ସୁନ୍ଦରଗଡ଼: ଉଜ୍ଜ୍ବଳପୁର ରେଞ୍ଜ ଅନ୍ତର୍ଗତ ସିଆଁବାହଲ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ଫଳରେ ଅଗ୍ନିଶମ ବିଭାଗର ସମୟୋଚିତ ପଦକ୍ଷେପ ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଜଙ୍ଗଲରେ ଥିବା ଗୋଟିଏ ପରିବାର । ଦୁର୍ବୃତ୍ତଙ୍କ ଏହି ଅସାମାଜିକ କାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ ଗଛ ନଷ୍ଟ ହେବା ସହ ଜଙ୍ଗଲ ମଧ୍ୟରେ ଥିବା ରୁସୁ ଓରାମ ନାମକ ଜଣେ ବ୍ୟକ୍ତିଙ୍କ ଘର ଭସ୍ମୀଭୂତ ହେବାରୁ ବଞ୍ଚି ଯାଇଛି । ଏନେଇ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିବା ସହ ଉକ୍ତ ଘରକୁ ମଧ୍ୟ ନିଆଁ ଲାଗିବାରୁ ରକ୍ଷା କରିଥିଲେ ।
ତେବେ ସେହି ସମୟରେ ଉକ୍ତ ଘରେ କେହି ନ ଥିଲେ ବୋଲି ଅଗ୍ନିଶମ ବିଭାଗ କହିଛି । ଅପରପକ୍ଷେ ଘଟଣା ଘଟିବାପରେ ଉଜ୍ଜ୍ବଳପୁର ଫରେଷ୍ଟ ରେଞ୍ଜର କେତେକ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କିଏ ନିଆଁ ଲଗାଇଛି ସେ ନେଇ କୌଣସି ପ୍ରମାଣ ପାଇ ପାରିନାହାଁନ୍ତି । ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରୁ ଏହି ନିଆଁ ଲାଗିଥିବା କେତେକ ସନ୍ଦେହ କରୁଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ