ETV Bharat / state

ପ୍ରେମିକ ଘରେ ପୋଡି ହୋଇ ପ୍ରେମିକାର ମୃତ୍ୟୁ

author img

By ETV Bharat Odisha Team

Published : Dec 31, 2023, 12:51 PM IST

Rourkela Minor Death: ରାଉରକେଲା ଉପକଣ୍ଠ ବିଶ୍ରା ଅଞ୍ଚଳରେ ପ୍ରେମିକ ଘରେ ଜଳି ନାବାଳିକା ପ୍ରେମିକା ମୃତ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ନିଆଁରେ ପୋଡି ହୋଇ ନାବାଳିକାଙ୍କ ମୃତ୍ୟୁ
ନିଆଁରେ ପୋଡି ହୋଇ ନାବାଳିକାଙ୍କ ମୃତ୍ୟୁ
ନିଆଁରେ ପୋଡି ହୋଇ ନାବାଳିକାଙ୍କ ମୃତ୍ୟୁ

ରାଉରକେଲା: ପ୍ରେମିକ ଘରେ ଜଳିଗଲେ ପ୍ରେମିକା । ନିଆଁରେ ପୋଡି ହୋଇ ଚାଲିଗଲା ନାବାଳିକା ପ୍ରେମିକାର ଜୀବନ । ରାଉରକେଲା ଉପକଣ୍ଠ ବିଶ୍ରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ନାବାଳିକା ନିଜ ପ୍ରେମିକର ଘରେ ଥିବାବେଳେ ନିଆଁ ଲାଗି ଯାଇଥିଲା । ଫଳରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ମୃତ ନାବାଳିକା ଜଣକ ସୁନ୍ଦରଗଡ ଜିଲ୍ଲା ହାତିବାରୀ ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ହାତିବାରୀ ଥାନା ଅଞ୍ଚଳର ୧୭ ବର୍ଷୀୟ ନାବାଳିକା ନିଜ ମାଉସୀ ଝିଅ ଭଉଣୀର ଦିଅର ଶୁକନାଥ ସିଂହଙ୍କୁ ଭଲ ପାଉଥିଲେ । ନାବାଳିକା ତାଙ୍କ ଭଉଣୀ ଘରକୁ ଯିବାଆସିବା କରୁଥିବା ସମୟରେ ଶୁକନାଥଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ଦୁଇ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ହେଲେ ଗତ କିଛି ମାସ ହେଲା କୁଆଡ଼େ ନାବାଳିକା ବିବାହ ପାଇଁ ଜିଦ୍ କରିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଇଥିଲା । ଏହାକୁ ନେଇ ଦୁହିଁଙ୍କ ଭିତରେ ନିୟମିତ ଝଗଡ଼ା ହେଉଥିଲା । ତେଣୁ ଗତ ୨୮ ତାରିଖରେ ନାବାଳିକା ଏକୁଟିଆ ଏକ ବସ୍‌ରେ ଯାଇ ଶୁକନାଥଙ୍କ ଘରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ - ପ୍ରେମିକା ଘରେ ପଶି ହାଣିଲା ପ୍ରେମିକ, ପରିବାର ସଦସ୍ୟ ଗୁରୁତର

ଏହା ମଧ୍ୟ ପଢନ୍ତୁ - ଯୌତୁକ ଜୁଇରେ ଜଳିଗଲେ ମହିଳା, ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ସେଠାରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ କିଛି ସମୟ ପରେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଥିଲା । ପ୍ରେମିକ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ନାବାଳିକାଙ୍କ ପରିବାର ଲୋକେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ପ୍ରାୟ ୧୦ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଗତ ବୁଧବାର ଦିନ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ତେବେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ବିଶ୍ରା ଥାନାରେ ଏତଲା ଦେଇଛନ୍ତି । ଏନେଇ ପୋଲିସ ପ୍ରାଥମିକ ତଦନ୍ତ କରି ପ୍ରେମିକ ଏବଂ ପ୍ରେମିକଙ୍କ ବାପାଙ୍କୁ ଗିରଫ କରିଛି ।

ଇଟିିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.