ETV Bharat / state

ଦାଦା ବଟି ନଦେବାରୁ ଯୁବକଙ୍କ ଗଳା କାଟିଲେ ଦୁର୍ବୃତ୍ତ

author img

By

Published : Dec 22, 2022, 1:20 PM IST

Updated : Dec 22, 2022, 1:54 PM IST

ଦାଦା ବଟି ପାଇଁ ରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ
ଯୁବକଙ୍କ ଗଳା କାଟିଲେ ଦୁର୍ବୃତ୍ତ

ରାଉରକେଲା: ଦାଦା ବଟି ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବ୍ଲେଡରେ ଯୁବକଙ୍କ ବେକକୁ କାଟିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, କିଛିଦିନ ଧରି ଜେଲରୁ ଫେରିଥିବା ଅପରାଧି ଚନ୍ଦନ କୁମାର ପୀଡିତ ଦିନେଶ ଦାସଙ୍କୁ ବାରମ୍ବାର ଦାଦା ବଟି ମାଗୁଥିଲା । ତେବେ ଦିନେଶ ମନା କରିବାରୁ ତାକୁ ଗତକାଲି(ବୁଧବାର) ରାତିରେ ମରଣାନ୍ତକ ଆକ୍ରମଣ କରିଥିଲା ଚନ୍ଦନ । ତେବେ ବେକକୁ ବ୍ଲେଡ଼ରେ ଆକ୍ରମଣ କରିଥିବାରୁ ଦିନେଶ ଗୁରୁତର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: National Mathematics Day: ବିଶିଷ୍ଟ ଗଣିତଜ୍ଞ ରାମାନୁଜନଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ ଗଣିତ ଦିବସ

ତେବେ ଦିନେଶ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛି । ବନ୍ଧମୁଣ୍ଡା ସେକ୍ଟର Aରେ ଘଟିଛି ଏହି ଘଟଣା । ତେବେ ଏଭଳି ଘଟଣା ପରେ ରାଉରକେଲା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବନ୍ଧମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ମାମଲାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ରାଉରକେଲା

Last Updated : Dec 22, 2022, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.