ରାଉରକେଲା: ପ୍ରକାଶ ପାଇଛି ଓଜେଏସ୍ ପରୀକ୍ଷା ଫଳ । ଓପିଏସସି କରାଇଥିବା ଓଡ଼ିଶା ଜୁଡିସିଆଲ ସର୍ଭିସର ଫଳ ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ଖୁସିର ମାହୋଲ ରହିଛି । OJS ପରୀକ୍ଷାରେ କୃତି ହାସଲ କରି ରାଉରକେଲା ସହର ପାଇଁ ଗୌରବ ଆଣିଛନ୍ତି ଲଳିତେନ୍ଦୁ । ରାଉରକେଲା ପୁଅ ଲଳିତେନ୍ଦୁ ଦେବତା OJSରେ ଦଶମ ରାଙ୍କରେ ରହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳ ପାଇଁ ସୁନାମ ଆଣିଲେ ପ୍ରଜ୍ଞା, OJS ପରୀକ୍ଷାରେ ସପ୍ତମ ସ୍ଥାନ ରଖି କୃତକାର୍ଯ୍ୟ
ରାଉରକେଲା ପାଇଁ ଗର୍ବ ଆଣିଛନ୍ତି ଯୁବକ । ଏହି ଯୁବକ ଜଣକ ହେଉଛନ୍ତି ଛେଣ୍ଡ ଅଞ୍ଚଳର ଲଳିତେନ୍ଦୁ ଦେବତା । ସେ ପ୍ରଥମ ପ୍ରୟାସରେ ପାଇଛନ୍ତି ଏହି ସଫଳତା । ଲଳିତେନ୍ଦୁ ନିଜ ସଫଳତାର ଶ୍ରେୟ ତାଙ୍କ ବାପା, ମାଆ, ଶିକ୍ଷକ ଓ ଗୁରୁଜନଙ୍କୁ ଦେଇଛନ୍ତି । ତେବେ ସେ କହିଛନ୍ତି ଯେ, ପରୀକ୍ଷା ପାଇଁ ସେ ଆରମ୍ଭରୁ ହିଁ ପରିଶ୍ରମ କରୁଥିଲେ । ସେ ସବୁବେଳେ ଆଇନ ସମ୍ବନ୍ଧୀୟ ଧାରଣାକୁ ବୁଝିବା ଉପରେ ଧ୍ୟାନ ଦେଉଥିଲେ । ଆଇନ ପାଠ ପଢ଼ିବା ସମୟରେ ଯାହା ସନ୍ଦେହ ହେଉଥିଲା ନିଜ ବାପାଙ୍କୁ ପଚାରୁଥିଲେ । ଲଳିତେନ୍ଦୁ ଦେବତା ୟୁନିଭରସିଟି ଲ' କଲେଜରୁ ଗ୍ରାଜୁଏସନ କରିବା ପରେ ପିଜି ଡିପାର୍ଟମେଣ୍ଟ ଅଫ ସମ୍ବଲପୁରରୁ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ । ତେବେ ଅତି କମ୍ ବୟସରୁ ହିଁ ସେ ଆଇନ ପ୍ରତି ଆକୃଷ୍ଠ ହୋଇଥିଲେ । ମାଜିଷ୍ଟ୍ରେଟ ହେବା ପରେ ସେ ଲୋକଙ୍କ ଦୁଃଖ କଷ୍ଟକୁ ବୁଝି ଉଚିତ ନ୍ୟାୟ ଦେବେ ବୋଲି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଆସିଲା ଓଜେଏସ୍ ପରୀକ୍ଷା ଫଳ, ୫୫ କୃତକାର୍ଯ୍ୟଙ୍କ ମଧ୍ୟରେ ୩୯ ଝିଅ
ପିଲାଟି ବେଳରୁ କିଛି ଅଲଗା କରିବା ଏବଂ ଦେଶ ସେବା କରିବା ପାଇଁ ଆଗ୍ରହ ଥିଲା ଲଳିତେନ୍ଦୁଙ୍କ ମନରେ । ତାଙ୍କ ବାପା ସହରର ଜଣେ ବରିଷ୍ଠ ଆଇନଜୀବୀ । ତେବେ ବାପାଙ୍କ ଠାରୁ ସେ ପ୍ରେରଣା ଓ ଗାଇଡାନ୍ସ ପାଇଥିଲେ । ଆଇନ ପାଠ କଷ୍ଟ ଥିଲେ ମଧ୍ୟ ସେ ତା’ ପ୍ରତି ଆକୃଷ୍ଟ ହୋଇଥିଲେ । ତେବେ ତାଙ୍କର ଏହି ସଫଳତା ପାଇଁ ପରିବାରର ସମସ୍ତେ ଖୁସି ଅଛନ୍ତି । ଓପିଏସସି କରାଇଥିବା ଓଡ଼ିଶା ଜୁଡିସିଆଲ ସର୍ଭିସର ପରୀକ୍ଷାରେ ମୋଟ ତିନେଟି ସ୍ତର ଥିଲା । ପ୍ରଥମଟି ପ୍ରିଲିମ୍ସ ପରେ ମେନ ଶେଷରେ ଇଣ୍ଟରଭ୍ୟୁ ଭଳି ପର୍ଯ୍ୟାୟ ଥାଏ । ଚଳିତ ବର୍ଷ ପରୀକ୍ଷାରେ ପୁଅଙ୍କ ଠାରୁ ଆଗରେ ରହିଛନ୍ତି ଝିଅ ।
ଇଟିଭି ଭାରତ, ରାଉରକେଲା