ରାଉରକେଲା: ନାବାଳିକାକୁ ଚୋର ସଜାଇ ଲୁହା ଛଡରେ ମାରିବା ମହଙ୍ଗା ପଡିଛି । ମାଡ ମାରିବା ଅଭିଯୋଗରେ ବନ୍ଦିତା ବାଗ ନାମକ ଜଣେ ନର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ଲାଠିକଟା ଅଞ୍ଚଳରେ ଦେଖିବାକୁ ମିଳିଛି ।
ପୀଡିତାଙ୍କ ବାପା ପ୍ରଫୁଲ୍ଲ କୁମାର ଦୌରାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୀଡିତାକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।
ଘରୁ ଚୋରି କରିଥିବା ଅଭିଯୋଗରେ ପୀଡିତାକୁ ନର୍ସ ଜଣଙ୍କ ଲୁହା ଛଡରେ ପିଟିଥିଲେ । ଏହି ଘଟଣା ପରେ ପୀଡିତାଙ୍କ ମା’(କର୍କଟ ରୋଗରେ ପୀଡିତ ଥିବା)ଙ୍କର ମୃତ୍ୟୁ ହୋଇଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ