ସୁନ୍ଦରଗଡ଼: ଜିଲ୍ଲାରେ ପୌର ପରିଷଦ ନିର୍ବାଚନର ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । କଡା ସୁରକ୍ଷା ବଳୟ ଓ ପ୍ରଶାସନ ଅଧିକାରୀଙ୍କ ତୀକ୍ଷ୍ଣ ନଜର ମଧ୍ୟରେ ନିର୍ବାଚନ ଶେଷ ହୋଇଛି । ସନ୍ଧ୍ୟା ସୁଦ୍ଧା ମୋଟ ମତଦାନ ହାର ୫୬ ପ୍ରତିଶତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ।
ଜିଲ୍ଲାର ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌର ପରିଷଦ ପାଇଁ ଏହି ନିର୍ବାଚନ ହୋଇଛି । ତେବେ ୩ଟି ଯାକ ପୌର ପରିଷଦର ଭୋଟରଙ୍କ ସଂଖ୍ୟା 2021 ନଭେମ୍ବର ୧ ଜନଗଣନା ଅନୁସାରେ 10 ଲକ୍ଷ 6 ହଜାର 928 ଥିବାବେଳେ ଅପରାହ୍ନ 4ଟା ସୁଦ୍ଧା ମୋଟ ମତଦାନ 54 ହଜାର 483 ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଭୋଟର ଯେପରି ସୁରୁଖୁରରେ ଭୋଟ ଦେବେ ସେ ନେଇ ଜିଲ୍ଲା ପ୍ରଶାସନ ଉପଯୁକ୍ତ ବ୍ୟବସ୍ଥା କରିଥିବା କହିଥିଲେ ମତଦାତା ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ