ETV Bharat / state

ରାଉରକେଲାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ, ସମର୍ଥନ ଦେଲାନି ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ ମାଲିକ ମହାସଂଘ

author img

By

Published : Mar 15, 2023, 4:02 PM IST

ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ । ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଲା ବନ୍ଦର ପ୍ରଭାବ । ଆଧିକ ପଢ଼ନ୍ତୁ

ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ

ରାଉରକେଲା: ରାଜ୍ୟବ୍ୟାପି ଓଡ଼ିଶା ଡ୍ରାଇଭର ମହାସଂଘର ଅଖଚକ ବନ୍ଦ ଡାକରା । ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଯାହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ଯାଇଁ ଧର୍ମଘଟ ଜାରି ରଖିବାକୁ ଚେତାବନୀ ଦେଲା ସଂଘ । ତେବେ ଡ୍ରାଇଭର ସଙ୍ଘ ୧୦ ଦଫା ଦାବି ହେଉଛି । ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି, 100 କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, 55 ବର୍ଷ ପରେ ପେନସନ ଦାବି ହୋଇଛି । ଏହାସହ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 20 ଲକ୍ଷ, ଅକ୍ଷମ ହେଇଗଲେ 10 ଲକ୍ଷ ସହ ଚିକିତ୍ସା ପାଇଁ 5 ଲକ୍ଷ ଦାବି କରିଛନ୍ତି । ଏହାସହ ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ 15 ହଜାର ଟଙ୍କା ହଟା ଯାଉ ଦାବି ନେଇ ରାଜରାସ୍ତାରେ ଅବରୋଧ କରିଛନ୍ତି ବସ୍‌ ଡ୍ରାଇଭର ସଙ୍ଘ ।

ରାଜରାସ୍ତାକୁ ଓହ୍ଲାଇ ହକ୍‌ ମାଗିଛନ୍ତି ବସ ଡ୍ରାଇଭର ଏବଂ କର୍ମଚାରୀ । ଆନ୍ଦୋଳନ ପ୍ରଭାବ ରାଜ୍ୟ ସମେତ ସମ୍ପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ତେବେ ରାଉରକେଲା ସହରର ଘରୋଇ ବସ ଚାଳକମାନେ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ ସରାକରଙ୍କ ବିରୋଧରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଉରକେଲା NH 143ରେ ରାସ୍ତା ଅବରୋଧ କରିଛନ୍ତି ଡ୍ରାଇଭର ମହାସଙ୍ଘ ଏବଂ ବସ କର୍ମଚାରୀ । ଯାହାଫଳରେ ରାସ୍ତାରେ ପ୍ରବଳମାତ୍ରାରେ ଜାମ ଦେଖିବାକୁ ମିଳିଛି ।

ଅଖଚକ ବନ୍ଦ କାରଣରୁ ଅନେକ ଲୋକ ହଇରାଣ ହରକତ ହୋଇଛନ୍ତି ସାଧରଣ ଜନତା । ସୁନ୍ଦରଗଡ ଜିଲ୍ଲାର ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ତେବେ ବନ୍ଦ ସମୟରେ ଆମ୍ବୁଲାନ୍ସ, ଅଗ୍ନିସେବା, ପ୍ରଶାସନିକ ସହିତ ଅନ୍ୟ କେତକ ଗୁରୁତ୍ବପୂର୍ଣ୍ଣ ସେବାକୁ ବାଦ ଦିଆଯାଇଛି ।ତେବେ ଛାତ୍ରଛାତ୍ରଙ୍କ ଦଶମ ପରୀକ୍ଷା ଚାଲିଥିବା କାରଣରୁ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇ ନାହିଁ । ପରୀକ୍ଷାକୁ ଆଖି ଆଗରେ ରଖି ରାଉରକେଲା ନୂଆ ବସ ଷ୍ଟାଣ୍ଡ ରେ ଡ୍ରାଇଭରମାନେ ଧାରଣ ଦେଇ ବିକ୍ଷୋଭ ପ୍ରଦର୍ଶନ ସହ ପରୀକ୍ଷାର୍ଥୀମାନେ ଯେଭଳି ହଇରାଣ ନହେବେ ସେନେଇ ପଦକ୍ଷପ ନିଆଯାଇଛି ।

ତେବେ ବସ ଡ୍ରାଇଭର ସଂଘର ଆନ୍ଦେଳନକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ରାଜ୍ୟରେ ପରୀକ୍ଷା ଚାଲିଥିବାବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି । ଗାଡ଼ି ଚଳାଚଳ ବନ୍ଦ ହେଲେ ପିଲାମାନଙ୍କ ଭବିଷ୍ୟତ ପ୍ରଭାବିତ ହେବ । ଅନ୍ୟପଟେ ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ତେବେ ଆଜି ବନ୍ଦର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ସରକାର ଦାବିକୁ ନମାନିଲେ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.