ETV Bharat / technology

WhatsApp ଗ୍ରୁପ୍‌ ଚାଟ୍‌ ନୋଟିଫିକେସନକୁ ନେଇ ଚିନ୍ତିତ; ଏହି ଫିଚର କରିବ ସମାଧାନ - WHATSAPP GROUP CHAT FEATURE

ହ୍ବାଟ୍ସଆପ୍‌ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହାକି ୟୁଜରଙ୍କୁ ଗ୍ରୁପ ଚାଟ୍‌ରୁ ମାତ୍ରାଧିକ ନୋଟିଫିକେସନରୁ ମୁକ୍ତି ଦେବ । କିପରି ଜାଣନ୍ତୁ...

WHATSAPP GROUP CHAT FEATURE
WHATSAPP GROUP CHAT FEATURE (ETV Bharat)
author img

By ETV Bharat Tech Team

Published : Nov 15, 2024, 9:23 AM IST

ହାଇଦ୍ରାବାଦ: ମେଟା ମାଲିକାନା କମ୍ପାନୀ ତଥା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସଆପ୍ ଏକ ନୂତନ ଫିଚର ଉପରେ କାମ କରୁଛି ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଗ୍ରୁପ୍ ଚାଟ୍ ନୋଟିଫିକେସନକୁ ଅଧିକ ସହଜରେ ପରିଚାଳନା କରିବାରେ ସକ୍ଷମ ହେବେ। ଏହି ନୂତନ ଫିଚରକୁ ଆପ୍‌ 'ହାଇଲାଇଟ୍ସ' ନାମରେ ଲଞ୍ଚ କରିବାକୁ ଯୋଜନା କରିଛି । ଯାହାଦ୍ବାରା ଅନେକ ୟୁଜର ଲାଭବାନ ହେବେ ।

ସମ୍ପ୍ରତି ଏହି ଫିଚର କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ୍‌ ବିଟା ୟୁଜରଙ୍କ ଲାଗି ଉପଲବ୍ଧ ହେବ । ଏହି ଫିଚର ଅଧିକ ନୋଟିଫିକେସନ ଆସୁଥିବା ଗ୍ରୁପ୍‌ ଚାଟରେ ନୋଟିଫିକେସନ ପରିଚାଳନା ପାଇଁ ଏକ ଅତ୍ୟାଧୁନିକ ରାସ୍ତା ପ୍ରଦାନ କରିବ । WABetaInfo ଦ୍ବାରା ଚିହ୍ନିତ ଆଣ୍ଡ୍ରଏଡ୍ ପାଇଁ ସର୍ବଶେଷ ହ୍ବାଟସଆପ୍ ବିଟା (ଏଡିସନ 2.24.24.10) ଅପଡେଟରେ ଉପଭୋକ୍ତାମାନେ ଗ୍ରୁପ୍‌ ମେସେଜ ପାଇଁ ନୋଟିଫିକେସନ ପାଇବାକୁ ଚୟନ କରିପାରିବେ କିମ୍ବା ଏହି ମେସେଜକୁ କେବଳ 'ହାଇଲାଇଟ୍' ପର୍ଯ୍ୟନ୍ତ ସୀମିତ ରଖିପାରିବେ ।

ଏହା ବି ପଢନ୍ତୁ
  1. ପୁଣି ଦମଦାର ଫିଚର ଆଣିଲା WhatsApp; ଜାଣନ୍ତୁ କେମିତି କରିବେ ବ୍ୟବହାର ?
  2. ଏଣିକି WhatsAppରୁ ଲିଙ୍କ ଡିଭାଇସରେ ସେଭ୍‌ କରିହେବ କଣ୍ଟାକ୍ଟସ

ଏହି 'ହାଇଲାଇଟ୍ସ' ଅପସନରେ @Mentions, ରିପ୍ଲାଏ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ପାରସ୍ପରିକ ପ୍ରତିକ୍ରିୟା ପାଇଁ ନୋଟିଫିକେସନ ସାମିଲ, ଯାହାକି ଉପଭୋକ୍ତାମାନଙ୍କୁ ମେସେଜ ଉପରେ ଧ୍ୟାନ ଦେବାକୁ ଅନୁମତି ଦେଇଥାଏ ଯେଉଁ ନୋଟିଫିକେସନ ସେମାନଙ୍କ ସହିତ ଜଡିତ ବା ଅଧିକ ପ୍ରାଧାନ୍ୟ ରଖେ । ପୂର୍ବରୁ ଗ୍ରୁପ ନୋଟିଫିକେସନକୁ ମ୍ୟୁଟ୍ କରିବା ପରେ ମଧ୍ୟ ଉଲ୍ଲେଖ କିମ୍ବା ଉତ୍ତର ପାଇଁ ଆଲର୍ଟ ଅନୁମତି ଦିଆଯାଇଥିଲା, କିନ୍ତୁ ଉପଭୋକ୍ତାମାନେ ଏ ବିଷୟରେ କମ୍ ଜାଣିଥିଲେ । ଏବେ 'ହାଇଲାଇଟ୍ସ' ଅପସନ ସହିତ ହ୍ବାଟସଆପ୍ ସ୍ପଷ୍ଟ କରିଛି ଯେ ଗ୍ରୁପ୍‌କୁ ମ୍ୟୁଟ୍ କରିବା ପରେ ମଧ୍ୟ ଏହାକ ସମ୍ପୂର୍ଣ୍ଣ ରୂପେ ମ୍ୟୁଟ୍ ହୁଏ ନାହିଁ । ଉପଭୋକ୍ତାମାନେ ପ୍ରାସଙ୍ଗିକ ବା ଗୁରୁତ୍ବପୂର୍ଣ୍ଣ ମେସେଜେ ସମ୍ପର୍କରେ ଆଲର୍ଟ ନୋଟିଫିକେସନ ପାଇଥାନ୍ତି ।

ଗ୍ରୁପ୍‌ ନୋଟିଫିକେସନ ମ୍ୟୁଟ୍‌ର ଲକ୍ଷ୍ୟ:-

ଏହି ଫିଚର ସହିତ ହ୍ବାଟସଆପ୍ ଉପଭୋକ୍ତାମାନଙ୍କ ପାଇଁ ନୋଟିଫିକେସନକୁ ପ୍ରାଥମିକତା ଦେବା ସହଜ କରିବାକୁ ଲକ୍ଷ୍ୟ ରଖିଛି । ବିଶେଷକରି ସକ୍ରିୟ ଗ୍ରୁପ୍‌ ଚାଟ୍ ପାଇଁ ଏହା ଅଣାଯିବ । ଯେଉଁଠାରେ ମେସେଜ ବହୁ ସଂଖ୍ୟାରେ ଆସେ । ପ୍ରତ୍ୟେକ ମେସେଜ ପାଇଁ ନୋଟିଫିକେସନ ପାଇବା ପରିବର୍ତ୍ତେ ଉପଭୋକ୍ତାମାନେ କେବଳ ସେମାନଙ୍କ ପାଇଁ ପ୍ରଯୁଜ୍ୟ ନୋଟିଫିକେସନ ପାଇପାରିବେ । ଧ୍ୟାନ ଦେବାର କଥା ହେଉଛି ଯେ ଏହି ଫିଚର ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ବିଟା ବ୍ୟବହାରକାରୀଙ୍କ ପାଇଁ ରହିଛି । ଆଗାମୀ ସମୟରେ ଏହା ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.