ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଉଭୟ ଲୋକସଭା ଓ 7ଟି ବିଧାନସଭା ପାଇଁ ଭୋଟ ଗଣିତ ଆରମ୍ଭ ହୋଇଛି । ରାଉରକେଲା ତଥା ବଣାଇରେ ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣତି ଚାଲିଛି ।
ଗଣତି ପାଇଁ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟମାନେ ବୁଥକୁ ପ୍ରବେଶ କରିସାରିଲେଣି । ଗଣତିକୁ ସୁରୁଖୁରୁରେ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ତେବେ ଭୋଟ ଗଣତି କେନ୍ଦ୍ର ବାହାରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ବହୁତ ସଂଖ୍ୟାରେ ଉପସ୍ଥିତ ଅଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ