ETV Bharat / state

ସୁନ୍ଦରଗଡରେ ସ୍କ୍ରବ ଟାଇଫସ ବ୍ୟାପିବାର ଲାଗିଛି, ମନ୍ତ୍ରୀ ମତୁଆଲାରେ ମାତିଛନ୍ତି: ବିଜେପି

author img

By ETV Bharat Odisha Team

Published : Oct 21, 2023, 5:38 PM IST

ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରେସମିଟ କରି କହିଛନ୍ତି, ‘‘ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସଗୁଲ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ, ମଦମସ୍ତ ଓ ମାଇଣ୍ଡଫ୍ରେସ ପାଇଁ ବ୍ୟଗ୍ର ଓ ବ୍ୟସ୍ତ । ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ ଭାଇରସ ସଂକ୍ରମଣର କୋକୁଆଭୟ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ସୁନ୍ଦରଗଡରେ ସ୍କ୍ରବ ଟାଇଫସ ବ୍ୟାପିବାର ଲାଗିଛି, ମନ୍ତ୍ରୀ ମତୁଆଲାରେ ମାତିଛନ୍ତି: ବିଜେପି
ସୁନ୍ଦରଗଡରେ ସ୍କ୍ରବ ଟାଇଫସ ବ୍ୟାପିବାର ଲାଗିଛି, ମନ୍ତ୍ରୀ ମତୁଆଲାରେ ମାତିଛନ୍ତି: ବିଜେପି
ସୁନ୍ଦରଗଡରେ ସ୍କ୍ରବ ଟାଇଫସ ବ୍ୟାପିବାର ଲାଗିଛି, ମନ୍ତ୍ରୀ ମତୁଆଲାରେ ମାତିଛନ୍ତି: ବିଜେପି

ଭୁବନେଶ୍ବର: ବଢିଲା ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ଅଡ଼ୁଆ । ସୁନ୍ଦରଗଡ ଜିଲ୍ଲାରେ ଯେତେ ବେଳେ ସ୍କ୍ରବ ଟାଇଫସ ଭାଇରସ ବ୍ୟାପିବାର ଲାଗିଛି ସେତେ ବେଳେ ମନ୍ତ୍ରୀ ମତୁଆଲାରେ ମାତିଛନ୍ତି । କୱାଲିରେ ଟଙ୍କା ଉଡାଇବା ସହ ଡାକ୍ତର ସାଜି ଲୋକଙ୍କ ଠାରୁ ରକ୍ତ ଟାଣୁଛନ୍ତି । ଏକି ବିଚିତ୍ର ସରକାରଙ୍କ ନୀତି। ସରକାର ଭାଇରସ ପ୍ରତି ନିଦା ବିଷ୍ଣୁ କାହିଁକି ? ମନ୍ତ୍ରୀ ସେହି ଜିଲ୍ଲାରୁ ହୋଇଥିଲେ ମଧ୍ୟ କାହିଁକି ନୀରବ ? କେନ୍ଦ୍ର ସରକାର ଏଟିମ ପଠାଇ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଆସୁଥିଲା ବେଳେ ମନ୍ତ୍ରୀ ମଜା ନେଉଛନ୍ତି କିପରି ? ଆଉ କିଛି ନେତା ମନ୍ତ୍ରୀ ,ସାଂସଦ ମାଇଣ୍ଡ ଫ୍ରେସ ପାଇଁ ମହିଳାଙ୍କ ସହ ସମୟ ବିତେଇବାକୁ କହୁଛନ୍ତି ।

ଅଧିକ ପଢନ୍ତୁ- ଅଡ଼ୁଆରେ ଶ୍ରମମନ୍ତ୍ରୀ ! କାର୍ଯ୍ୟାନୁଷ୍ଠାନ ଦାବିରେ ମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରେସମିଟ କରି କହିଛନ୍ତି,‘‘ଦୀର୍ଘ ୨୩ ବର୍ଷର ଗର୍ବ ଓ ଅହଙ୍କାରରେ ମସଗୁଲ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ । ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ, ମଦମସ୍ତ ଓ ମାଇଣ୍ଡଫ୍ରେସ ପାଇଁ ବ୍ୟଗ୍ର ଓ ବ୍ୟସ୍ତ । ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ ଭାଇରସ ସଂକ୍ରମଣର କୋକୁଆ ଭୟ ସୃଷ୍ଟି ହୋଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେହି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ସ୍କ୍ରବ ଟାଇଫସ ସଂକ୍ରମଣକୁ ରୋକିବା ବା ସେ ସମସ୍ୟାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ନିଜେ ମୌଜ ମଜଲିସ କରିବାରେ ବ୍ୟସ୍ତ ।’’

ଅଧିକ ପଢନ୍ତୁ- ମନ୍ତ୍ରୀ ଶାରଦା ନାୟକଙ୍କ ରଙ୍ଗୀନ ମିଜାଜ, ଗାୟକଙ୍କ ଉପରେ ଉଡ଼ାଇଲେ ପୁଳା ପୁଳା ଟଙ୍କା

ଏତେ ବଡ ସ୍କ୍ରବ ଟାଇଫସ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ନା ରାଜ୍ୟ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନିଆଯାଇଛି ନା ଜିଲ୍ଲା ଶ୍ରମ ମନ୍ତ୍ରୀଙ୍କ ତରଫରୁ କିଛି ଚେଷ୍ଟା କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ରାଜ୍ୟରେ ବାବୁ ମାନଙ୍କ ଶାସନ ଚାଲିଛି । ତେଣୁ ବିଜେଡି ସରକାରରେ ମନ୍ତ୍ରୀ ଓ ବିଧାୟକମାନଙ୍କର କୌଣସି ଦାୟିତ୍ବ ନଥିବାରୁ ସେମାନେ ମୌଜ ମଜଲିସ ଓ ମାଇଣ୍ଡଫ୍ରେସ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.