ETV Bharat / state

ପଟ୍ଟଚିତ୍ର ପାଇଁ ମନ କି ବାତ୍‌ରେ ପ୍ରଶଂସା ସାଉଁଟିଲେ ଓଡ଼ିଆ ଝିଅ - Mann ki baat programme

ପଟ୍ଟଚିତ୍ର କଳା ପାଇଁ ଓଡ଼ିଆ ଝିଅ ଭାଗ୍ୟଶ୍ରୀ ସାହୁ ମନ କି ବାତ୍‌ କାର୍ଯ୍ୟକ୍ରମରେ ମୋଦିଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି । ଅଧିକ ପଢନ୍ତୁ...

Modi praised Odia girl for soft stone painting in Mann ki baat programme
ପଟ୍ଟଚିତ୍ର ପାଇଁ ମନ କି ବାତ୍‌ରେ ପ୍ରଶଂସା ସାଉଁଟିଲେ ଓଡ଼ିଆ ଝିଅ
author img

By

Published : Jan 31, 2021, 7:45 PM IST

ସୁନ୍ଦରଗଡ଼: ଜିଲ୍ଲାର ରାଉରକେଲା ଅଞ୍ଚଳର ଇଂଜିନିଅରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ ନିଜର କଳା ପ୍ରତିଭା ପାଇଁ ମନ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଂଶସାର ପାତ୍ର ହୋଇପାରିଛନ୍ତି । ଚଳିତ ମାସର ଶେଷ ଦିନରେ ଏହି କାର୍ଯ୍ୟକ୍ରମରେ ମୋଦି ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ପଟ୍ଟଚିତ୍ର ପାଇଁ ମନ କି ବାତ୍‌ରେ ପ୍ରଶଂସା ସାଉଁଟିଲେ ଓଡ଼ିଆ ଝିଅ

ଢେଙ୍କାନଳ ସାରଙ୍ଗରେ ପ୍ରଯୁକ୍ତି ବିଜ୍ଞାନରେ ଏମ.ଟେକ କରୁଥିବାବେଳେ ଏବେ ବର୍ଜ୍ୟବସ୍ତୁରେ ନିଖୁଣ ଚିତ୍ର (ପଟ୍ଟଚିତ୍ର) ଆଙ୍କି ସାରା ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଲକଡାଉନ ସମୟରେ ପ୍ରଚୁର ସମୟ ପାଇ ଭାଗ୍ୟଶ୍ରୀ ନିଜର ଏହି ଚିତ୍ରକଳା ଆରମ୍ଭ କରିଥିଲେ । ‘ମନ କି ବାତ୍‌ ‘ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀଙ୍କ ଏହି କଳା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଏ ନେଇ ଭାଗ୍ୟଶ୍ରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ ଯୋଗେ ସୂଚନା ଦେବା ସହ ତାଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ରେଡିଓରେ ପ୍ରସାରଣ ହେବା ପରେ ଭାଗ୍ୟଶ୍ରୀଙ୍କ ନିକଟକୁ ଏବେ ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି । ସଫ୍ଟଷ୍ଟୋନ ଓ ବୋତଲ ଆଦି ବର୍ଜ୍ୟବସ୍ତୁଗୁଡିକରେ ଏଭଳି ଚିତ୍ରକଳା କରି ଭାଗ୍ୟଶ୍ରୀ ନିଜ ବନ୍ଧୁଙ୍କୁ ଉପହାର ଦେଉଥିବା ମୋଦି କାର୍ଯ୍ୟକ୍ରମରେ କହିଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.