୍ଭ କରିଥିଲେ ପଟ୍ଟ ଚିତ୍ର ଆଙ୍କିବା । ଏହାପରେ ସାଉଁଟିଲେ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିବା ପରେ ସାରା ଭାରତରେ ଲୋକଲୋଚନକୁ ଆସିଥିଲେ ଭାଗ୍ୟଶ୍ରୀ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.