ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା । ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି । ପ୍ରଥମେ ଜଙ୍ଗଲରେ ଲୋକେ ନାବାଳିକା ମୃତଦେହ ଝୁଲିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଘଟିଛି ।
ସୂଚନାଯୋଗ୍ୟ ବଡ଼ଗାଁ ଅଞ୍ଚଳର କୁସ୍ତୁନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ନାବାଳିକାକୁ ନିର୍ମମ ଭାବରେ ଗଣ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ମୃତଦେହ ନିକଟରୁ ସୁରାକ ଖୋଜିଛି । ପୋଲିସ ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖିଥିବାବେଳେ ଆଉ ଦୁଇ ସାଥୀଙ୍କୁ ଖୋଜୁଛି ପୋଲିସ ।
ଗତକାଲି ଠାରୁ ମୃତକ ନାବାଳିକା ଜଣକ ଘରୁ ନିଖୋଜ ରହିଥିଲେ । ଆଜି ପରିବାର ଲୋକେ ଝିଅର ମୃତଦେହ ଜଙ୍ଗଲରୁ ପାଇଥିଲେ । ଅଟକ ଥିବା ଯୁବକ ଏବଂ ତାର ସାଥୀ ଗତକାଲି କୁସ୍ତୁନା ଜଙ୍ଗଲକୁ ନେଇ ନାବାଳିକା ସହ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଟକ ଥିବା ଯୁବକ ଜଣକ ହେଲେ ଗଡ଼ିଆଜୋରର ରାକେଶ କିଷାନ ।
ଏହା ମଧ୍ୟ ପଢନ୍ତୁ....4 ବର୍ଷର ପୁଅକୁ ହତ୍ୟା କଲା ମାଆ, ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା
ଏହା ମଧ୍ୟ ପଢନ୍ତୁ...କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା, ଯୁବକଙ୍କୁ ପିଟି ପିଟି ମାରିଦେଲେ ୨ ନାବାଳକ
ତେବେ ଗତକାଲି ଠାରୁ ଘର ଲୋକେ ନାବାଳିକାକୁ ବହୁ ଖୋଜାଖୋଜି କରିଥିଲେ । ହେଲେ ନାବାଳିକାର ପତ୍ତା ପାଇନଥିଲେ । ଏନେଇ ରାତିରେ ପୋଲିସକୁ ସୂଚନା ଦେଇଥିଲେ । ପରେ ଅଭିଯୋଗ ଅନୁଯାୟୀ ମୋବାଇଲ ନମ୍ବର ଟ୍ରାକ କରି ପୋଲିସ ଅଭିଯୁକ୍ତକୁ ଧରିଥିଲା ।ଅନ୍ୟପଟେ ଘଟଣା ସ୍ଥଳରେ ରାଜଗାଙ୍ଗପୁର ଏସଡିପିଓ ଅଭିଷେକ ପାଣିଗ୍ରାହୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ସତ୍ୟତା ସାମ୍ନାକୁ ଆସିବ ବୋଲି ଏସଡିପିଓ କହିଛନ୍ତି ।
ଇଟିଭି ଭାରତ ,ସୁନ୍ଦରଗଡ଼