ETV Bharat / state

କାନ୍ଥ ପାଲଟିଛି କଳାପଟା, ବିନା ବ୍ଲାକବୋର୍ଡରେ ଚାଲିଛି ପାଠପଢା

ଶ୍ରେଣୀ ଗୃହରେ ବ୍ଲାକବୋର୍ଡ ନଥିବାରୁ କାନ୍ଥରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସୁନ୍ଦରଗଡ ଜିଲ୍ଲାରୁ ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଅଧିକ ପଢନ୍ତୁ

ଶ୍ରେଣୀ ଗୃହରେ ବ୍ଲାକବୋର୍ଡ ନଥିବାରୁ କାନ୍ଥରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

author img

By

Published : Feb 11, 2023, 4:22 PM IST

କାନ୍ଥ ପାଲଟିଛି କଳାପଟା

ରାଉରକେଲା: ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ସ୍ମାର୍ଟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି । ୫-ଟି ଯୋଜନା ଜରିଆରେ ବିଦ୍ୟାଳୟର ରୂପରେଖ ବଦଳାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ସ୍ମାର୍ଟ କ୍ଲାସରୁମ । ହେଲେ ଆଜି ବି ଏପରି ଅନେକ ସ୍କୁଲ ଅଛି ଯେଉଁଠାରେ ପାଠ ପଢିବା ପାଇଁ ବ୍ଲାକବୋର୍ଡଟିଏ ନାହିଁ । ସ୍କୁଲ କାନ୍ଥରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ବ୍ଲାକବୋର୍ଡ ନଥିବାରୁ ଧଳା କାନ୍ଥରେ ରଙ୍ଗୀନ ଚକ୍‌ରେ ପାଠପଢା ହେଉଛି । ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଆଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ।

ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଗୋପନା ପଞ୍ଚାୟତର ସାନପୁରୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ କାନ୍ଥରେ ଲେଖି ପାଠ ପଢାଉଥିବା ଦେଖାଯାଇଛି । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ରହିଛି । ମାତ୍ର ଏଠାରେ ପାଠ ପଢୁଛନ୍ତି ମାତ୍ର ୪୭ ଜଣ ଛାତ୍ରଛାତ୍ରୀ । ସ୍କୁଲରେ କେବଳ ୩ ଜଣ ଶିକ୍ଷକ ରହିଛନ୍ତି । ସବୁଠୁ ବିଡମ୍ବନାର ବିଷୟ ହେଉଛି ପିଲାଙ୍କୁ ଶିକ୍ଷାଦାନ ପାଇଁ କୌଣସି ପ୍ରକାର ଶୈକ୍ଷିକ ଉପକରଣ ସମେତ ବିଦ୍ୟାଳୟରେ ବ୍ଲାକବୋର୍ଡ଼ ଖଣ୍ଡେ ମଧ୍ୟ ନାହିଁ।

ଏହାମଧ୍ୟ ପଢନ୍ତୁ: ତେଜୁଛି ଆବାସ ଦୁର୍ନୀତି ବିବାଦ, ରାଜକନିକା ବ୍ଲକ ଘେରାଉ କଲା ବିଜେପି

ଶ୍ରେଣୀ ଗୃହରେ ବ୍ଲାକବୋର୍ଡ ନଥିବାରୁ ଶ୍ରେଣୀ ଗୃହ କାନ୍ଥରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକମାନେ ଧଳା ରଙ୍ଗର କାନ୍ଥରେ ରଙ୍ଗୀନ ଚକ୍ ମାଧ୍ୟମରେ ଲେଖି ପାଠ ପଢ଼ାଇବା ପାଇଁ ବାଧ୍ୟ ହେଉଛନ୍ତି । ଯାହାକୁ ଲିଭାଇବା ପାଇଁ ଡଷ୍ଟରଟିଏ ମଧ୍ୟ ନାହିଁ । ତେବେ ଗୋଟିଏ ପଟେ ଶିକ୍ଷା ଭିତ୍ତଭୂମି ଉନ୍ନତିକରଣ ପାଇଁ ସରକାର 5T ଯୋଜନାରେ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଆଉ କେତେକ ବିଦ୍ୟାଳୟମାନଙ୍କରେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଇପିଆଇଏଲ୍ ସଂସ୍ଥା ପକ୍ଷରୁ ରୂପାନ୍ତରିଣ କାର୍ଯ୍ୟକ୍ରମ କରାଯାଉଛି । ଏପରି ସ୍ଥଳେ ସୁନ୍ଦରଗଡର ସାନପୁରୁଣାପାଣି ବିଦ୍ୟାଳୟରେ ସାମାନ୍ୟ ବ୍ଲାକ ବୋର୍ଡଟିଏର ବ୍ୟବସ୍ଥା ହୋଇନପାରିବା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାସୀ ସୃଷ୍ଟି କରିଛି ।

ଆଦିବାସୀ ଆଧ୍ୟୁଷିତ ସୁନ୍ଦରଗଡ ବିଦ୍ୟାଳୟର ଏହି ଦୃଶ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପଦାରେ ପକାଇଛି । ଏହି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.