ETV Bharat / state

ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲକୁ ହସ୍ତାନ୍ତରକୁ ବିରୋଧ, ମାର୍ଚ୍ଚ 1ରେ ରାଉରକେଲା ବନ୍ଦ

author img

By

Published : Feb 26, 2023, 11:46 AM IST

ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତର କରାଯିବାକୁ ବିରୋଧ କରି ମାର୍ଚ୍ଚ 1ରେ ରାଉରକେଲା ବନ୍ଦ ଡାକରା । ଅଧିକ ପଢନ୍ତୁ

rourkela bandh on march first
rourkela bandh on march first
rourkela bandh on march first

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତର ଘଟଣା । ଏହାକୁ ବିରୋଧ କରି ଆସନ୍ତା ମାର୍ଚ୍ଚ 1 ତାରିଖରେ ରାଉରକେଲା ବନ୍ଦ ଡାକରା ଦେଲା ନାଗରିକ ସୁରକ୍ଷା କମିଟି । ଲୋକଙ୍କ ଅଧିକାର ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଉରକେଲା ନାଗରିକ ସୁରକ୍ଷା କମିଟି 12 ଘଣ୍ଟିଆ ବନ୍ଦ ପାଳନ କରିବ ।

ଗତ 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାରେ ଆଇ ଜି ଏଚ୍ ପରିସରରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ଏବଂ ଆଖପାଖ ଜିଲ୍ଲା ସମେତ ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସାଧାରଣ ଟିକସଦାତାଙ୍କ 400 କୋଟି ଟଙ୍କାରେ ରାଉରକେଲାରେ ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହି ହସ୍ପିଟାଲକୁ ଲୋକାର୍ପିତ କରାଯାଇଥିଲା । ପରେ ଏହାର ପରିଚାଳନା ପାଇଁ ଇସ୍ପାତ ଟ୍ରଷ୍ଟ ନାଁରେ ଏକ କମିଟି କରାଯାଇଥିଲା ଯେଉଁଠି ରାଉରକେଲା ଇସ୍ପାତ କାରଖାନା ପଦାଧିକାରୀମାନେ ଥିଲେ । ହଠାତ୍ ରାଉରକେଲା ତଥା ଜିଲ୍ଲାବାସୀଙ୍କୁ ଅନ୍ଧକାରରେ ରଖି ରାଉରକେଲା ଇସ୍ପାତ କାରଖାନା ଭଳି ଏକ ରାଷ୍ଟ୍ରାୟତ ଉଦ୍ୟୋଗ କୋଟି କୋଟି ସରକାରୀ ଟଙ୍କାରେ ନିର୍ମିତ ଏହି ହସ୍ପିଟାଲକୁ ଆପୋଲୋ ଭଳି ଏକ କର୍ପୋରେଟ ସଂସ୍ଥାକୁ ଟେକି ଦେଇଥିବା ବେଳେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତକାଲି ଭଞ୍ଜଭବନରେ ଏନେଇ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନା କରାଯାଇଥିଲା । ସମ୍ମିଳନୀରେ ଇସ୍ପାତ ଟ୍ରଷ୍ଟ ଯେଉଁ ଚୁକ୍ତିନାମା ଆପୋଲୋ ସହିତ କରିଛନ୍ତି ସେଥିରେ ସାଧାରଣ ଲୋକଙ୍କର କୌଣସି ସୁବିଧା କଥା ଉଲ୍ଲେଖ କରାଯାଇନଥିବା କମିଟି ତରଫରୁ କୁହାଯାଇଥିବା ବେଳେ ଏହାକୁ ଘୋର ବିରୋଧ କରାଯାଇଥିଲା । ଲୋକଙ୍କ 400 କୋଟି ଟଙ୍କାରେ ନିର୍ମିତ ଏହି ହସ୍ପିଟାଲକୁ କିପରି ଭାବରେ ଏକ କର୍ପୋରେଟ ହସ୍ପିଟାଲକୁ ଇସ୍ପାତ କାରଖାନା ଭଳି ଏକ ରାଷ୍ଟ୍ରାୟତ ଉଦ୍ୟୋଗ ଟେକି ଦେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି ବୋଲି କୁହାଯାଇଛି ।

ଏହି ହସ୍ପିଟାଲକୁ ଏମ୍ସ ଦ୍ବାରା ପରିଚାଳନା କରାଯାଉ ବୋଲି ପୂର୍ବରୁ ନାଗରିକ ସୁରକ୍ଷା କମିଟି ପକ୍ଷରୁ ବାରମ୍ବାର ଦାବି ଓ ଆନ୍ଦୋଳନ କରାଯାଇଛି । ଏହା ହେବା ଦ୍ବାରା ସାଧାରଣ ଲୋକେ ଉପକୃତ ହୋଇପାରିବେ। କିନ୍ତୁ ତାହା ନ କରି ଏହାକୁ ଏକ କର୍ପୋରେଟ ହସ୍ପିଟାଲକୁ ହସ୍ତାନର କରିଦେବା ଫଳରେ ବହୁ ଲୋକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବେ । ଆସନ୍ତା ମାର୍ଚ୍ଚ 1ରେ ଆପୋଲୋ ହସ୍ପିଟାଲ ସରକାରୀ ସଂସ୍ଥାରେ କାର୍ଯ୍ୟ ଆରମ୍ଭ କରିବ ବୋଲି ଆଲୋଚନା କରାଯାଉଛି । ତେଣୁ ଏହାକୁ ବିରୋଧ କରି ସେହି ଦିନ ରାଉରକେଲା ବନ୍ଦ ଡାକରା ଦିଆଯାଇଛି । ସହରର ଜନସାଧାରଣଙ୍କ ପ୍ରତି ଏହି ଅବିଚାର ବିରୋଧରେ ବନ୍ଦରେ ସାମିଲ ହେବାକୁ ସମସ୍ତଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ଏହି ବନ୍ଦ ଡାକରାରେ ସମସ୍ତ ଜରୁରୀକାଳୀନ ସେବା ଯଥା ଔଷଧ ଦୋକାନ, ଡାକ୍ତରଖାନା, ଆମ୍ବୁଲାନ୍ସ ସେବା, ଦୁଗ୍ଧ ଯୋଗାଣ,ଜଳ, ବିଦ୍ୟୁତ ସେବା, ଛାତ୍ର ଛାତ୍ରୀ ଙ୍କ ପରୀକ୍ଷାକୁ ବନ୍ଦରୁ ବାଦ୍ ଦିଆଯାଇଛି । ସକାଳ 6ରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ପାଳନ ପାଇଁ ଜନସାଧାରଣଙ୍କୁ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.