ETV Bharat / state

ରଙ୍ଗୋଲିରେ ୫୦ ଫୁଟର ହକି ବିଶ୍ୱକପ ଟ୍ରଫି, ଇଣ୍ଡିଆ ବୁକ ଅଫ ରେକର୍ଡରେ ମିଶନ ରାଉରକେଲା

ରଙ୍ଗୋଲିରେ ୫୦ ଫୁଟ ଲମ୍ବର ହକି ବିଶ୍ବକପ ଟ୍ରଫି ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ମିଶନ ରାଉରକେଲା । ଅଧିକ ପଢ଼ନ୍ତୁ

author img

By

Published : Apr 23, 2023, 10:41 AM IST

mission Rourkela got india book of record
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ମିଶନ ରାଉରକେଲା

ରାଉରକେଲା: ରଙ୍ଗୋଲିରେ ୫୦ ଫୁଟ ଲମ୍ବର ହକି ବିଶ୍ବକପ ଟ୍ରଫି ନିର୍ମାଣ । ଇଣ୍ଡିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ । ରାଉରକେଲାରେ ହକି ବିଶ୍ୱକପ ସମୟରେ ମିଶନ ରାଉରକେଲା ସଂଗଠନ ପକ୍ଷରୁ ଏକ ୫୦ ଫୁଟ ଲମ୍ବର ବିଶାଳକାୟ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲି ତିଆରି ହୋଇଥିଲା । ଯାହା ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ ହୋଇଛି । ମିଶନ ରାଉରକେଲାର ଏହି ସଫଳତା ପାଇଁ ପ୍ରଶାସନ ଶୁଭେଚ୍ଛା ଜଣାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଉରକେଲାରେ IPL ଫ୍ୟାନ୍ସ ପାର୍କ, ଜମୁଛି ପ୍ରଶଂସକଙ୍କ ଭିଡ଼

ରାଉରକେଲା ହକି ବିଶ୍ୱକପ ପୂର୍ବରୁ ବିଭିନ୍ନ ସ୍ଥାନରେ ବହୁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହା ମଧ୍ୟରୁ ରାଉରକେଲା 'ରାହଗିରି' ପଥ ମହୋତ୍ସବରେ ମିଶନ ରାଉରକେଲା ସଂଗଠନର ସମସ୍ତ କର୍ମକର୍ତ୍ତା ମିଶି ରଙ୍ଗୋଲିରେ ୫୦ ଫୁଟ ଲମ୍ବର ଏକ ହକି ବିଶ୍ୱକପ ଟ୍ରଫି ତିଆରି କରିଥିଲେ । ଏହି ରଙ୍ଗୋଲି ଦ୍ୱାରା ନିର୍ମିତ ହକି ବିଶ୍ୱକପ ଟ୍ରଫିକୁ ନେଇ ମିଶନ ରାଉରକେଲା ସଂଗଠନ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଆବେଦନ କରିଥିଲା । ଜୁରୀ ସଦସ୍ୟମାନେ ତର୍ଜମା କରି ଏହି ରଙ୍ଗୋଲିକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଇଛନ୍ତି । ତେବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ମିଶନ ରାଉରକେଲା ସଂଗଠନକୁ ଏହି ସାର୍ଟିଫିକେଟ ଏବଂ ମେଡାଲ ସହ ବୁକକୁ ପ୍ରଦାନ କରିଛନ୍ତି । ମିଶନ ରାଉରକେଲା ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଧସିଲା ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ରାସ୍ତା, ଷ୍ଟାଡିୟମ ସୁରକ୍ଷିତ ତ ?

ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ରାଉରକେଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ । ଏହି ଟାଇଟଲ ହାତେଇବା ପାଇଁ ମିଶନ ରାଉରକେଲା ବହୁ ପରିଶ୍ରମ କରିଛି । ଆଗକୁ ଏଭଳି ଭଲ କାମ କରି ସହର ପାଇଁ ଗର୍ବ ଆଣନ୍ତୁ ।" ଇଣ୍ଡିଆ ବୁକ ଅଫ ରେକର୍ଡକୁ ମିଶନ ରାଉରକେଲାର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି । ରାଜ୍ୟ ସରକାରଙ୍କ ଚେଷ୍ଟା ବଳରେ ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ହୋଇପାରିଲା ଏବଂ ସେଥିପାଇଁ ଏହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସଂଗଠନ ସ୍ଥାନ ପାଇଲା । ତେଣୁକରି ଏହି ଟାଇଟଲକୁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସର୍ଗ କରିବା ସହ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.