ରାଉରକେଲା: ସାରା ରାଜ୍ୟରେ ଧୁମଧାମରେ ପାଳନ ହେଉଛି ଓଡିଶା ପୋଲିସ ଦିବସ । ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଆମ ରାଜ୍ୟର ସୁରକ୍ଷା ପାଇଁ ସୁରକ୍ଷା ବାହିନୀ । ସୁରକ୍ଷା ବାହୀନିରେ ପୋଲିସ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ବାଟାଲିଅନ ପୋଲିସ, ଏବଂ GRP ପୋଲିସ ଆଦି ସାମିଲ ହୋଇଥିଲେ । ତେବେ ସାରା ଓଡ଼ିଶାର ସୁରକ୍ଷା ପାଇଁ ସବୁବେଳେ ସବୁଠାରେ ସଜାଗ ହୋଇ ରହିଛନ୍ତି ରାଜ୍ୟ ପୋଲିସ ବିଭାଗ । 1936 ମସିହା ଏପ୍ରିଲ 1 ତାରିଖରେ ଓଡିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ।
ଏହା ବି ପଢ଼ନ୍ତୁ Utkal Divas 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଏହାସହ ଓଡ଼ିଶାର ଗର୍ବ ଗୌରବ ବୋଲାଉଥିବା ଏବଂ ଓଡ଼ିଶାର ସୁରକ୍ଷା ପାଇଁ ସବୁବେଳେ ସଜାଗ ଥିବା ପୋଲିସ ବାହିନୀ ମଧ୍ୟ ପ୍ରତିଷ୍ଠା କରିଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ସହ ଓଡିଶା ପୋଲିସ ଦିବସ ପାଳନ କରାଯାଏ । ଆଜି ରାଉରକେଲା ପୋଲିସ ପକ୍ଷରୁ ମଧ୍ୟ ପୋଲିସ ଦିବସ ଧୁମଧାମରେ ପାଳନ କରାଯାଇଛି । ରାଉରକେଲା ରିଜର୍ଭ ପୋଲିସ ପଡ଼ିଆରେ ପ୍ୟାରେଡ଼ ପ୍ରଦର୍ଶନ କରି ରାଜ୍ୟ ପୋଲିସ ଦିବସ ପାଳନ କରାଯାଇଛି । ତେବେ ପ୍ରାୟ ୭ଟି ପ୍ଲାଟୁନ ପୋସିସ ପରେଡ଼ ପ୍ରଦର୍ଶନ କରାଯାଇଥିଲା । ଫରେଡ଼ ପ୍ରଦର୍ଶନ ପରେ ନିଜ କାର୍ଯ୍ୟ ବୀର ପୋଲିସମାନଙ୍କୁ ସମ୍ମାନିତ କରାଯାଇଥିଲା । ନିଜର
ଅଧିକ ପଢନ୍ତୁ: IPL 2023: ଆଜି ଡବଲ ହେଡର ମ୍ୟାଚ, KKRକୁ ଭେଟିବ PBKS, ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା
ନିଜର ଦେଶଭକ୍ତି କର୍ମପ୍ରିତୀ ପାଇଁ ମୋଟ ୧୫ ଜଣ ପୋଲିସ କର୍ମଚାରୀଙ୍କୁ ଆଜି ପୁରସ୍କୃତ କରାଯାଇଛି । ତେବେ ଏହି ପୁରସ୍କୃତ ହୋଇଥିବା ପୋଲିସ କର୍ମଚାରୀ ମାନେ ହେଉଛି ଏଏସଆଇରେ ଦୁଇ ଜଣ ଫୁଲଜେମ୍ସ ଟିଗା ଏବଂ ଶଶୀଭୂଷଣ ପତିଙ୍କୁ ଏଏସଆଇ ଅଫ ଦି ଇୟର ଏବଂ ହାବିଲଦାର ଅଫ ଦି ଇୟର ରେ ବିନୟ ପଟେଲ, କନଷ୍ଟେବଳ ଅଫ ଦି ଇୟରରେ ଅମୀୟ ରଞ୍ଜନ ମହାନ୍ତି, ସଞ୍ଜୟ ସୁବୁଦ୍ଧି ଏବଂ ଟ୍ରାଫିକ କନଷ୍ଟେବଳ ଅଫ ଦି ଇୟରରେ ରଞ୍ଜନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଆଜି ଏହି ପୋଲିସ ଦିବସରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଏବଂ ରାଉରକେଲା SP ମୁକେଶ ଭାମୋ ଉପସ୍ଥିତ ଥିଲେ । ତେବେ ଆଜି ସମ୍ପୂର୍ଣ୍ଣ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ କରାଯାଉଛି ରାଜ୍ୟ ପୋଲିସ ଦିବସ ।
ଇଟିଭି ଭାରତ, ରାଉରକେଲା