ETV Bharat / state

ସ୍ତ୍ରୀର ଠେଙ୍ଗା ମାଡରେ ସ୍ବାମୀ ମୃତ, ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ ନିଆଲିପାଲିରେ ସ୍ତ୍ରୀର ଠେଙ୍ଗା ମାଡରେ ସ୍ୱାମୀର ମୃତ୍ୟୁ । ଭଷ୍ମା ପୋଲିସର ତଦନ୍ତ ଆରମ୍ଭ । ହତ୍ୟାକାରୀ ସ୍ତ୍ରୀ ଗିରଫ । ଅଧିକ ପଢନ୍ତୁ...

author img

By

Published : Apr 12, 2021, 11:43 AM IST

Updated : Apr 12, 2021, 2:17 PM IST

ସ୍ତ୍ରୀର ଠେଙ୍ଗା ମାଡରେ ସ୍ବାମୀ ମୃତ, ପୋଲିସର ତଦନ୍ତ ଜାରି
ସ୍ତ୍ରୀର ଠେଙ୍ଗା ମାଡରେ ସ୍ବାମୀ ମୃତ, ପୋଲିସର ତଦନ୍ତ ଜାରି

ସୁନ୍ଦରଗଡ: ପାରିବାରିକ କଳହର ଅଭାବନୀୟ ପୂର୍ଣ୍ଣଚ୍ଛେଦ। ପରିଣତ ବୟସରେ ଦୁଃଖଦ ପରିସମାପ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଭତମା ଥାନା ଅନ୍ତର୍ଗତ ନିଆଳି ପାଲି ଗାଁରେ। ପୁଣି ଜଣେ ସ୍ତ୍ରୀ ନେଲା ତା ସ୍ୱାମୀର ଜୀବନ । ପୁରଷ ନୃଶଂସ ପଣିଆର ଉଦାହରଣ ସବୁବେଳେ ଚିର୍ଚ୍ଚିତ ହୋଇ ଆସୁଥିବାବେଳେ ରବିବାର ଓ ଆଜି ମହିଳାଙ୍କ ନୃଶଂସ ପଣିଆ ଚର୍ଚ୍ଚାର ପରିସର ହୋଇଛି ।

ଗତକାଲି(ରବିବାର) ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଶୁଖାମହାଦେବ ପଡାର ଡୁଙ୍ଗୁରିପଡାରେ ଜଣେ ସ୍ତ୍ରୀ ତା ସ୍ୱାମୀଙ୍କ ଜୀବନ ନେଇଥିଲା ବେଳେ ଆଜି ସୁନ୍ଦରଗଡ ଜିଲ୍ଲା ଭଷ୍ମାଥାନା ଅନ୍ତର୍ଗତ ନିଆଲିପାଲିରେ ଅନୁରୂପ ଭାବେ ଆଉ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନ ନେଇଛନ୍ତି ।

ହତ୍ୟାକରୀ ସୁରି ଓରଫ ସୁରୁ ନେଟି ( 65 ବର୍ଷ ) ତାଙ୍କ ସ୍ୱାମୀ( ଖୀରଧର ନେଟି – 75 ବର୍ଷ)ଙ୍କୁ ଢେଙ୍ଗାରେ ମାଡ ମାରି ହତ୍ୟା କରିଛନ୍ତି । ଭଷ୍ମା ପୋଲିସ ଖବର ପାଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ସୁନ୍ଦରଗଡ ସଦର ଏସଡିପିଓ ମଧୁସ୍କିତା ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଏହା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଜାରି ରଖିଛନ୍ତି । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଆଜି ଝଗଡା ( ପ୍ରାୟ 11 ଟା ସମୟରେ )ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ( ସୁରି ଓରଫ ସୁରୁ ନେଟି ) ତାଙ୍କ ସ୍ୱାମୀ ( ଖୀରଧର ନେଟିଙ୍କୁ ) ଠେଙ୍ଗାରେ ଚେଛି ହତ୍ୟା କରିଥିବା କଥା ଜଣାପଡିଛି । ତେବେ ପୋଲିସ ସୁରୁ ଓରଫ ସୁରିକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Apr 12, 2021, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.