ETV Bharat / state

କୋଭିଡ୍ ଭ୍ୟାକ୍ସିନ ପ୍ରୟୋଗ ନେଇ ସୁନ୍ଦରଗଡରେ ମକ ଡ୍ରିଲ - କୋଭିଡ୍ ଭ୍ୟାକ୍ସିନ ପାଇଁ ସୁନ୍ଦରଗଡରେ ମକଡ୍ରିଲ

ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଭ୍ୟାକ୍ସିନ ପ୍ରୟୋଗ ନେଇ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କୋଭିଡ୍ ଭ୍ୟାକ୍ସିନ ପ୍ରୟୋଗ ନେଇ ସୁନ୍ଦରଗଡରେ ମକ ଡ୍ରିଲ

author img

By

Published : Jan 2, 2021, 5:11 PM IST

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ଆଜି(ଶନିବାର) କୋଭିଡ୍ ଭ୍ୟାକ୍ସିନ ପ୍ରୟୋଗ ନେଇ ଏକ ମକ ଡ୍ରିଲ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଡ୍ରିଲ କରାଯାଇ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଭ୍ୟାକ୍ସିନେଶନ ଉପରେ ତାଲିମ ଦିଆଯାଇଛି ।

କୋଭିଡ୍ ଭ୍ୟାକ୍ସିନ ପ୍ରୟୋଗ ନେଇ ସୁନ୍ଦରଗଡରେ ମକ ଡ୍ରିଲ

ଆସନ୍ତା ସୋମବାର ଠାରୁ ଏହି ପ୍ରୟୋଗ ଆରମ୍ଭ ହେବ । ଏନେଇ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୁନ୍ଦରଗଡ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର କହିଛନ୍ତି । କୋଭିଡ୍ ଭ୍ୟାକ୍ସିନ ପ୍ରଥମେ ସ୍ୟାସ୍ଥ୍ୟକର୍ମୀଙ୍କ ଉପରେ ପ୍ରୟୋଗ କରାଯାଇ ସାଇଡ୍ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ଉପରେ ଲକ୍ଷ୍ୟ ରଖାଯିବ ବୋଲି ସେ କହିଛନ୍ତି । ତେବେ କୌଣସି ହିତାଧିକାରୀ ଯେପରି ସଙ୍ଗୀନ ଅବସ୍ଥାକୁ ନ ଆସନ୍ତି ସେନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମସ୍ତ ବ୍ୟବସ୍ଥା କରିଥିବା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.