ETV Bharat / state

ବିଜେପି ସରକାରର 9 ବର୍ଷର ସଫଳତାକୁ ବଖାଣିଲେ ଜୁଏଲ ଓରାମ - ସାମ୍ବାଦିକ ସମ୍ମିଳନୀ

ସୁନ୍ଦରଗଡ଼ରେ ବିଜେପି ସରକାରଙ୍କ ୯ ବର୍ଷ କାର୍ଯ୍ୟକାଳର ସଫଳତାକୁ ନେଇ ଆଲୋଚନା କରିଛନ୍ତି ସାଂସଦ ଜୁଏଲ ଓରାମ । ଅଧିକ ପଢ଼ନ୍ତୁ

9 years of bjp government
ବିଜେପି ସରକାରର ନଅ ବର୍ଷର ସଫଳତା
author img

By

Published : Jun 18, 2023, 10:33 PM IST

ବିଜେପି ସରକାରର ନଅ ବର୍ଷର ସଫଳତା

ରାଉରକେଲା: କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ କାର୍ଯ୍ୟକାଳର ସଫଳତା ଗାଥାକୁ ବଖାଣୁଛନ୍ତି ନେତାକର୍ମୀ । ମେ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଏକ ମାସ ଧରି ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ ଜାରି ରହିଛି । ଏହି କ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ 9 ବର୍ଷର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ, ଯାହା ଦେଶର ଅଭିବୃଦ୍ଧି ଏବଂ ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମ ଆରମ୍ଭରେ ଜୁଏଲ ଓରାମ କୃଷକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅବିଚଳିତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ କୃଷି ସମ୍ପ୍ରଦାୟର ଉନ୍ନତି ପାଇଁ ବିଭିନ୍ନ କୃଷକ- କେନ୍ଦ୍ରିତ ଯୋଜନା ଏବଂ ନୀତି କାର୍ଯ୍ୟକାରୀ କରାଯାଇଛି । କୃଷକମାନଙ୍କୁ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି( ପିଏମ- କିଷାନ) ଯୋଜନା ଏବଂ କିଷାନ କ୍ରେଡିଟ୍ କାର୍ଡ ଯୋଜନା ଭଳି ପଦକ୍ଷେପ ସରକାର ଆରମ୍ଭ କରିଥିଲେ, ଯାହା କୃଷି କାର୍ଯ୍ୟ ପାଇଁ ସହଜରେ ଋଣ ପାଇବାକୁ ସୁନିଶ୍ଚିତ କରିଥିଲା । ମହିଳା ସଶକ୍ତିକରଣ ଦିଗରେ ଆଗେଇ ଯାଇ 'ନାରୀ ଶକ୍ତି'କୁ ସଶକ୍ତ କରିବାରେ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । 'ବେଟି ବଚାଓ, ବେଟି ପଢ଼ାଓ' ଭଳି ପଦକ୍ଷେପକୁ ଜୁଏଲ ପ୍ରଶଂସା କରିଥିଲେ । ଯାହାର ଉଦ୍ଦେଶ୍ୟ କନ୍ୟା ସନ୍ତାନଙ୍କ କଲ୍ୟାଣ ଏବଂ ଶିକ୍ଷାରେ ଉନ୍ନତି ଆଣିବା । ଏହାଦ୍ବାରା ଦେଶରେ କନ୍ୟା ସନ୍ତାନ୍ତଙ୍କ ବିକାଶ ଘଟିଥିବା ସେ କହିଛନ୍ତି ।

ଜୁଏଲ ଆହୁରି ମଧ୍ୟ କହିଛନ୍ତି, "ଉଜ୍ଜ୍ୱଳା ଯୋଜନା ଯାହା ଲକ୍ଷଲକ୍ଷ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ସଂଯୋଗ ପ୍ରଦାନ କରିଛି । ଏହାଦ୍ବାରା ଗ୍ରାମୀଣ ମହିଳାମାନଙ୍କୁ ଲାଭାନ୍ୱିତ କରିଛି । 'ଏମପାୱାର ଇଣ୍ଡିଆ ଅମୃତ ପିଢ଼ି' ପଦକ୍ଷେପରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଯୁବପିଢ଼ିଙ୍କୁ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବୈଷୟିକ ଅର୍ଥ ବ୍ୟବସ୍ଥାରେ ଉନ୍ନତି କରିବା ପାଇଁ ଆବଶ୍ୟକ ସାହାଯ୍ୟ କରିବ । ସରକାର ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଅଟଳ ମିଶନ ଭଳି ଯୋଜନା ଆରମ୍ଭ କରିଛନ୍ତି ।" ସୁନ୍ଦରଗଡ଼ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପ୍ରତି ଧ୍ୟାନ ଦେଇ ଓରାମ ଏହି କ୍ଷେତ୍ରରେ ସରକାରଙ୍କ ପରିବର୍ତ୍ତନମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ କିଭଳି ଲୋକାଭିମୁଖୀ ହେବ ଏବଂ ସହରାଞ୍ଚଳର ଗରିବ ଲୋକଙ୍କ ସହ ଗ୍ରାମାଞ୍ଚଳରେ ମଧ୍ୟ ଗରିବ ଲୋକଙ୍କ ପାଖରେ କିଭଳି ସମସ୍ତ ଯୋଜନା ପହଞ୍ଚିବ ତାହା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ସାଂସଦ ଜୁଏଲ ଓରାମ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.