ETV Bharat / state

ତାରାତାରିଣୀ ମନ୍ଦିର ଲୁଟ୍ ପର୍ଦ୍ଦାଫାସ, ସେବାୟତ ଓ ଜଗୁଆଳି ଗିରଫ - TARA TARINI TEMPLE THEFT

ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିର ଲୁଟ୍ ଘଟଣାରେ ଜଗୁଆଳି ଓ ସେବାୟତ ସମେତ ୬ ଗିରଫ ।

Tara Tarini Temple Theft
Tara Tarini Temple Theft (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 8:39 AM IST

Updated : Nov 15, 2024, 9:57 AM IST

ବ୍ରହ୍ମପୁର : ପ୍ରମୁଖ ଶକ୍ତିପୀଠ ପ୍ରସିଦ୍ଧ ମା' ତାରାତାରିଣୀଙ୍କ ମନ୍ଦିରରେ ଲୁଟ୍ ଘଟଣା । ବଡଧରଣର ଲୁଟ ଘଟଣାରେ ରାତ୍ର ଜଗୁଆଳି ସମେତ ସେବାୟତଙ୍କୁ ମିଶାଇ ୬ ଗିରଫ। ଏହି ଘଟଣାରେ ସ୍ଥାନୀୟ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାରେ ମା'ଙ୍କ ମନ୍ଦିରର ରାତ୍ର ଜଗୁଆଳି ସମେତ କିଛି ସେବାୟତଙ୍କୁ ମିଶାଇ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମନ୍ଦିରରେ ଚୋରି ଘଟଣାର ତଦନ୍ତ:ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା' ତାରାତାରିଣୀଙ୍କ ପୀଠରେ ଗତ ୬ ତାରିଖରେ ଦୁବୁର୍ତ୍ତ କଳାକନା ବୁଲାଇଥିଲେ । ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ପୋଲିସ ମକଦ୍ଦମା ନମ୍ବର- ୭୩୯, ତାରିଖ- ୦୬.୧୧.୨୦୨୪ ଅନୁଯାୟୀ ମାମଲା ରୁଜୁ କରିଥିଲା । ପୋଲିସ ପକ୍ଷରୁ ଦଫା- ୩୩୧ (୪)/ ୩୦୫ (ଡି) ଭାରତୀୟ ନ୍ୟାୟ ସଂହିତାରେ ତଦନ୍ତ କରିଥିଲା । ଚୋରି ଅଭିଯୋଗ ଆଣିଥିଲେ ତାରାତାରିଣୀ ମନ୍ଦିର ସେବାୟତ ସମିତିର ସଭାପତି ଭାବରେ କାର୍ଯ୍ୟ କରୁଥିବା ତପନ କୁମାର ରଣା ।

Tara Tarini Temple Theft (ETV Bharat Odisha)

କ'ଣ ଥିଲା ଘଟଣା?

ଗତ ୫ ତାରିଖ ରାତିରେ ମାଁଙ୍କ ପୂଜାର୍ଚ୍ଚନା ଶେଷ ପରେ ପହଡ ପଡ଼ିଥିଲା । ହେଲେ କୌଣସି ଚାରି ଚାରିଟି ତାଲା ଭାଙ୍ଗି ମା'ଙ୍କର ଅଳଙ୍କାର ଚୋରି କରି ନେଇଯାଇଥିଲେ ଦୁବୃର୍ତ୍ତ । ଯାହାକୁ ନେଇ ତଦନ୍ତ କରିଥିଲେ ପୁରୁଷୋତ୍ତମ ଥାନା ଅଧିକାରୀ ବିପିନ ବିହାରୀ । ମନ୍ଦିରରେ ରାତ୍ର ଜଗୁଆଳି କାଳିଆ ଦାସ ତାର ସହଯୋଗୀ ବଳିଆ ନାୟକ, ରବୀନ ରଣା, ଅମୂଲ୍ୟ ରଣା, ବିକାଶ ରଣା ଓ ଗୌତମ ରଣା ଏଥିରେ ସମ୍ପୃକ୍ତ ରହିଥିବା ନେଇ ଜଣାପଡ଼ିଛି ।

ପୋଲିସ ତଦନ୍ତ ସମୟରେ ଅଭିଯୁକ୍ତ କାଳିଆ ଦାସଠାରୁ ଏକ ତାଲା କଟା କଟର ମେସିନ, ବଳିଆ ନାୟକ ଠାରୁ କିଛି ଇଲେକଟ୍ରିକ ତାର, ଅମୂଲ୍ୟ ରଣାଠାରୁ ଚୋରି ଯାଇଥିବା ୨୧ ହଜାର ଟଙ୍କା, ରବୀନ ରଣା ଠାରୁ ଚୋରିଯାଇଥିବା ୧୮ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ତିନୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଫୋନ ଇତ୍ୟାଦି ଜବତ କରାଯାଇଛି । ସେପଟେ ଚୋରି ହୋଇଥିବା ଦୁଇ ଗୋଟି ରୂପା ମୁଖା ଓ ଗୋଟିଏ ରୂପା ଛତ୍ରୀ ପାଇଁ ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ...ମା' ତାରାତାରିଣୀ ପୀଠରେ ସରକାରୀ ଦଳର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍
ଏହା ବି ପଢନ୍ତୁ...ତାରାତାରିଣୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ନବୀନ ଗଠନ କଲେ ତଥ୍ୟ ଅନୁସନ୍ଧାନକାରୀ ଦଳ

ରାତ୍ର ଜଗୁଆଳି ଓ ସେବାୟତ ଗିରଫ:

ମା' ତାରାତାରିଣୀ ମନ୍ଦିରରେ ଦୁବୃର୍ତ୍ତ ଚୋରି କରି ନେଇଥିବା ଘଟଣାରେ ଗିରଫ ୬ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ରାଇପୁର ଗ୍ରାମର ସ୍ବର୍ଗତ ରାମ ଦାସଙ୍କ ପୁତ୍ର କାଳିଆ ଦାସ (୩୫) ,ରାଇପୁର ଗ୍ରାମର ହିରଣ୍ୟ ନାୟକଙ୍କ ପୁତ୍ର ବଳିଆ ଓରଫ ବଳରାମ ନାୟକ , ପୁରୁଷୋତ୍ତମପୁର ଗୋବିନ୍ଦପୁର ଗ୍ରାମର ଅମୂଲ୍ୟ ରଣା (୨୮) ଏବଂ ସର୍ଜନ ରଣାଙ୍କ ପୁତ୍ର ବିକାଶ ରଣା(୨୦), ପ୍ରତାପପୁର ଗ୍ରାମର ସୁକଦେବ ରଣାଙ୍କ ପୁତ୍ର ଗୌତମ ରଣା (୨୮),ଗୋବିନ୍ଦପୁର ସ୍ବର୍ଗତ ତାରାପ୍ରସାଦ ରଣାଙ୍କ ପୁଅ ରବୀନ କୁମାର ରଣା (୨୫) । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । "ରୂପା ଅଳଙ୍କାର ଜବତ ପାଇଁ ପୋଲିସର ପ୍ରକ୍ରିୟା ଜାରି ରଖିଛି । ଖୁବଶୀଘ୍ର ଜବତ କରାଯିବ" ବୋଲି କହିଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 15, 2024, 9:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.